ପ୍ରମୂଖ ଖବର
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଆହୁରି ଘମାଘୋଟ ହେବ ଲଢେଇ : ଗାଜା ଦଖଲ କରିବ ଇସ୍ରାଏଲ୍, ନେତନ୍ୟାହୁଙ୍କ ପ୍ରସ୍ତାବକୁ ସୁରକ୍ଷା ପରିଷଦର ମଞ୍ଜୁରି

Published By : Rasmita Pradhan | August 8, 2025 10:47 AM

ନୂଆଦିଲ୍ଲୀ, ୦୮/୦୮ : ଇସ୍ରାଏଲ୍-ହମାସ୍ ଯୁଦ୍ଧକୁ ନେଇ ବଡ଼ ଅପଡେଟ୍। ଆହୁରି ଘମାଘୋଟ ହେବ ଲଢେଇ। ଗାଜା ଉପରେ କବ୍‌ଜା କରିବ ଇସ୍ରାଏଲ୍। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ମିଳିଲା ଗ୍ରୀନ୍ ସିଗନାଲ୍। ଗାଜା ଦଖଲ କରିବା ପ୍ରସ୍ତାବକୁ ଇସ୍ରାଏଲ୍ ସୁରକ୍ଷା ପରିଷଦରୁ ମିଳିଲା ମଞ୍ଜୁରି। ସଙ୍କଟରେ ଲକ୍ଷ ଲକ୍ଷ ପାଲେଷ୍ଟିନୀୟଙ୍କ ଜୀବନ। ଦୀର୍ଘ ୨୨ ମାସ ହେଲା ଇସ୍ରାଏଲ୍ ଓ ଗାଜା ମଧ୍ୟରେ ଲାଗି ରହିଥିବା ରକ୍ତ ସଙ୍ଘର୍ଷ ଆହୁରି ତୀବ୍ର ହେବ। ଗାଜାକୁ ସମ୍ପୂର୍ଣ୍ଣ ଭାବେ ନିଜ ଅକ୍ତିଆରକୁ ନେବାକୁ ଇସ୍ରାଏଲ୍ ସେନା ପ୍ରାଣ ପ୍ରଣେ ଉଦ୍ୟମ କରିବେ। ଗାଜାକୁ ଦଖଲ କରିବା ପରେ ନେତନ୍ୟାହୁ ଆରବ ଦେଶ ହାତକୁ ଟେକିଦେବେ । 

ସୂଚନାନୁଯାୟୀ, ଅଗଷ୍ଟ ୭ରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ସମ୍ପୂର୍ଣ୍ଣ ଗାଜା ପଟ୍ଟିକୁ ନିଜ ଅକ୍ତିଆରକୁ ନେବାକୁ ପ୍ରସ୍ତାବ ଦେଇଥିଲେ। ଇସ୍ରାଏଲର ସୁରକ୍ଷା ପରିଷଦ ଏବେ ଗାଜା ସହର ଦଖଲ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଏହି ପ୍ରସଙ୍ଗରେ ନେତନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ଗାଜା ଅଞ୍ଚଳକୁ ଆରବ ସେନାକୁ ହସ୍ତାନ୍ତର କରିବାକୁ ଚାହୁଁଛି। ସେମାନେ ସେଠାରେ ଶାସନ କରିବେ। ତେବେ ଗାଜା ପଟ୍ଟି କେଉଁ ଦେଶର ସେନାକୁ ହସ୍ତାନ୍ତର କରାଯିବ ସେ ବିଷୟରେ ସେ କୌଣସି ସୂଚନା ଦେଇନାହାନ୍ତି। ନେତନ୍ୟାହୁଙ୍କ ପ୍ରସ୍ତାବକୁ ମଞ୍ଜୁରି ମିଳିବା ପରେ ଗାଜାରେ ସାମରିକ କାର୍ଯ୍ୟାନୁଷ୍ଠାନ ଜୋରଦାର୍ ହେବ। ଗାଜାର ତିନି ଚତୁର୍ଥାଂଶ ଏବେ ଇସ୍ରାଏଲ୍ ଦଖଲରେ ରହିଛି। 

