ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଖାଦ୍ୟପେୟ ବନ୍ଦ କରିବା ପରେ ଏବେ ଗାଜାରେ ବିଜୁଳି କାଟିଲା ଇସ୍ରାଏଲ, ହମାସ ଆଗରେ ରଖିଲା ସର୍ତ୍ତ

Published By : Harapriya Biswal | March 10, 2025 2:50 PM

ନୂଆଦିଲ୍ଲୀ,୧୦।୩: ସରୁନି ଗାଜାବାସୀଙ୍କ ଦୁଃଖ। ପ୍ରଥମ ପର୍ଯାୟ ଅସ୍ତ୍ରବିରତୀ ଶେଷ ହେବାପରେ ବି ସ୍ଥିତି ସୁଧରିବା ସ୍ଥାନରେ ବିଗିଡାରେ ଲାଗିଛି। ହମାସ ଉପରେ ଚାପ ପକାଇବା ପାଇଁ ଗାଜାରେ ପ୍ରଥମେ ଖାଦ୍ୟପେୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ହୋଇଥିଲା ବନ୍ଦ। ଏବେ  ବିଜୁଳି ସପ୍ଲାଇ ମଧ୍ୟ କାଟିଲା ଇସ୍ରାଏଲ। ଏହା ସହ ହମାସ ଆଗରେ ରଖିଛି ସର୍ତ୍ତ। ଯଦି ଆମେରିକାର ପ୍ରସ୍ତାବ ନମାନ ତେବେ ପରିଣାମ ହେବ ଆହୁରି ଭୟଙ୍କର।

ଥମୁନି ହମାସ-ଇସ୍ରାଏଲ ଲଢେଇ। ସମାଧାନ ହେବା ବଦଳରେ ଦିନକୁ ଦିନ ବଢୁଛି ବିବାଦ। ଏହାର ସିଧାସଳଖ ପରିଣାମ ଭୋଗୁଛନ୍ତି ଗାଜାବାସୀ। ଖାଦ୍ୟପେୟ ସହ ଅତ୍ୟାବଶ୍ୟକୀୟ ଜିନିଷର ଯୋଗାଣ ଉପରେ ପ୍ରଥମେ ରୋକ ଲଗାଇଥିଲା ଇସ୍ରାଏଲ। ଏବେ ହମାସ ଉପରେ ପ୍ରତିଶୋଧ ନେବା ପାଇଁ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଇସ୍ରାଏଲର ଶକ୍ତି ମନ୍ତ୍ରୀ ଏଲି କୋହେନ  କହିଛନ୍ତି, ଗାଜାରେ ତୁରନ୍ତ ବିଜୁଳି ଯୋଗାଣ ବନ୍ଦ କରିବା ନିର୍ଦେଶ ଦେଇଛୁ। ଆମେ ବନ୍ଧକଙ୍କୁ ଫେରାଇ ଆଣିବା ପାଇଁ ହମାସକୁ ଶେଷ କରିଦେବୁ। ନିଜ ପାଖରେ ଥିବା ସବୁ ସାଧନକୁ ଉପଯୋଗ କରିବୁ।’ ଏହା ସହ ହମାସ ନିକଟରେ ଇସ୍ରାଏଲ ସର୍ତ୍ତ ରଖିଛି। କହିଛି ଯଦି ଆମେରିକାର ପ୍ରସ୍ତାବ ନମାନ ତେବେ ପରିଣାମ ଆହୁରି ଭୟଙ୍କର ହେବ। 

ଗତ ସପ୍ତାହ ରମଜାନ ପୂର୍ବରୁ ଗାଜାରେ ସୃଷ୍ଟି ହୋଇଥିଲା ଖାଦ୍ୟସଙ୍କଟ। କାରଣ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଊପରେ ରୋକ ଲଗାଇଥିଲା ଇସ୍ରାଏଲ। ଏହା ଭିତରେ ଇସ୍ରାଏଲ ଦ୍ବାରା ଉଠାଯାଇଥିବା ଏହି ପଦକ୍ଷେପକୁ ହମାସ ବ୍ଲାକମେଲ୍ ବୋଲି କହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.