ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବେରୁଟ୍‌ରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ: ୪ ମହଲା ବିଲ୍ଡିଂ ଧ୍ବଂସ, ୩ ମୃତ

Published By : Tapas Panda | November 26, 2024 11:19 PM

Image Courtesy: wionews

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଜୋରଦାର ସଂଘର୍ଷ । ହିଜବୁଲ୍ଲା ଉପରେ ଆକ୍ରମଣ କରୁଛି ଇସ୍ରାଏଲ । ଲେବାନନ୍‌ରେ ଥିବା ହିଜବୁଲ୍ଲାର ଠିକଣା ଉପରେ ରକେଟ୍‌ ମାଡ଼ କରୁଛି ଇସ୍ରାଏଲ ସେନା । ଆଜି (ମଙ୍ଗଳବାର) ହିଜବୁଲ୍ଲାର ଦବଦବା ଥିବା ଦକ୍ଷିଣ ବେରୁଟ୍‌ରେ ଏକ ବିଲ୍ଡିଂକୁ ଟାର୍ଗେଟ କରିଥିଲା ଇସ୍ରାଏଲ୍‌ । ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ବୋଲି ଲେବାନନ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ହିଜବୁଲ୍ଲା ସହ ଯୁଦ୍ଧ ବିରାମ ନେଇ ବିଚାର କରିବା ମଧ୍ୟରେ ଆଜି ଇସ୍ରାଏଲର ଏହି ଆକ୍ରମଣ ଚିନ୍ତାର କାରଣ ପାଲଟିଛି । ଲେବାନନ୍‌ର ଜାତୀୟ ଗଣମାଧ୍ୟମ ଏନଏନଏ ଅନୁସାରେ, ଆଜି ଇସ୍ରାଏଲ ବେରୁଟ୍‌ର ନ୍ବଏରି ଅଞ୍ଚଳରେ ଥିବା ଏକ ୪ ମହଲା କୋଠାକୁ ଧ୍ବଂସ କରିଦେଇଛି । ଦେଶର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । 

 ଏୟାର ଷ୍ଟ୍ରାଇକ୍‌ ପରେ ପରେ ଦକ୍ଷିଣ ବେରୁଟ୍‌ରେ ନିଆଁ ଖେଳିଯାଇଥିଲା । ବିଭିନ୍ନ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ବୋଲି ଜଣାପଡ଼ିଛି । ଯେଉଁ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଇସ୍ରାଏଲ ଚେତାବନୀ ଦେଇଥିଲା ସେଠାରେ ହିଁ ଏୟାର ଷ୍ଟ୍ରାଇକ୍‌ ହୋଇଛି । ଏହି ଅଞ୍ଚଳରେ ହିଜବୁଲ୍ଲା ଆତଙ୍କବାଦୀ ଥିବା ୨୦ଟି କୋଠା ଇସ୍ରାଏଲ ସେନା ଟାର୍ଗେଟରେ ରହିଛି । ଏହା ପୂର୍ବରୁ ଶନିବାର ନ୍ବଏରିର ପାଖ ସହର ବାସ୍ତାରେ ରକେଟ ମାଡ଼ କରିଥିବା ଇସ୍ରାଏଲ । ଏହି ଆକ୍ରମଣରେ ପ୍ରାୟ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଲେବାନନ୍‌ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । 

ଅକ୍ଟୋବର ୧୦ରେ ନ୍ବଏରି ଏବଂ ବାସ୍ତାରେ ଇସ୍ରାଏଲ କରିଥିବା ଆକ୍ରମଣରେ ୨୨ ଜଣଙ୍କ ଜୀବନ ଯାଇଥିଲା । ହିଜବୁଲ୍ଲାର ସୁରକ୍ଷା ମୁଖ୍ୟ ଓ୍ବାଫିକ୍‌ ସାଫାକୁ ଟାର୍ଗେଟ କରି ଆଇଡିଏଫ ଏୟାର ଷ୍ଟ୍ରାଇକ କରିଥିଲା । କିନ୍ତୁ ସେ ଖସିଯିବାକୁ ସକ୍ଷମ ହୋଇଥିଲା । ଗାଜା ଯୁଦ୍ଧରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଲେବାନନ୍‌ରେ ମଧ୍ୟ ଭୟଙ୍କର ରୂପ ଧାରଣ କରିଛି । ଏବେ ସୁଦ୍ଧା ୩,୭୯୯ ଲେବାନନ୍‌ର ନାଗରିକ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.