ପ୍ରମୂଖ ଖବର
  • କଟକ : ଟ୍ରକ୍‌ ଧକ୍କାରେ ବାପ ପୁଅଙ୍କ ମୃତ୍ୟୁ, ଡ୍ରାଇଭର ଫେରାର
  • ||
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ଯୁଦ୍ଧ ବିରତି ଲାଗୁ ହେବାରେ ବିଳମ୍ବ, ଇସ୍ରାଏଲ ଆକ୍ରମଣରେ ୮୨ଜଣ ମୃତ, ବଢ଼ିପାରେ ମୃତ୍ୟୁସଂଖ୍ୟା

Published By : Prameya | January 17, 2025 10:35 AM

ଗାଜାସିଟି,୧୭/୦୧: ହମାସ ସହ ଯୁଦ୍ଧବିରତିକୁ ନେଇ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଇସ୍ରାଏଲ ଗୁରୁବାର ଗାଜାର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି । ବିମାନ ଓ ଡ୍ରୋନରୁ ବୋମା ବର୍ଷା ସହ ଗୋଳାମାଡ଼ରେ  ୮୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତକଙ୍କ  ମଧ୍ୟରେ ୨୧ ପିଲା ଓ ୨୫ ଜଣ ମହିଳା ଅଛନ୍ତି । ଏଥିସହ ଆକ୍ରମଣରେ ଅନେକ  ଅଟ୍ଟାଳିକା ଧ୍ୱଂସ ପାଇଯାଇଛି । ଧ୍ୱଂସସ୍ତୁପ ଭିତରେ ଆହୁରି ଅନେକ ଲୋକ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଇସ୍ରାଏଲ  ଓ ହମାସ ମଧ୍ୟରେ ଯୁଦ୍ଧବିରତିକୁ ନେଇ  ସହମତି ପ୍ରକାଶ ପାଇବା ପରେ ଗାଜାରେ  ଲୋକମାନେ ଉତ୍ସବ ମନାଇଥିଲେ । ହେଲେ ମାତ୍ର ୨ ଘଣ୍ଟା ଭିତରେ ସବୁ ଉତ୍ସାହ ଓ ଖୁସି  ଲୁହରେ ଧୋଇଯାଇଥିଲା । 

ସେପଟେ ଦୋହା  ଠାରେ କତାର, ଇଜିପ୍ଟ ଓ ଆମେରିକାର  ମଧ୍ୟସ୍ଥତାରେ ଇସ୍ରାଏଲ ଏବଂ ହମାସ ପ୍ରତିନିଧିଙ୍କ ମଧ୍ୟରେ ଯୁଦ୍ଧବିରତି ନେଇ ସହମତି ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ ।  କାରଣ ଯୁଦ୍ଧବିରତି ପ୍ରସ୍ତାବକୁ ଇସ୍ରାଏଲ ସୁରକ୍ଷା କ୍ୟାବିନେଟ ଅନୁମୋଦନ  କରିନାହିଁ । ହମାସ ଯୁଦ୍ଧବିରତି ବୁଝାମଣାରୁ ଦୂରେଇ ଯାଇଥିବାର ଅଭିଯୋଗ ଆଣି  ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗୁରୁବାର ଅପରାହ୍ନ ୩ଟାରେ ହେବାକୁ  ଥିବା କ୍ୟାବିନେଟ ବୈଠକକୁ ବାତିଲ କରିଦେଇଛନ୍ତି । 

ସେ ଅଭିଯୋଗ କରିଛନ୍ତି  ଯେ ହମାସ ଯୁଦ୍ଧବିରତି ବୁଝାମଣାରୁ ପଛକୁ ହଟିବାକୁ ଉଦ୍ୟମ କରୁଛି ଓ ନୂଆ  ନୂଆ ଦାବି ମଧ୍ୟ ଉଠାଉଛି । ଅନ୍ୟପକ୍ଷରେ ନେତନ୍ୟାହୁଙ୍କ ଏଭଳି ଅଭିଯୋଗକୁ  ହମାସ ଖଣ୍ଡନ କରିଛି । ଦୁଇଦେଶର ପ୍ରତିନିଧିଙ୍କ ମଧ୍ୟରେ ଯେଉଁ ବୁଝାମଣା  ହୋଇଥିବା ତା ଉପରେ ହମାସ୍‌ ଏବେ ବି କାଏମ ରହିଥିବା ନେଇ ଦାବି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.