ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଗାଜା ଯୁଦ୍ଧରେ ଇସ୍ରାଏଲ୍‌ର କମାଣ୍ଡର ଡାକ୍‌ସା ମୃତ

Published By : Prameya | October 21, 2024 10:11 AM

ଗାଜା ସିଟି,୨୧/୧୦: ଉତ୍ତର ଗାଜାରେ  ଘମାଘୋଟ ଲଢ଼େଇ ବେଳେ ହମାସ୍‌ ହମଲାରେ  ରବିବାର ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସେସ୍‌  (ଆଇଡିଏଫ୍‌)ର ଜଣେ କମାଣ୍ଡର ପ୍ରାଣ  ହରାଇଛନ୍ତି । ତାଙ୍କ ନାମ କଲୋନେଲ୍‌ ଏହସାନ୍‌  ଡାକ୍‌ସା (୪୧) । ଉତ୍ତର ଗାଜାରେ ମୁତୟନ  ୪୦୧ତମ ସଶସ୍ତ୍ର ବ୍ରିଗେଡ୍‌ର ସେ କମାଣ୍ଡର  ଥିଲେ । ହମାସ୍‌ ଆତଙ୍କୀମାନେ ଇସ୍ରାଏଲ୍‌ର ଏକ ଟ୍ୟାଙ୍କ୍‌ ଉପରେ ବିସ୍ଫୋରଣ ଘଟାଇଥିଲେ ।  ଫଳରେ ଏହା ଧ୍ୱଂସ ହୋଇଯାଇଥିଲା । ଟ୍ୟାଙ୍କ୍‌  ନିକଟରୁ ଡାକ୍‌ସାଙ୍କ ମୃତଦେହ ଉଦ୍ଧାର କରିଛି  ଆଇଡିଏଫ୍‌ । ଏହାପରେ ଆଇଡିଏଫ୍‌   ୪୦୧ତମ ବ୍ରିଗେଡ୍‌ର କାମଚଳା କମାଣ୍ଡର ଭାବେ  ୧୬୨ତମ ଡିଭିଜନ୍‌ର ଡେପୁଟି ମୁଖ୍ୟ କଲୋନେଲ୍‌  ମୀର୍‌ ବାଇଡର୍‌ମ୍ୟାନ୍‌ଙ୍କୁ ନିଯୁକ୍ତ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.