ନୂଆଦିଲ୍ଲୀ, ୧୫/୦୬ : ମଧ୍ୟପ୍ରାଚ୍ୟରେ ଟଳିନି ଯୁଦ୍ଧ ସଙ୍କଟ। ଆମେରିକା-ଇରାନ ଶାନ୍ତି ଚୁକ୍ତିକୁ ଝଟକା। ଡିଲ୍ ଫାଇନାଲ୍ କରିବାକୁ ଇସ୍ରାଏଲ୍ ଅରାଜି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵାରା ଇରାନ ସହ ହୋଇଥିବା ପରମାଣୁ ସାମଗ୍ରୀ ଉପରେ ଚୁକ୍ତିକୁ ନେଇ ଇସ୍ରାଏଲ୍ ସମ୍ପୂର୍ଣ୍ଣ ଭାବରେ ସହମତ ହୋଇନି। ଇସ୍ରାଏଲ୍ ଇରାନ ଏବଂ ତାର ସମର୍ଥିତ ହିଜବ୍ବୁଲା ଓ ଅନ୍ୟ ମିଲିସିଆ ଗୋଷ୍ଠୀ ଉପରେ ଏବେ ସୈନ୍ୟ ଅପରେସନ ଚଳାଇଛି। ୱାଶିଂଟନର କୂଟନୈତିକ ପ୍ରୟାସ ଭରସାରେ ରାଷ୍ଟ୍ରୀୟ ସୁରକ୍ଷା ଛାଡ଼ିପାରିବେନି ବୋଲି ବେଞ୍ଜାମିନ ନେତନ୍ୟାହୁ ସଫା ସଫା ମନା କରି ଦେଇଛନ୍ତି। ଫଳରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଯୁଦ୍ଧ ଘନଘଟା ସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। 

ସୂଚନା ଥାଉକି, ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାୟ ୪ ମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରବିବାର ଏହାକୁ ନିଶ୍ଚିତ କରିଛନ୍ତି । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୋଷଣା କରିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ହୋଇଛି। ହୋର୍ମୁଜ ପ୍ରଣାଳୀ ଏବେ ସାରା ବିଶ୍ୱରୁ ସମସ୍ତ ଜାହାଜ ପାଇଁ ଖୋଲାଯିବ, ଏବଂ ଇରାନ ବନ୍ଦର ଉପରେ ଆମେରିକାର ନୌସେନା ଅବରୋଧ ମଧ୍ୟ ତୁରନ୍ତ ପ୍ରତ୍ୟାହାର କରାଯିବ । ଆସନ୍ତା ୧୯ ତାରିଖରେ ସୁଜରଲ୍ୟାଣ୍ଡର ଜେନେଭାରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ। ପ୍ରସ୍ତାବିତ ଆମେରିକା-ଇରାନ ଚୁକ୍ତିନାମାରେ ୧୪ ବଡ଼ ସର୍ତ୍ତ ରହିଛି। ଇରାନ ପାଣ୍ଠି ରିଲିଜ, ତେଲ ଉପରେ କଟକଣା ହଟାଇବାରୁ ନେଇ ହୋର୍ମୁଜ ଖୋଲିବା ଯାଏ ପିସ୍‌ ଡିଲ୍‌ରେ ପ୍ରମୁଖ ସର୍ତ୍ତ ସ୍ଥାନିତ ହୋଇଛି। ହେଲେ ଆମେରିକାର ଏହି କୂଟନୈତିକ ପ୍ରୟାସ ଦିଗରେ ଇସ୍ରାଏଲ୍ ବଡ଼ ବାଧା ହୋଇ ଠିଆ ହୋଇଛି। 

ଇସ୍ରାଏଲର କହିବା କଥା, ଯେପର୍ଯ୍ୟନ୍ତ ତେହରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଅକାମୀ ନକରାଯାଇଛି ସେପର୍ଯ୍ୟନ୍ତ ଇରାନ ସହ କୌଣସି ଭରସାଯୋଗ୍ୟ ଡିଲ୍ କରିହେବନି। କାରଣ ଇରାନ ଏହି ଡିଲ୍ ଆଢୁଆଳରେ ତାର ଗୁପ୍ତ ଠିକଣାରେ ପରମାଣୁ ଅସ୍ତ୍ର ବିକଶିତ କରିବ। ସେଥିପାଇଁ ଟ୍ରମ୍ପ ମନା କରିବା ସତ୍ତ୍ଵେ ଇସ୍ରାଏଲ୍ ଏବେବି ଇରାନର ରଣନୈତିକ ଠିକଣା ଉପରେ ଲଗାତର ଟାର୍ଗେଟ୍ କରୁଛି। ଯେପର୍ଯ୍ୟନ୍ତ ଇସ୍ରାଏଲର ଅସ୍ତିତ୍ଵ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇନି ସେପର୍ଯ୍ୟନ୍ତ କୌଣସି ଅନ୍ତରାଷ୍ଟ୍ରୀୟ ଚାପରେ ଆସିବେନି ବୋଲି ନେତନ୍ୟାହୁ କହିଛନ୍ତି। 

ଆହୁରି ପଢନ୍ତୁ- ଇରାନ ପାଣ୍ଠି ରିଲିଜ, ତେଲ ଉପରେ କଟକଣା ହଟାଇବାରୁ ନେଇ ହୋର୍ମୁଜ ଖୋଲିବା ଯାଏ...ଜାଣନ୍ତୁ ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ

ICU ବେଡ୍‌ରୁ FIFA ବିଶ୍ୱକପ ଗ୍ରାଉଣ୍ଡ... ମୃତ୍ୟୁକୁ ହରାଇ ଫୁଟବଲ ଦୁନିଆକୁ ରାଉଲ ଜିମିନେଜ୍ ଙ୍କ ଜବରଦସ୍ତ କମବ୍ୟାକ୍