ରିପୋର୍ଟ ଅନୁସାରେ, କୌଣସି ପ୍ରସ୍ତାବ ପାରିତ କରିବାକୁ ହେଲେ ସୁରକ୍ଷା ପରିଷଦକୁ ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଠାରୁ ମଞ୍ଜୁରି ନେବାକୁ ପଡ଼ିବ। ଯାହାକି ଅଗଷ୍ଟ ୧୦ ତାରିଖ ସୁଦ୍ଧା ମିଳିନପାରେ। ସେହିପରି ଗାଜା କବ୍‌ଜା ନେଇ ଆଉ ଏକ ଆକଳନ କରାଯାଉଛି ଯେ, ସାମରିକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପାଲେଷ୍ଟିନୀୟଙ୍କୁ ଗାଜା ଛାଡ଼ିବାକୁ ଚେତାବନୀ ଦିଆଯାଇପାରେ। 

ନେତନ୍ୟାହୁଙ୍କ ନିଷ୍ପତ୍ତିକୁ ଇସ୍ରାଏଲ୍‌ର ବିରୋଧ

ଇସ୍ରାଏଲ୍ ସରକାରଙ୍କ ଗାଜା ଦଖଲ ପ୍ରସ୍ତାବକୁ ଇସ୍ରାଏଲବାସୀ ବିରୋଧ କରୁଛନ୍ତି। ଏହାଦ୍ଵାରା ଇସ୍ରାଏଲ୍ ବନ୍ଧକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ସେମାନଙ୍କ ପରିଜନ ଏହି ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଇସ୍ରାଏଲୀ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଏହା ବନ୍ଧକଙ୍କ ଜୀବନକୁ ବିପଦରେ ପକାଇବ ବୋଲି ଚେତାବନୀ ଦେଇଛନ୍ତି। ଗାଜାରେ ଅପରେସନ୍ ଯୋଗୁଁ ଇସ୍ରାଏଲ ପୂର୍ବରୁ ବିଶ୍ୱସ୍ତରରେ ବିଭିନ୍ନ ଦେଶର ଟାର୍ଗେଟରେ ଅଛି। ଏହାରି ଭିତରେ ଯଦି ସୈନ୍ୟ ଅପରେସନ ଜୋରଦାର୍ ହୁଏ ତାହେଲେ ଇସ୍ରାଏଲ୍ ବିଶ୍ଵ ଦରବାରରେ ଏକ ଘରିଆ ହବାର ସମ୍ଭାବନା ରହିଛି।

କ'ଣ ହେବ ଗାଜାର ଭବିଷ୍ୟତ ?

ନିକଟରେ ଏକ ସାକ୍ଷାତକାର ବେଳେ ନେତନ୍ୟାହୁ ଗାଜା ଦଖଲ ବିଷୟରେ କହିଥିଲେ ଯେ, ସେ ହମାସ୍‌ଠାରୁ ଗାଜାକୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ କରିବେ ଏବଂ ସେଠାକାର ଲୋକମାନଙ୍କୁ ସ୍ୱାଧୀନତା ଦେବେ। ସେ ଗାଜାକୁ ନିୟନ୍ତ୍ରଣ କରିବାକୁ ଚାହୁଁନାହାଁନ୍ତି। ଏହାକୁ ଆରବ ସହଯୋଗୀ ଦେଶଙ୍କୁ ହସ୍ତାନ୍ତର କରିବେ। ଯାହା ଦ୍ୱାରା ସେମାନେ ସେଠାରେ ଶାସନ କରିବେ। ଗାଜାର ଲୋକଙ୍କ ଜୀବନ ଧାରା ସୁଧୁରିବ। ଇସ୍ରାଏଲ୍‌ର ସୁରକ୍ଷା ପ୍ରତି ମଧ୍ୟ କୌଣସି ବିପଦ ରହିବ ନାହିଁ। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.