ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ତେହରାନ୍‌ର ସୈନ୍ୟ ଶିବିର ଉପରେ ରାତିଅଧିଆ ଆକ୍ରମଣ କଲା ଆଇଡିଏଫ୍‌; ଇସ୍ରାଏଲ କହିଲା 'ଆମେ ଜବାବ ଦେଲୁ'

Published By : Soubhagya Ranjan | October 26, 2024 8:46 AM

Image source: NDTV

ନୂଆଦିଲ୍ଲୀ,୨୬/୧୦: ଶନିବାର ବଡ଼ି ଭୋର୍‌ରୁ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇସ୍ରାଏଲ ଇରାନର ସାମରିକ ଶିବିରରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି କ୍ଷେପଣାସ୍ତ୍ର ଆକ୍ରମଣ ଦ୍ବାରା ହୋଇଥିବା ବିସ୍ଫୋରଣର ଶବ୍ଦ ଇରାନରେ ଦୀର୍ଘ ସମୟ ଧରି ଶୁଣିବାକୁ ମିଳିଥିଲା। କୁହାଯାଉଛି ଯେ ଇରାନର ରାଜଧାନୀ ତେହେରାନରେ ମଧ୍ୟ ଏପରି ବିସ୍ଫୋରଣ ଶୁଣାଯାଇଛି। ଇରାନ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଇସ୍ରାଏଲ୍ ଆର୍ମି ଆଇଡିଏଫ୍ ମଧ୍ୟ ଏକ ବିବୃତ୍ତି ଜାରି କରିଛି। ଆଇଡିଏଫ୍ ଏହାର ବିବୃତ୍ତିରେ କହିଛି ଯେ ଅତୀତରେ ଇରାନ ଏବଂ ସେମାନଙ୍କ ପ୍ରକ୍ସିମାନେ ଆମ ଉପରେ ଅନେକ ଆକ୍ରମଣ କରିଛନ୍ତି। ଏହା ହେଉଛି ଆମର ପ୍ରତିଆକ୍ରମଣ। ଆମ ଦେଶକୁ ବଞ୍ଚାଇବା ପାଇଁ ଆମେ କିଛି କରିବୁ। ଇରାନ ଉପରେ ଗୋଟିଏ ପରେ ଗୋଟିଏ ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇସ୍ରାଏଲ।

ଇସ୍ରାଏଲ ଇରାନର ସେହି ସ୍ଥାନ ଗୁଡ଼ିକ ଉପରେ ଆକ୍ରମଣ କରିଛି, ଯେଉଁଠାରୁ ଇରାନ୍‌ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ବିଶେଷଜ୍ଞ ମାନଙ୍କର କହିବା କଥା ହେଲା, ଏହି ଆକ୍ରମଣ ପଛରେ ଇସ୍ରାଏଲର ଉଦ୍ଦେଶ୍ୟ ହେଉଛି ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସମ୍ପୁର୍ଣ୍ଣ ଧ୍ୱଂସ କରିବା। ଏଥି ସହିତ ଭବିଷ୍ୟତରେ ମଧ୍ୟ ଏଭଳି ଆକ୍ରମଣ ଜାରି ରହିବ ବୋଲି ଆଇଡିଏଫ୍ ନିଜର ବିବୃତ୍ତିରେ କହିଛି। ସୂଚନାନୁସାରେ, ଇରାନ ଉପରେ ଆକ୍ରମଣ ପାଇଁ ଇସ୍ରାଏଲ ୧୦୦ ରୁ ଅଧିକ ଯୁଦ୍ଧ ବିମାନ ମଧ୍ୟ ବ୍ୟବହାର କରିଛି। ଇସ୍ରାଏଲ୍ ସେହି ଇରାନର ଶିବିରକୁ ମଧ୍ୟ ଟାର୍ଗେଟ କରିଛି ଯେଉଁଠାରେ ଇରାନ ନିଜର କ୍ଷେପଣାସ୍ତ୍ର ରଖେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଇସ୍ରାଏଲ ଭବିଷ୍ୟତରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ଶନିବାର ହୋଇଥିବା ଆକ୍ରମଣରେ ଇସ୍ରାଏଲ ମଧ୍ୟ ତେହେରାନ ଉପରେ ବୋମା ପକାଇଥିଲା।

କିଛି ଦିନ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଘରେ ଡ୍ରୋନ୍ ଆକ୍ରମଣ ମଧ୍ୟ କରାଯାଇଥିଲା। ଏହି ଆକ୍ରମଣରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷତି ହୋଇନଥିଲା। ପରେ ଏହି ଆକ୍ରମଣ ପାଇଁ ହିଜବୁଲ୍ଲାହ ନିଜକୁ ଦାୟି କରିଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତି ଜାରି କରି କହିଥିଲେ ଯେ, ଯିଏ ଏହି ଆକ୍ରମଣ କରିଛି, ଆମେ ତାଙ୍କୁ ଛାଡ଼ିବୁ ନାହିଁ ଏବଂ ଯେଉଁମାନେ ଏହିପରି ଲୋକଙ୍କୁ ସମର୍ଥନ କରିଥିଲେ ସେମାନଙ୍କୁ ଭାରି ମୂଲ୍ୟ ଦେବାକୁ ପଡ଼ିବ। କହିରଖୁଛୁ ଯେ, ହିଜବୁଲ୍ଲାହ, ହୁତି ଏବଂ ହମାସ ଭଳି ଆତଙ୍କବାଦୀ ସଂଗଠନ ଇରାନର ସମର୍ଥନ ରହିଛି। ଇରାନ ଇସ୍ରାଏଲ ବିରୋଧରେ ଏହି ଆତଙ୍କବାଦୀ ସଂଗଠନଗୁଡ଼ିକୁ ନିରନ୍ତର ସମର୍ଥନ କରିଆସୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.