ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଗାଜାରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ; ୩୪ ମୃତ, ଅନେକ ଆହତ

Published By : Tapas Panda | June 28, 2025 4:58 PM

Image Courtesy: aljazeera

ନୂଆଦିଲ୍ଲୀ: ଇରାନ୍‌ ଯୁଦ୍ଧ ଥମିବା ପରେ ଇସ୍ରାଏଲ ପୁଣି ଥରେ ଗାଜାରେ ଆକ୍ରମଣ ଜୋରଦାର କରିଛି ।  ଆଜି (ଶନିବାର) ଇସ୍ରାଏଲ ସେନା ଗାଜାରେ ରକେଟ ମାଡ଼ କରିଛି । ଏହି ଆକ୍ରମଣରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ଗାଜାରେ ଗଭୀର ମାନବୀୟ ସଂକଟ ଜାରି ଥିବା ବେଳେ ଇସ୍ରାଏଲର ଏହି ଆକ୍ରମଣ ଚିନ୍ତା ବଢ଼ାଇ ଦେଇଛି । ସେପଟେ ଗାଜା  ସହ ଯୁଦ୍ଧବିରତି ନେଇ ଆଲୋଚନା ଆଗକୁ ବଢ଼ୁଛି । ହେଲେ ଏହାରି ଭିତରେ ଆଇଡିଏଫ ଗାଜା ଉପରେ ବଡ଼ ଆକ୍ରମଣ କରି ସମସ୍ତଙ୍କୁ ଚକିତ କରିଦେଇଛି । ଶୁକ୍ରବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣ ଶନିବାର ବି ଜାରି ରହିଛି । ଗାଜାରେ ଥିବା ପାଲେଷ୍ଟାଇନ୍‌ ଷ୍ଟାଡିୟମ ଉପରେ ରକେଟ ମାଡ଼ କରିଛି ଇସ୍ରାଏଲ ସେନା । ଏହି ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଷ୍ଟାଡିୟମରେ ବିସ୍ଥାପିତଙ୍କୁ ଆଶ୍ରୟ ଦିଆଯାଇଛି । 

 ଦକ୍ଷିଣ ଗାଜାର ମୁୱାସିରେ ଟେଣ୍ଟରେ ରହୁଥିବା ବିସ୍ଥାପିତଙ୍କ ଉପରେ ମଧ୍ୟ ଆମ୍ରମଣ ହୋଇଛି । ଏଥିରେ ଛଅ ଜଣ ପ୍ରାଣ ହରାଇଛନ୍ତି । ଗାଜା ଯୁଦ୍ଧରେ ବିରାମ ଲାଗିପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସାରା ଦେବା ପରେ ଏହି ଆକ୍ରମଣ ହୋଇଛି । ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି, ‘ଆମେ ଗାଜା ପ୍ରସଙ୍ଗରେ କାମ କରୁଛୁ ଏବଂ ଏହାର ସମାଧାନ କରିବାକୁ ଚେଷ୍ଟା କରୁଛୁ।’

 ସୂତ୍ର ଅନୁସାରେ, ଇସ୍ରାଏଲର ମନ୍ତ୍ରୀ ରନ୍‌ ଡର୍ମର ଆସନ୍ତା ସପ୍ତାହରେ ୱାଶିଂଟନ ଗସ୍ତ କରିବେ। ସେଠାରେ ଗାଜା ଯୁଦ୍ଧବିରତି, ଇରାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଗତ ମାର୍ଚ୍ଚ ମାସରେ ଯୁଦ୍ଧବିରତି ଭଙ୍ଗ ହେବା ପରଠାରୁ ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଇସ୍ରାଏଲର ଲଗାତାର ଆକ୍ରମଣ ପରେ ଗାଜାରେ ସ୍ଥିତି ଆହୁରି ଅଣାୟତ ହୋଇପଡ଼ିଛି । ସେପଟେ ଗାଜାରେ ଏବେ ବି ପ୍ରାୟ ୫୦ ଜଣ ଇସ୍ରାଏଲ ନାଗରିକ ବନ୍ଧକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ୭ ଅକ୍ଟୋବର ୨୦୨୩ରେ ହମାସ ବନ୍ଧକ କରି ନେଇଥିଲା । ତାପରଠାରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ବି ଜାରି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.