ଭୁବନେଶ୍ବର, ୨୦।୩  : ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବୈଠକ ।   ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ଗଜପତି ମହାରାଜା ଦିବ୍ୟସିଂହ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି।  ଜଗନ୍ନାଥ  ସଂସ୍କୃତିକୁ ନେଇ  ଆଲୋଚନା  ହୋଇଥିଲା । ମନ୍ଦିର  ପ୍ରଶାସନ ପକ୍ଷରୁ  ଇସ୍କନକୁ ଅଦିନିଆ ରଥଯାତ୍ରା ନ କରିବାକୁ ଅନୁରୋଧ କରାଯାଇଛି। 

 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଜଗନ୍ନାଥ ସଂସ୍କୃତିର ଉଲ୍ଲଂଘନ ନ କରିବାକୁ ବୈଠକରେ ଇସ୍କନଙ୍କୁ ନିବେଦନ କରାଯାଇଛି । ବିଧି ଅନୁସାରେ ରଥଯାତ୍ରା କରିବାକୁ କୁହାଯାଇଛି । ସନାତନ ଧର୍ମ ଅନୁସାରେ ନୀତିକାନ୍ତି ପାଳନ କରନ୍ତୁ । ଧାର୍ମିକ ଭାବନାକୁ ଦୃଷ୍ଟିରେ  ରଖି ଘୋଷ ଯାତ୍ରା ଏବଂ ଜଗନ୍ନାଥ ପରମ୍ପରା ଅନୁଯାୟୀ ପାଳନ କରନ୍ତୁ।  ତିଥି ଅନୁସାରେ ରଥଯାତ୍ରା ପାଳନ  କରିବାକୁ କୁହାଯାଇଛି।  ଧାର୍ମିକ ଭାବନାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଅରବିନ୍ଦ ପାଢୀ । ତେଣୁ ଇସ୍କନ ସଂସ୍ଥା ମଧ୍ୟ ଏହି ନିୟମ ଅବଲମ୍ବନ କରିବେ ବୋଲ ସେ ଅନୁରୋଧ କରିଛନ୍ତି । 

ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।  ଇସ୍କନ ପକ୍ଷରୁ ମୁକୁନ୍ଦାଦାସ ମହାରାଜଙ୍କ ସମେତ ଅନ୍ୟ କର୍ତ୍ତୃପକ୍ଷ ଏହି ବୈଠକରେ ସାମିଲ ହୋଇ ନିଜର ମତ ରଖିଥିଲେ ।