ନୂଆଦିଲ୍ଲୀ,୦୮/୦୬; ଥମିବନି ଯୁଦ୍ଧ । ଫେରିବନି ଶାନ୍ତି । ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ । ଇରାନ୍- ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ । ମିସାଇଲ ମାଡ଼ର ତାଣ୍ଡବ ସହ ଘମାଘୋଟ ଯୁଦ୍ଧ । ବାଲାଷ୍ଟିକ୍ ମିସାଇଲ୍ ମାଡ ସହ ଜଳୁଛି ଅନେକ ସହର । ସାମରିକ ଘାଟି ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ୍ । ଏପ୍ରିଲ୍‌ରେ ଅସ୍ତ୍ରବିରତି ପରେ ପ୍ରଥମ ଥର ଇରାନ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରିଛି  । ଇରାକ ଓ ସିରିଆ ଆକାଶମାର୍ଗ ଉପରେ କଟକଣା ଲାଗିଛି । ଇସ୍ରାଏଲୀ ବାୟୁସେନା ଇରାନ ଅଞ୍ଚଳରେ ପ୍ରବେଶ ନକରି ଇରାନ ବାହାରୁ କ୍ଷେପଣାସ୍ତ୍ର ମାଡ଼ କରି ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି ।  ଆକ୍ରମଣର ଶକ୍ତିଶାଳୀ ଜବାବ ଦିଆଯିବ ବୋଲି କହିବାର କିଛି ସମୟରେ ଇରାନ ଉପରେ ବର୍ଷି ପଡିଛି ଇସ୍ରାଏଲ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶୋଧ ନ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି । ତେହେରାନ ସମେତ ତାବ୍ରିଜ୍ ଓ ଇସ୍ଫାହାନରେ ମଧ୍ୟ ଆକ୍ରମଣ ହୋଇଛି । ଇସ୍ରାଏଲ 'ବାଲାଷ୍ଟିକ୍ କ୍ଷେପଣାସ୍ତ୍ର' ମାଡ଼ କରିବା ପରେ ତେହେରାନ ଆକାଶପଥ ବନ୍ଦ କରିଛି । 

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି । ରବିବାର ବିଳମ୍ବିତ ରାତିରେ ଇରାନ-ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଆକ୍ରମଣର ଜବାବ ଦେଇ ଇସ୍ରାଏଲ ସୋମବାର ସକାଳେ ଏକ ବଡ଼ ଏୟାରଷ୍ଟ୍ରାଇକ କରିଛି । ଯେଉଁଥିରେ ଇରାନ୍ ଶାନ୍ତି ଚୁକ୍ତି ଖୁବଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଟ୍ରମ୍ପ ଦାବି କରୁଥିବା ବେଳେ ଇରାନ୍- ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହା ନୂଆ ଯୁଦ୍ଧର ସମ୍ଭାବନାକୁ ବୃଦ୍ଧି କରିଛି । ଯେଉଁଥିରେ ଅନେକ ଇରାନୀ ସାମରିକ ଘାଟିକୁ ଟାର୍ଗେଟ କରାଯାଇଥିଲା । ଇରାନୀ ନ୍ୟୁଜ ଏଜେନ୍ସି IRNA ଅନୁଯାୟୀ, ଦେଶର ଅନେକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରାଯାଇଛି । ଇସ୍ରାଏଲ ରାଜଧାନୀ ତେହେରାନ, ଇସଫୁହାନ, ତାବ୍ରିଜ ଏବଂ ପଶ୍ଚିମ ଇରାନର ଅନ୍ୟାନ୍ୟ ସ୍ଥାନରେ ମିସାଇଲ ମାଡ କରିଛି । ଲେବାନନର ରାଜଧାନୀ ବେରୁତରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା । ଟ୍ରମ୍ପ ପୂର୍ବରୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଉତ୍ତର ଇସ୍ରାଏଲ ଉପରେ ଇରାନୀ ଆକ୍ରମଣର ପ୍ରତିଶୋଧ ନ ନେବାକୁ କହିଥିଲେ । କିନ୍ତୁ ନେତାନ୍ୟାହୁ ଟ୍ରମ୍ପଙ୍କ ଅନୁରୋଧରେ ରାଜି ହୋଇଥିବା ଖବର ଆସିଥିଲା । ଏହା ସତ୍ତ୍ୱେ ଇସ୍ରାଏଲ ଇରାନର ଅନେକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି । ଇସ୍ରାଏଲୀ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆକ୍ରମଣକୁ ନିଶ୍ଚିତ କରି ଲେଖିଛନ୍ତି, "କିଛି ସମୟ ପୂର୍ବରୁ, ଇସ୍ରାଏଲୀ ବାୟୁସେନା ପଶ୍ଚିମ ଏବଂ କେନ୍ଦ୍ରୀୟ ଇରାନରେ ଥିବା ଇରାନୀରେ ଥିବା ଇରାନୀ ଆତଙ୍କୀ ଶାସନର ମିଲିଟ୍ରି ଠିକଣାରେ ହମଲା କରିଛି । ଏହା ସହିତ ଖବର ଆସୁଛି କି ଇରାନ ଉପରେ ବଡ଼ ଆକ୍ରମଣର ପ୍ରସ୍ତୁତି କରୁଛି ଇସ୍ରାଏଲ ।

'ତେହେରାନକୁ ଜଳିବାକୁ ପଡ଼ିବ'- ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ସୋମବାର ସକାଳେ ଏକ ବିବୃତ୍ତି ଜାରି କରି ନିଶ୍ଚିତ କରିଛି ଯେ "ଯିୟୋନିଷ୍ଟ ଶତ୍ରୁ" (ଇସ୍ରାଏଲ) ଇରାନ୍ ଅଞ୍ଚଳ ଭିତରେ ଆକ୍ରମଣ କରିଛି । ସମ୍ପ୍ରତି, ଇସ୍ରାଏଲର ଜାତୀୟ ସୁରକ୍ଷା ମନ୍ତ୍ରୀ, ଇଟାମାର ବେନ୍-ଗଭିର କହିଛନ୍ତି, "ତେହେରାନକୁ ଜଳିବାକୁ ପଡିବ।" ତାଙ୍କର ବକ୍ତବ୍ୟ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ, ଇସ୍ରାଏଲ ପଛକୁ ହଟିବା ମନୋଭାବରେ ନାହିଁ ।

ଏହା ବି ପଢନ୍ତୁ...Earthquake: ୭.୮ ତୀବ୍ରତାର ଭୂମିକମ୍ପ ଝଟ୍କାରେ ଦୋହଲିଲା ଫିଲିପାଇନ୍ସ, ବିନାଶକାରୀ ସୁନାମି ଆଲର୍ଟ

ହାଇ ଆଲର୍ଟରେ ଇସ୍ରାଏଲ୍- ଇରାନ ଉପରେ ଆକ୍ରମଣ ପରେ, ଇସ୍ରାଏଲ ମଧ୍ୟ ଯେକୌଣସି ସମ୍ଭାବ୍ୟ ପ୍ରତିଶୋଧର ପାଇଁ ପ୍ରସ୍ତୁତ ରହିବା ପାଇଁ ଦେଶବ୍ୟାପୀ ସତର୍କତା ଘୋଷଣା କରିଛି । ଇସ୍ରାଏଲର ହୋମ ଫ୍ରଣ୍ଟ କମାଣ୍ଡ ସୁରକ୍ଷା କାରଣରୁ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ସମସ୍ତ ହସ୍ପିଟାଲକୁ ଭୂତଳ ଭାବରେ କାର୍ଯ୍ୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।