ଗାଜା ସିଟି,୨୧/୧୦: ଉତ୍ତର ଗାଜାରେ  ଘମାଘୋଟ ଲଢ଼େଇ ବେଳେ ହମାସ୍‌ ହମଲାରେ  ରବିବାର ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସେସ୍‌  (ଆଇଡିଏଫ୍‌)ର ଜଣେ କମାଣ୍ଡର ପ୍ରାଣ  ହରାଇଛନ୍ତି । ତାଙ୍କ ନାମ କଲୋନେଲ୍‌ ଏହସାନ୍‌  ଡାକ୍‌ସା (୪୧) । ଉତ୍ତର ଗାଜାରେ ମୁତୟନ  ୪୦୧ତମ ସଶସ୍ତ୍ର ବ୍ରିଗେଡ୍‌ର ସେ କମାଣ୍ଡର  ଥିଲେ । ହମାସ୍‌ ଆତଙ୍କୀମାନେ ଇସ୍ରାଏଲ୍‌ର ଏକ ଟ୍ୟାଙ୍କ୍‌ ଉପରେ ବିସ୍ଫୋରଣ ଘଟାଇଥିଲେ ।  ଫଳରେ ଏହା ଧ୍ୱଂସ ହୋଇଯାଇଥିଲା । ଟ୍ୟାଙ୍କ୍‌  ନିକଟରୁ ଡାକ୍‌ସାଙ୍କ ମୃତଦେହ ଉଦ୍ଧାର କରିଛି  ଆଇଡିଏଫ୍‌ । ଏହାପରେ ଆଇଡିଏଫ୍‌   ୪୦୧ତମ ବ୍ରିଗେଡ୍‌ର କାମଚଳା କମାଣ୍ଡର ଭାବେ  ୧୬୨ତମ ଡିଭିଜନ୍‌ର ଡେପୁଟି ମୁଖ୍ୟ କଲୋନେଲ୍‌  ମୀର୍‌ ବାଇଡର୍‌ମ୍ୟାନ୍‌ଙ୍କୁ ନିଯୁକ୍ତ କରିଛି ।