ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗାଜା ଉପରେ ପୁଣି ଆକ୍ରମଣ କଲା ଇସ୍ରାଏଲ, ଟାର୍ଗେଟରେ ଥିଲା ହମାସ ଠିକଣା, ୫ ମୃତ...

Published By : Ladu Kishor | March 19, 2025 8:58 PM

ନୂଆଦିଲ୍ଲୀ: ବୁଧବାର ଦିନ ଇସ୍ରାଏଲ ପୁଣି ଥରେ ଗାଜାପଟ୍ଟି ଉପରେ ଭୟଙ୍କର ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଗାଜା ସହରର ସାବ୍ରା ଉପକଣ୍ଠରେ ଏକ ଘର ଉପରେ ଇସ୍ରାଏଲୀ ବିମାନ ଆକ୍ରମଣରେ ତିନି ଜଣ ପ୍ରାଣ ହରାଇଥିବା ବେଳେ ଉତ୍ତରରେ ଥିବା ବେଟ୍ ହାନୌନ୍ ସହରରେ ଅନ୍ୟ ଏକ ବିମାନ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏଥି ସହ ଛଅ ଜଣ ଆହତ ହୋଇଥିବା ମଧ୍ୟ ଅଧିକାରୀମାନେ କହିଛନ୍ତି।

ଇସ୍ରାଏଲୀ ସେନା କହିଛି ଯେ, ଏହା ଉତ୍ତର ଗାଜାରେ ହମାସର ଏକ ଆଡ୍ଡା ଉପରେ ଆକ୍ରମଣ କରିଛି, ଯେଉଁଠାରୁ ରକେଟ ମାଡ଼ କରିବାକୁ ପ୍ରସ୍ତୁତି କରାଯାଉଥିଲା। ଏହା ବ୍ୟତୀତ ଇସ୍ରାଏଲୀ ନୌସେନା ଗାଜାର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ ଜାହାଜ ଉପରେ ମଧ୍ୟ ଆକ୍ରମଣ କରିଛି । ଏହି ଜାହାଜ ଗୁଡ଼ିକୁ ହମାସ ଏବଂ ଇସଲାମିକ୍ ଜିହାଦ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯିବାର ଥିଲା।

ଏକ ଜାତୀୟ ଟେଲିଭିଜନରେ ପ୍ରସାରିତ ଏକ ରେକର୍ଡ ହୋଇଥିବା ବିବୃତ୍ତିରେ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ହମାସକୁ ଧ୍ୱଂସ କରିବା ଏବଂ ତାଙ୍କ ଦ୍ୱାରା ବନ୍ଧକ ରଖାଯାଇଥିବା ସମସ୍ତଙ୍କୁ ମୁକ୍ତ କରିବା ସମେତ ସମସ୍ତ ଯୁଦ୍ଧ ଲକ୍ଷ୍ୟ ହାସଲ ନ କରିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରଖିବ। ମଙ୍ଗଳବାର ସକାଳେ ଇସ୍ରାଏଲ ଗାଜା ପଟ୍ଟି ଅଞ୍ଚଳରେ ପ୍ରବଳ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ୪୦୪ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.