ନୂଆଦିଲ୍ଲୀ,୨୮।୧୦: ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିଥିଲା ଇରାନ। ଏହି ଆକ୍ରମଣ ଇସ୍ରାଏଲର ରାଜଧାନୀ ପର୍ଯ୍ୟନ୍ତ ଟାର୍ଗେଟ କରି କରାଯାଇଥିଲା। ଏହାର ଜବାବ୍‌ରେ ଇସ୍ରାଏଲ ଶନିବାର ଇରାନରେ ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣ ତେହରାନ ପର୍ଯ୍ୟନ୍ତ କରାଯାଇଥିଲା ଓ ଇରାନର ସାମରିକ ଆଡ୍ଡାକୁ କ୍ଷତି କରିବାକୁ ଚେଷ୍ଟା କରାଯାଇଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମଧ୍ୟ ଇରାନର ବଡ଼ ଧରଣର କ୍ଷତି ହୋଇଥିବା କଥା କହିଛନ୍ତି। ତଥାପି ମଧ୍ୟ ଇସ୍ରାଏଲ ଏହି କଥାକୁ ନେଇ ସାବଧାନ ରହିଛି ଯେ, ଇରାନର ପାଓ୍ବାର ଗ୍ରୀଡ, ପରମାଣୁ ଅସ୍ତ୍ରର କେନ୍ଦ୍ର ଓ ନାଗରିକ ସଂସ୍ଥାନକୁ ଟାର୍ଗେଟ କରାନଯାଉ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଇସ୍ରାଏଲ ଆକ୍ରମଣର ଏକ ନୂଆ ପଦ୍ଧତି ଏଥିପାଇଁ ଚୟନ କରିଛି, ଯାହାଫଳରେ ଯୁଦ୍ଧକୁ ବଡ଼ ପରିପାଣରେ ବ୍ୟାପିବାକୁ ରୋକିହେବ ଓ ଇରାନକୁ ମଧ୍ୟ ନିଜର ବାର୍ତ୍ତା ଦେଇପାରିବ।

ଇସ୍ରାଏଲ ଏଭଳି ଆକ୍ରମଣକୁ ‘ପ୍ରିଭେଣ୍ଟିଭ ଓ୍ବାର’ ବୋଲି କୁହାଯାଉଛି। ଏହା ଯୁଦ୍ଧର ସେହି ରଣନୀତି କୁହାଯାଏ. ଯାହାକୁ ଆକ୍ରମଣକାରୀ ଦେଶ ବୁଝି-ବିଚାରି ଶତ୍ରୁ ଉପରେ ଆକ୍ରମଣ କରେ। ଯେପରି ଶତ୍ରୁକୁ ପକ୍ଷକୁ ନିଜର ଶକ୍ତି ବିଷୟରେ ଅନୁଭବ କରାଇପାରିବ। ‘ପ୍ରିଭେଣ୍ଟିଭ ଓ୍ବାର’ ସେତେବେଳେ ହୁଏ ଯେତେବେଳେ ପୂର୍ବରୁ କୌଣସି ଆକ୍ରମଣ ହୋଇଛି ଓ ଶତ୍ରୁ ପକ୍ଷରକୁ ଜବାବ୍ ଦେବାର ଥାଏ। ‘ପ୍ରିଭେଣ୍ଟିଭ ଓ୍ବାର’ ଅନୁସାରେ ସବୁବେଳେ ଆକ୍ରମଣ ସହିଥିବା ଦେଶ ଯେତେବେଳେ ଜବାବ୍ ଦେଇଥାଏ। ହେଲେ ଏହାର ତୀବ୍ରତା ଏତେ ଅଧିକ ରୁହେନି।