ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲେବାନନ୍‌ରେ ପଶିବା ପରେ ଇସ୍ରାଏଲ ସ୍ଥଳ ସେନାର ଜୋରଦାର ଆକ୍ରମଣ : ଭାରତର ବଢିଲା ଚିନ୍ତା, ଫଶିଛନ୍ତି ୪୦୦୦ ନାଗରିକ

Published By : Harapriya Biswal | October 1, 2024 5:09 PM

ଲେବାନନ୍ ଭିତରେ ପଶି ସାରିଛି ଇସ୍ରାଏଲର ସ୍ଥଳ ସେନା। ହିଜବୁଲ୍ଲାର ଥିବା ଆଡ୍ଡାକୁ ଖୋଜି ଖୋଜି ଟାର୍ଗେଟ କରି ମାଟିରେ ମିଶାଉଛି। ଏହା ଭିତରେ ଭାରତ ପାଇଁ ମଧ୍ୟ ଏକ ଚିନ୍ତାଜନକ କଥା ସାମନାକୁ ଆସିଛି। ତାହା ହେଲା ଲେବାନନରେ ବର୍ତ୍ତମାନ ୪ ହଜାର ଭାରତୀୟ ରହିଛନ୍ତି। ନିଜ ନାଗରିକଙ୍କୁ ସେଠାରୁ ସୁରକ୍ଷିତ ବାହାର କରିବା ପାଇଁକେନ୍ଦ୍ର ସରକାର ଖୁବ୍ ଚିନ୍ତିତ। କେବଳ ଭାରତ ନୁହେଁ  ଅନ୍ୟଦେଶ ଗୁଡିକ ମଧ୍ୟ ନିଜ ନିଜର ନାଗରିକଙ୍କୁ ଆଡଭାଇଜରୀ ଜାରି କରିଛନ୍ତି। ସୁଯୋଗ ମିଳିଲେ ସେଠାରୁ ପଳାୟନ କର। କେନ୍ଦ୍ର ସରକାର ଏବେ ଭାରତୀୟଙ୍କୁ ଲେବାନନ୍ ନଯିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ନିଜ ନାଗରିକଙ୍କୁ କହିଛନ୍ତି, ଖୁବ୍ ଶୀଘ୍ର ଲେବାନନ୍ ଛାଡି ଦିଅ। 

ଲେବନାନ୍ରେ ପଶି ଗ୍ରାଉଣ୍ଟ ଅପରେସନ୍ ଆରମ୍ଭ କରିଛି ଆଇଡିଏଫ୍ (ଇସ୍ରାଏ ଡିଫେନ୍ସ ଫୋର୍ସ)। ସୋମବାର ସକାଳେ ଇସ୍ରାଏଲ-ଲେବାନନ୍ ସୀମା ନିକଟସ୍ଥ ଲେବାନନ୍ ପରିସରରେ ଇସ୍ରାଏଲ ସେନା ପକ୍ଷରୁ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ ହୋଇଛି ବୋଲି ଆମେରିକୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି। ହିଜବୁଲ୍ଲାର ଦକ୍ଷତାକୁ ମାପିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ଏହି ଅପରେସନ ଆରମ୍ଭ ହୋଇଛି। ହିଜବୁଲ୍ଲାର ବିଭିନ୍ନ ଆଡ୍ଡା ଓ ବଙ୍କର ଏବଂ ଟନେଲ ଗୁଡିକରେ ପଶି ଖାନତଲାସି ଜାରି ରଖିଛି ଇସ୍ରାଏଲ ସେନା।

ବେରୁଟ୍ରେ ଥିବା ଭାରତୀୟ ଦୂତାବାସର ପେଜ୍ରେ ଏନେଇ ସୂଚନା ଦିଆଯାଇଛି। ଏହା ଅନୁସାରେ, ଲେବାନନ୍ରେ ଥିବା ଅଧିକାଂଶ ଭାରତୀୟ ବିଭିନ୍ନ କମ୍ପାନୀରେ କାମ କରୁଛନ୍ତି। ଏହି କମ୍ପାନୀ କନଷ୍ଟ୍ରକସନ୍ ସେକ୍ଟର ସହ ଜଡିତ। ଦୂତାବାସ ପକ୍ଷରୁ କୁହାଯାଇଛି, ଏକ ବଡ ସିଭିଲ ଓ୍ବାର ବେଳେ ମଧ୍ୟ ସେ ଏହି ଦେଶରେ ରହି ସାରିଛନ୍ତି। ଏହା ସହ ଲେବାନନ୍ ଓ ଭାରତ ମଧ୍ୟରେ ଭଲ ସମ୍ପର୍କ ବି ରହିଛି। ଦୂତାବାସ କହିଛି, ୧୯୭୫ ରୁ ୧୯୯୦ ମଧ୍ୟରେ ଯେତେବେଳେ ସିଭିଲ ଓ୍ବାର ହୋଇଥିଲା ସେତେବେଳେ ବିଭିନ୍ନ ଦେଶ ଲେବାନନ୍ରୁ ନିଜର ଦୂତାବାସ ବନ୍ଦ କରିଦେଇଥିଲେ। ସେତେବେଳେ ଭାରତ ନଜର ଦୂତାବାସ କାମ ଜାରି ରଖିଥିଲା। ଏହି କଥାକୁ ନେଇ ଲେବାନନ୍ ସରକାର ମଧ୍ୟ ଭାରତକୁ ପ୍ରଶଂସା କରିଥିଲେ।

ଇସ୍ରାଏଲ୍ ସେନା କହିଛି ଯେ ଗୁଇନ୍ଦା ସୂଚନା ଆଧାରରେ ସେମାନେ ଦକ୍ଷିଣ ଲେବନାନ ଭିତରେ ହେଜବୁଲ୍ଳାର ଠିକଣା ଉପରେ ଟାର୍ଗେଟ୍ କରୁଛନ୍ତି। ଏହି ଟାର୍ଗେଟ୍ଗୁଡିକ ସୀମା ନିକଟରେ ଅବସ୍ଥିତ ଗ୍ରାମଗୁଡିକ ପାଖରେ ରହିଛି। ଯାହା ଇସ୍ରାଏଲ୍ ପାଇଁ ବିପଦ ବୋଲି ସେନା କହିଛି। ଇସ୍ରାଏଲ୍ ଟ୍ୟାଙ୍କ ଏବଂ ସୈନିକମାନେ ବାୟୁସେନା ସହିତ ଗ୍ରାଉଣ୍ଡ ଅପରେସନରେ ଜଡିତ ଥିବାବେଳେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରାଉଣ୍ଡ ସପୋର୍ଟ ମଧ୍ୟ ଦିଆଯାଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.