ନୂଆଦିଲ୍ଲୀ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଗୁରୁବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଇରାନରେ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିଥିବା ବ୍ୟକ୍ତିକୁ ନିପାତ କରି ଦେଇଛୁ। ନେତନ୍ୟାହୁ କହିଛନ୍ତି , ଇରାନୀ ନୌସେନ କମାଣ୍ଡରଙ୍କର ଇସ୍ରାଏଲର ଆକ୍ରମଣରେ ମୃତ୍ୟୁ ହୋଇଛି। ଗତ ମାସରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ମଧ୍ୟ-ପ୍ରାଚ୍ୟରେ ଉତ୍ତେଜାନା ସେତେବେଳେ ଆହୁରି ବୃଦ୍ଧି ପାଇଲା , ଯେତେବେଳେ ଇରାନ ହୋର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଥିଲା। ଏହି ସାମୁଦ୍ରିକ ରାସ୍ତାରେ ବିଶ୍ୱର ୨୦ ପ୍ରତିଶତ ତୈଳ ବ୍ୟବସାୟ ହୋଇଥାଏ। ଅନେକ ଦିନରୁ ଏହା ବନ୍ଦ ରହିଛି , ଯେଉଁଥି ପାଇଁ ତୈଳ ସଙ୍କଟ ସୃଷ୍ଟି ହୋଇଛି।

‘କେହି କହି ପାରିବେନି ଆଗକୁ କ’ଣ ହେବ, କୋଭିଡ୍-୧୯ ଠାରୁ ବି ଭୟଙ୍କର ହୋଇପାରେ’ : ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ମୁହଁ ଖୋଲିଲେ ପୁଟିନ୍

ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କାପର୍ସର ନେଭି ଚିଫ୍ ଅଲିରେଜା ତଙ୍ଗସିରି, ଦକ୍ଷିଣୀ ଇରାନରେ ହୋଇଥିବା ଆକ୍ରମଣରେ ନିପାତ ହୋଇଛନ୍ତି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି , ଆମେ ଇରାନୀ ଆତଙ୍କବାଦୀ ଶାସନର ଠିକଣା ଉପରେ ଜୋରଦାର ଆକ୍ରମଣ କରିବା ଜାରି ରଖିଛୁ। କାଲି ରାତିରେ , ଆମେ ଆଇଆରଜିସି ନୌସେନାର କମାଣ୍ଡରଙ୍କୁ ହତ୍ୟା କରିଛୁ। ଏହି ବ୍ୟକ୍ତିଙ୍କ ହାତ ବହୁତ ଲୋକଙ୍କ ରକ୍ତରେ ରଙ୍ଗେଇ ହୋଇଥିଲା। ହୋର୍ମୁଜ ପ୍ରଣାଳୀକୁ ଅବରୋଧ କରିବାର ନେତୃତ୍ୱ ମଧ୍ୟ ସେହି ହିଁ ନେଥିଲେ। ଏହା ଆମର ଓ ଆମ ବନ୍ଧୁ , ଆମେରିକା ମଧ୍ୟରେ ସହଯୋଗର ଆଉ ଏକ ଉଦାହରଣ, ଯାହାର ମିଳିତ ଲକ୍ଷ୍ୟ ଯୁଦ୍ଧର ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା।

ସେ ଆହୁରି କହିଛନ୍ତି – ଆମେ ପୂରା ଶକ୍ତିର ସହ , ଇରାନୀ ଆତଙ୍କୀ ଶାସନର ଠିକଣା ଉପରେ ଆକ୍ରମଣ ଜାରି ରଖିଛୁ। ସେ ଏହି ଅପରେସନକୁ ଆମର ଓ ଆମ ସହଯୋଗୀ, ଆମେରିକା ମଧ୍ୟରେ, ଆମର ମିଳିତ ଯୁଦ୍ଧ ଉଦ୍ଦେଶ୍ୟକୁ ପୂରା କରିବା ଦିଗରେ ସହଯୋଗର ଆଉ ଏକ ଉଦାହରଣ ଭାବେ କହିଛନ୍ତି। ଗୁରୁବାର ଇରାନ ଓ ଲେବାନନରୁ ମିସାଇଲ, ରକେଟ୍ ଓ ଡ୍ରୋନ୍ ଆକ୍ରମଣର ଲହରି ପୂରା ଇସ୍ରାଏଲରେ ସାଇରନ ବଜାଇ ଦେଇଛି,ଯେଉଁଥିରେ ଲୋକଙ୍କୁ ଦ୍ୱିପ୍ରହର ସୁଦ୍ଧା ଅନେକ ଥର ସେଲଟରରେ ଲୁଚିବାକୁ ବାଧ୍ୟହେବାକୁ ପଡ଼ିଥିଲା। ଡାକ୍ତରମାନେ ଓ ଉଦ୍ଧାରକାରୀମାନେ କହିଛନ୍ତି , ଗୁରୁବାର ଏହି ସବୁ ଆକ୍ରମଣରେ ଇସ୍ରାଏଲରେ ଅତି କମ୍‌ରେ ୧୦ ଜଣ ଲୋକ ଆହତ ହୋଇଛନ୍ତି , ଏବଂ ସାରା ଦେଶରେ ଅନେକ ସ୍ଥାନରେ ଆକ୍ରମଣ ହୋଇଛି।