ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଇରାନର ୪୦ ୟୁଏଭି ଖସାଇଲା ଇସ୍ରାଏଲର ବାୟୁସେନା, ଜାରି କଲା ଭିଡିଓ

Published By : Tapas Panda | June 21, 2025 11:00 PM

Image Courtesy: ndtv

ନୂଆଦିଲ୍ଲୀ: ଇସ୍ରାଏଲୀ ବାୟୁସେନା (IAF) ଗତକାଲି ରାତିରୁ ଇରାନର ମାନବ ରହିତ ବାୟୁଯାନ (UAV)କୁ ଖସାଇ ଦେଇଥିବା ଦାବି କରିଛି । ଇସ୍ରାଏଲର ବାୟୁସେନା ଏହାର ଏକ ଭିଡିଓ ମଧ୍ୟ ଜାରି କରିଛି । ଇସ୍ରାଏଲୀ ବାୟୁସେନା ଅନୁସାରେ, ସାରା ରାତି ଇରାନ ଡ୍ରୋନ୍ ମାଡ କରିଥିଲା । ସେଥିମଧ୍ୟରୁ ୪୦ଟିକୁ ନଷ୍ଟ କରିଦିଆ ଯାଇଛି । ଅପରେସନ୍ ରାଇଜିଂ ଲାୟନ୍ ଆରମ୍ଭ ହେବା ପରଠାରୁ ୪୭୦ ରୁ ଅଧିକ ୟୁଏଭିକୁ ନଷ୍ଟ କରାଯାଇଛି । ପ୍ରାୟ ୯୯% ସଫଳତା ପାଇଛି ଇସ୍ରାଏଲ ବାୟୁସେନା । 

 ୟୁଏଭି ବା ମାନବ ରହିତ ବାୟୁଯାନ । ସାଧାରଣ ଭାଷାରେ ଏହାକୁ "ଡ୍ରୋନ୍" କୁହାଯାଏ। ଏଗୁଡ଼ିକ ଏପରି ବିମାନ ଯାହାକୁ ଉଡ଼ାଇବା ପାଇଁ ପାଇଲଟଙ୍କ ଆବଶ୍ୟକତା ନାହିଁ । ଏଗୁଡ଼ିକ ରିମୋଟ୍ କଣ୍ଟ୍ରୋଲ୍ କିମ୍ବା ସାଟେଲାଇଟ୍ ସିଷ୍ଟମ୍ ମାଧ୍ୟମରେ ଦୂରରୁ ପରିଚାଳିତ ହୁଏ । ଆଜିକାଲି ଏହା ମୁଖ୍ୟତଃ ସାମରିକ ଯୁଦ୍ଧରେ ବ୍ୟବହୃତ ହେଉଛି । ଏହା ଦ୍ବାରା ଶତ୍ରୁର ଠିକଣା ଉପରେ ଆକ୍ରମଣ କରାଯାଉଛି । ଏପରିକି ଏହା ସାହାଯ୍ୟରେ, ଅସ୍ତ୍ରଶସ୍ତ୍ର କିମ୍ବା ଗୁଳିଗୋଳା ସଠିକ୍‌ ଠିକଣାରେ ପକାଇ ହେବ । ତେବେ ଏଭଳି ଡ୍ରୋନ୍‌କୁ ମଧ୍ୟ ଅନ୍ୟ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହାକୁ ଫସଲ ତଦାରଖ ଏବଂ କୃଷିରେ ସହାୟତା, ବିପର୍ଯ୍ୟୟ ପରିଚାଳନା, ଫିଲ୍ମ ଏବଂ ଗଣମାଧ୍ୟମରେ ଭିଡିଓ ସୁଟିଂ ଆଦି କାର୍ଯ୍ୟରେ ବ୍ୟବହାର କରାଯାଉଛି । 

 ଡ୍ରୋନଗୁଡ଼ିକ କ୍ୟାମେରା, ସେନ୍ସର, GPS, ମୋଟର ଏବଂ ନିୟନ୍ତ୍ରକ ସହିତ ସଜ୍ଜିତ । ଏହାକୁ ଭୂମିରୁ କମ୍ପ୍ୟୁଟର କିମ୍ବା ନିୟନ୍ତ୍ରଣ ରିମୋଟ୍ ମାଧ୍ୟମରେ ଉଡ଼ାଯାଏ । କିଛି ଡ୍ରୋନ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ। ପୂର୍ବ-ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ଅଭିମୁଖେ ଗତି କରିପାରେ । ଏହା ଶତ୍ରୁ ସ୍ଥାନ ଉପରେ ଆକ୍ରମଣ କରିବା ପାଇଁ ସର୍ବୋତ୍ତମ ବିକଳ୍ପ ବୋଲି କୁହାଯାଉଛି । ଏହା ସହିତ ଅନେକ ଆତ୍ମଘାତୀ ଡ୍ରୋନ ଅଛି, ଯାହା ଲକ୍ଷ୍ୟସ୍ଥଳକୁ ଯାଇ ବୋମା ଭଳି ବିସ୍ଫୋରଣ ହୁଏ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.