ନୂଆଦିଲ୍ଲୀ: ଗାଜାପଟ୍ଟିରେ ଏକ ଖାଦ୍ୟ ବିତରଣ ସ୍ଥଳରେ ୨୦ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଜଣେ ହସ୍ପିଟାଲ ଅଧିକାରୀଙ୍କ ଅନୁଯାୟୀ, ସେହି ସମୟ ମଧ୍ୟରେ ଇସ୍ରାଏଲୀ ଆକ୍ରମଣରେ ୧୧ ଜଣ ଶିଶୁଙ୍କ ସମେତ ୪୧ ଜଣ ପ୍ରାଣ ହରାଇଛନ୍ତି।
ଗାଜା ହ୍ୟୁମାନଟେରିଆନ୍ ଫଣ୍ଡ (GHF) କହିଛି ଯେ, ଦକ୍ଷିଣ ଗାଜାର ଖାନ ୟୁନିସରେ ଏକ ବଣ୍ଟନ କେନ୍ଦ୍ର ନିକଟରେ ଦଳାଚକଟା ହେବା ପରେ ୧୯ ଜଣ ପ୍ରାଣ ହରାଇଛନ୍ତି, ଯେତେବେଳେ କି ଜଣେ ବ୍ୟକ୍ତି ଛୁରୀ ଆକ୍ରମଣ ଯୋଗୁଁ ପ୍ରାଣ ହରାଇଛନ୍ତି। ତେବେ ସଂଗଠନ ହମାସ ଉପରେ ଭୟ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରିବାର ଅଭିଯୋଗ କରିଛି, ଯାହା ଏହି ହିଂସାକୁ ଉତ୍ତେଜିତ କରିଛି।
ସଂଯୁକ୍ତ ରାଷ୍ଟ୍ର ମାନବାଧିକାର କାର୍ଯ୍ୟାଳୟ ଏବଂ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମେ ମାସରୁ ପ୍ରାୟ ୮୫୦ ପାଲେଷ୍ଟାଇନୀ ସାହାଯ୍ୟ ପାଇବାକୁ ଚେଷ୍ଟା କରୁଥିବା ସମୟରେ ମୃତ୍ୟୁବରଣ କରିଛନ୍ତି। ଏଥିରେ GFH ବଣ୍ଟନ ସ୍ଥଳ ଏବଂ ଅନ୍ୟାନ୍ୟ କେନ୍ଦ୍ର ଅନ୍ତର୍ଭୁକ୍ତ ରହିଛି ।
ଏହା ସହିତ, ଇସ୍ରାଏଲୀ ଆକ୍ରମଣରେ ଉତ୍ତର ଗାଜାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୧୧ ଜଣ ଶିଶୁ ମଧ୍ୟ ଅଛନ୍ତି। ଖାନ ୟୁନୁସ ସହରରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲୀ ସେନା କହିଛି ଯେ ଏହା ଗତ ୨୪ ଘଣ୍ଟା ମଧ୍ୟରେ ଗାଜା ପଟ୍ଟିରେ ୧୨୦ ରୁ ଅଧିକ (ହାମାସ) ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି, ଯେଉଁଥିରେ ଏହାର ସୁଡ଼ଙ୍ଗ ଏବଂ ଅସ୍ତ୍ରଶସ୍ତ୍ର ସଂରକ୍ଷଣ କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ।
ଗୁରୁବାର ଦିନ, ଇସ୍ରାଏଲୀ ସେନା ଏକ ଚତୁର୍ଥ କରିଡର ଖୋଲିବା ଘୋଷଣା କରିଥିଲା, ଯାହା ଖାନ ୟୁନୁସ ଦେଇ ଯାଇଥାଏ। ଇସ୍ରାଏଲୀ ସୈନିକ ମାନେ ଏଠାରେ ଜମି ଦଖଲ କରିଛନ୍ତି। ସେନା କହିଛି ଯେ ଏହା ହମାସ ଉପରେ ଚାପ ପକାଇବା ପାଇଁ ଏକ ରଣନୀତି। କାରଣ ଇସ୍ରାଏଲ ଏହି କରିଡରରେ ନିଜର ସାମରିକ ଉପସ୍ଥିତି ବଜାୟ ରଖିବାକୁ ଚାହୁଁଛି।