ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ

Published By : Ankita S | June 22, 2025 7:37 AM

ନୂଆଦିଲ୍ଲୀ,୨୨/୦୬: ଇରାନ-ଇସ୍ରାଏଲ ସଂଘର୍ଷରେ ଆମେରିକା ଏଣ୍ଟ୍ରି କରିଛି । ସିଧା ସଳଖ ଯୁଦ୍ଧକୁ ଡେଇଁଛି ପେଣ୍ଟାଗନ୍ । ଇରାନର ତିନି ପରମାଣୁ ଠିକଣା ଉପରେ ହମଲା କରିଛି ଆମେରିକା । ଫୋର୍ଡୋ, ନତାଞ୍ଜ ଏବଂ ଇସ୍ଫହାନ ନ୍ୟୁକ୍ଲିୟର ସାଇଟ୍ ଧ୍ବଂସ ହୋଇଛି । ଆମେରିକା ବି-2 ବମ୍ବର ବ୍ୟବହାର କରି ଇରାନ୍‌ର ନ୍ୟୁକ୍ଲିୟର ସାଇଟ୍‌କୁ ଧ୍ୱସ୍ତ କରିଛି । ବଙ୍କର ବଷ୍ଟର ବୋମା ଦାଗିଥିବା ସୂଚନା ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ଏନେଇ ସୂଚନା ଦେଇଛନ୍ତି । ଏବେ ଶାନ୍ତିର ସମୟ ଆସିଛି । ଆମେରିକୀୟ ସେନା ତରଫରୁ ଏହି ସଫଳ ହମଲା ହୋଇଛି ବୋଲି ସୋସିଆଲ ମିଡିଆରେ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଉଡ଼ିଗଲା ୩ ନ୍ୟୁକ୍ଲିୟର ସାଇଟ୍‌- ୧୦ ଦିନ ହେବ ମଧ୍ୟାପ୍ରାଚ୍ୟରେ ଆଶନ୍ତି ଲାଗି ରହିଛି । ଇରାନ୍‌- ଇସ୍ରାଏଲ ଯୁଦ୍ଧକୁ କୁଦିଛି ଆମେରିକା । ଇରାନ୍‌ର ୩ ପରମାଣୁ ଆଡ୍ଡା ଫୋର୍ଡୋ, ନତାଞ୍ଜ ଏବଂ ଇସ୍ଫହାନକୁ ଆକ୍ରମଣ କରିଛି ଆମେରିକା । ବି-2 ବମ୍ବର୍ସ ସାହାଯ଼୍ୟରେ ସଠିକ୍ ଟାର୍ଗେଟ୍ କରି ୩ ପରମାଣୁ ଘାଟିକୁ ଉଡାଇ ଦେଇଛି । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା । ଏହି ଏୟାରଷ୍ଟ୍ରାଇକ୍ ପରେ ଆମେରିକାର ମଧ୍ୟପ୍ରାଚ୍ୟ ସ୍ଥିତ ତାର ସବୁ ଏୟାରବେସ୍‌ରେ ହାଇଆଲର୍ଟ ଜାରି କରିଛି ।

କ'ଣ କହିଲେ ଟ୍ରମ୍ପ ? ଇରାନ୍‌ ଉପରେ ଆକ୍ରମଣ ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ''ଏବେ ଶାନ୍ତି ସମୟ ଆସିଛି । ଆକ୍ରମଣରେ ଆମେରିକାକୁ ସଫଳତା ମିଳିଛି । ଆଣବିକ କ୍ଷମତା ନଷ୍ଟ ଆମର ମୂଳ ଲକ୍ଷ୍ୟ ଥିଲା । ଇରାନ୍‌ର ୩ ପରମାଣୁ ଠିକଣାରେ ଏକ ବଡ଼ ସଫଳ ହମଲା ହୋଇଛି । ଆମେରିକା ସେନା ଏହି  ୩ ଠିକଣାରେ ପୁରା ପ୍ରସ୍ତୁତି ସହ ବମ୍ ପକାଇଛି । ଯେଉଁଥିରେ ଫୋର୍ଡୋ ପ୍ରମୁଖ ଟାର୍ଗେଟ ଥିଲା । ଆମେରିକାର ସବୁ ଯୁଦ୍ଧବିମାନ ସୁନିଶ୍ଚିନ୍ତ ରୂପରେ ଇରାନ୍‌ ଏୟାରବେସ୍‌ରୁ ବାହାରି ଆସିଛି । ଏମିତି କ୍ଷମତା ଅନ୍ୟ କୌଣସି ସେନାଙ୍କ ପାଖରେ ନାହିଁ । ଆମେରିକା ସୈନ୍ୟର ଶକ୍ତି ଏକ ବଡ଼ ଉପଲବ୍ଧି । ଏବେ ଶାନ୍ତି ପାଇଁ ଅପିଲ୍‌ କରୁଛି । ଇରାନ୍‌ ଏବେ ଶାନ୍ତି ରହୁ ନଚେତ୍‌ ଆହୁରି ଭୟଙ୍କର ଆକ୍ରମଣ ହେବ। ''

କ'ଣ କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ? ଇରାନ୍‌ ଉପରେ ଆମେରିକାର ଆକ୍ରମଣ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ସେ କହିଛନ୍ତି, ''ଆମେରିକା ପ୍ରକୃତରେ ଅତୁଳନୀୟ । ସେ ଯାହା କରିଛି ଦୁନିଆରେ ଅନ୍ୟ କୌଣସି ଦେଶ କରିପାରିବ ନାହିଁ । ଇତିହାସରେ ଲେଖା ରହିବ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପ୍ରତ୍ୟାଖାନ କରିବାର କାର୍ଯ୍ୟ କରିଥିଲେ । ଇରାନ୍‌-ଇସ୍ରାଏଲ ବିବାଦ ମଧ୍ୟରେ ଆମେରିକା ଇରାନ୍‌ର ୩ଟି ପରମାଣୁ ଆଡ୍ଡା ଉପରେ ଆକ୍ରମଣ କରିଛି । ଆମେରିକାର ଇରାନ୍‌ର ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ସାହସିକ ନିଷ୍ପତ୍ତି ଇତିହାସକୁ ବଦଳାଇ ଦେବ । ଅପରେସନ୍ ରାଇଜିଂ ଲାଏନ୍‌ରେ, ଇସ୍ରାଏଲ ପ୍ରକୃତରେ ଭଲ କାମ କରିଛି ।'' 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.