ଭୁବନେଶ୍ୱର,୨୭/୧୦: ଆଜି ଓଡ଼ିଶା ଏଫ୍‌ସି  ଓ ଘରୋଇ ମୁମ୍ବାଇ ସିଟି ପରସ୍ପରକୁ ଭେଟିବାକୁ  ଯାଉଛନ୍ତି । ଓଡ଼ିଶା ୫ଟି ମ୍ୟାଚ୍‌ରୁ ୨ ବିଜୟ, ୧ ଡ୍ର’ ଓ  ୨ ପରାଜୟ ସହ ମୋଟ ୭ପଏଣ୍ଟ ପାଇ ତାଲିକାରେ  ଅଷ୍ଟମ ସ୍ଥାନରେ ରହିଛି । ଅନ୍ୟ ପଟରେ ମୁମ୍ବାଇ ୪ଟି  ମ୍ୟାଚ୍‌ରୁ ୫ପଏଣ୍ଟ ସହ ଦଶମ ସ୍ଥାନରେ ରହିଛି । 

 ଗତ ୨୨ ତାରିଖ ଓଡ଼ିଶା ଘରୋଇ ଗ୍ରାଉଣ୍ଡରେ ଇଷ୍ଟ  ବେଙ୍ଗଲକୁ ୨-୧ ଗୋଲ୍‌ରେ ପରାଜିତ କରିଥିଲା ।  ଏହି ବିଜୟ ଦଳର ମନୋବଳ ଦ୍ୱିଗୁଣିତ କରିଛି ।  ଆଜି ଦଳ ମୁମ୍ବାଇକୁ ତା’ ଘରୋଇ ଗ୍ରାଉଣ୍ଡରେ  ହରାଇବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି ।  ମୁମ୍ବାଇ ମଧ୍ୟ ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ  ବିଜୟକୁ ଫେରିବା ପାଇଁ ବ୍ୟାକୁଳ ରହିଛି ।