ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଗାଜା ସ୍କୁଲ ଉପରେ ଇସ୍ରାଏଲ୍‌ର ପ୍ରଚଣ୍ଡ ହମ୍‌ଲା: ୧୭ ମୃତ, ୩୨ରୁ ଅଧିକ ଆହତ

Published By : Prameya | October 25, 2024 9:24 AM

ଗାଜା ସିଟି,୨୫/୧୦: ଗାଜା ଉପରେ ଇସ୍ରାଏଲ୍‌ ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ  ଜାରି ରହିଛି । ଗୁରୁବାର ଏଠାକାର ଏକ ସ୍କୁଲ ଉପରେ ଇସ୍ରାଏଲୀ ଏୟାର ଷ୍ଟ୍ରାଇକ୍‌  ଯୋଗୁ ଛାତ୍ରଛାତ୍ରୀଙ୍କ ସମେତ ୧୭ ଜଣ ପ୍ରାଣ ହରାଇଛନ୍ତି । ୩୨ରୁ ଅଧିକ ଆହତ  ହୋଇଛନ୍ତି । 

ନୁସେରାତ କ୍ୟାମ୍ପରେ ଥିବା ଏକ ଆଶ୍ରୟସ୍ଥଳ ଉପରେ ଏହି ହମ୍‌ଲା  ହୋଇଛି । ସ୍କୁଲକୁ ଆଶ୍ରୟସ୍ଥଳରେ ପରିଣତ କରାଯାଇଥିଲା । ମୃତକଙ୍କ ମଧ୍ୟରେ ୭ ବର୍ଷୀୟ ହମାଦ, ୮ ବର୍ଷୀୟ ମହମ୍ମଦ, ୯ ବର୍ଷୀୟ ମୋତାସିମ୍‌ ଓ ୫ ବର୍ଷୀୟ ମଲାକ୍‌  ରହିଛି । ଦୁଇ ମହିଳାଙ୍କ ସହ ୧୧ ମାସର ଜଣେ ପିଲା ବି ପ୍ରାଣ ହରାଇଛି । ତେବେ  ପ୍ରଥମ ଥର ପାଇଁ ଗାଜାର ସ୍କୁଲ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିନାହିଁ । ବର୍ତ୍ତମାନ  ଏହା ସ୍କୁଲଗୁଡ଼ିକୁ ଅଧିକ ଟାର୍ଗେଟ୍‌ କରୁଛି । ବିଭିନ୍ନ ସ୍ଥାନରୁ ବିସ୍ଥାପିତ ହୋଇ ଆସିଥିବା  ପରିବାରଗୁଡ଼ିକ ସ୍କୁଲ୍‌କୁ ନିରାପଦ ଭାବି ଆଶ୍ରୟ ନେଉଥିବା ବେଳେ ଇସ୍ରାଏଲ୍‌ ସେନାର  ଆଖି ସେମାନଙ୍କ ଉପରେ ପଡ଼ିଛି । ଏଠାରେ ଆତଙ୍କୀମାନେ ଲୁଚିଥିବା ଅଭିଯୋଗ କରି  ଇସ୍ରାଏଲ୍‌ ଏମାନଙ୍କୁ ଟାର୍ଗେଟ୍‌ କରୁଛି । ଅସ୍ଥାୟୀ ଶିବିର ଏବଂ ଆଶ୍ରୟସ୍ଥଳ ଉପରେ  ବର୍ତ୍ତମାନ ଜୋରଦାର ଆକ୍ରମଣ କରାଯାଉଛି । ଏଭଳି ସ୍ଥିତିରେ କେନ୍ଦ୍ରୀୟ ଗାଜାରେ ଥିବା  ଡେର୍‌ ଏଲ୍‌-ବଲାହ ସହରରେ ସାଙ୍ଘାତିକ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି ।  ଲୋକମାନେ ଖାଇବାକୁ ନ ପାଇ ଡହଳବିକଳ ହେଉଛନ୍ତି । ଆଜି ସହରର ଏକ  ବେକରି ସପ୍‌ ଖୋଲିବା ପରେ ଏହା ସମ୍ମୁଖରେ ହଜାର ହଜାର ଲୋକ ଭିଡ଼  ଜମାଇଥିଲେ । କିନ୍ତୁ କିଛି କ୍ଷଣ ପରେ ଦୋକାନ ଖାଲି ହୋଇଯାଇଥିଲା । ଫଳରେ  ଲୋକମାନେ ଭୋକିଲା ପେଟରେ ଫେରିଥିଲେ । ଏହି ଦୃଶ୍ୟ ଅତ୍ୟନ୍ତ ଦୟନୀୟ ଥିଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.