ପ୍ରମୂଖ ଖବର
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି, ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ

Published By : Ankita S | July 21, 2025 8:29 AM

ନୂଆଦିଲ୍ଲୀ,୨୧/୦୭: ୨୧ ମାସ ଧରି ଚାଲୁଥିବା ଯୁଦ୍ଧ ଗାଜାରେ ଧ୍ୱଂସ ଲୀଳା ରଚିଛି । ଧନ-ଜୀବନ ନଷ୍ଟ ହୋଇଛି । ଭୋକରେ ଡ଼ହଳ ବିକଳ ହେଉଛନ୍ତି ଲୋକ । ରିଲିଫ୍ ସାମଗ୍ରୀକୁ ଅପେକ୍ଷା କରି ରହିଥିବା ବେଳେ ଇସ୍ରାଏଲ ହମଲାରେ ୬୭ ପାଲେଷ୍ଟୀନିୟଙ୍କର ମୃତ୍ୟୁ ହୋଇଛି ।

କତରରେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ଆଲୋଚନା ଭିତରେ ଗାଜାରେ ହିଂସା ଥମିବାର ନାମ ନେଉନାହିଁ । ରବିବାର ଉତ୍ତର ଗାଜାରେ ଇସ୍ରାଏଲ ସେନାରେ ଫୟାରିଂରେ ରିଲିଫ୍ ସାମଗ୍ରୀ ପାଇଁ ଅପେକ୍ଷା କରି ରହିଥିବା ୬୭ ପାଲେଷ୍ଟୀନିୟଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଘଟଣାର ପୃଷ୍ଟି କରି କହିଛି ।

କ୍ଷୁଧା ଆଶଙ୍କା ବୃଦ୍ଧି- ସଂଯୁକ୍ତ ରାଷ୍ଟ୍ର ଏଜେନ୍ସିଂ ଡବ୍ଲ୍ୟୁଏଫପି କହିଛି ଯେ, ରିଲିଫ୍ ସାମଗ୍ରୀ ଧରି ସେମାନଙ୍କର ୨୫ ଟ୍ରକ ଗାଜାରେ ପ୍ରବେଶ କରିବା ମାତ୍ରେ ଲୋକଙ୍କ ଭିଡ଼ ଜମା ହୋଇଥିଲା। ଏହି ସମୟରେ ଗୁଳିଚାଳନା ହୋଇଥିଲା । ସେହି ସମୟରେ, ଗାଜାରେ ରହୁଥିବା ଲୋକମାନେ କହିଥିଲେ ଯେ, ବର୍ତ୍ତମାନ ଅଟା ଭଳି ମୌଳିକ ଜିନିଷ ପାଇବା ଅସମ୍ଭବ ହୋଇଗଲାଣି । ନୋପ୍ ଲିଓ ଗାଜାରେ କ୍ୟାଥୋଲିକ ଚର୍ଚ୍ଚ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି, ଯେଉଁଥିରେ ତିନି ଜଣ ଲୋକ ପ୍ରାଣ ହରାଇଥିଲେ। ସେ 'ଯୁଦ୍ଧର ବର୍ବରତା' ଶେଷ କରିବାକୁ ଅନୁରୋଧ କରିଛନ୍ତି ।

ସଂଯୁକ୍ତ ରାଷ୍ଟ୍ର ଏବଂ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇଛନ୍ତି ଯେ, ଗାଜା ଅନାହାର ଦ୍ୱାରରେ ପହଞ୍ଚିଛି । ଏଯାବତ୍ ୭୧ ଜଣ ଶିଶୁ କୁପୋଷଣ ଯୋଗୁଁ  ଅଖି ବୁଜିଛନ୍ତି । ୬୦ ହଜାର ଶିଶୁ କୁପୋଷଣର ଲକ୍ଷଣରେ ପୀଡିତ ଅଛନ୍ତି । ଗତ ୨୪ ଘଣ୍ଟାରେ, ୧୯ ଜଣ ଲୋକ ଭୋକ ପାଇଁ ଆଖି ବୁଜିଛନ୍ତି । ଇସ୍ରାଏଲ୍ ସେନା ଗାଜାର ଦିର ଅଲ-ବାଲାହରେ ଲିଫଲେଟ୍ ପକାଇ ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ଚେତାବନୀ ଦେଇଥିଲା ।

ଗଲାଣି ୫୮ ହଜାରରୁ ଅଧିକ ଜୀବନ- ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୫୮,୦୦୦ରୁ ଅଧିକ ପାଲେଷ୍ଟାଇନୀ ପ୍ରାଣ ହରାଇଛନ୍ତି ।  ଲକ୍ଷ ଲକ୍ଷ ସାଧାରଣ ନାଗରିକ ବିସ୍ତାପିତ ହୋଇଛନ୍ତି । ଗାଜା ଏବେ ମାନବୀୟ ସଂଙ୍କଟର ସମ୍ମୁଖୀନ ହୋଇଛି । 

ଯୁଦ୍ଧବିରତି ଚୁକ୍ତିନାମା ଉପରେ ଆଲୋଚନା ଅଟକିଛି- କତରରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ୬୦ ଦିନିଆ ଯୁଦ୍ଧବିରତି ଏବଂ ବନ୍ଧକ ଚୁକ୍ତିନାମା ଉପରେ ଆଲୋଚନା ଚାଲିଛି । ହେଲେ କିଛି  ନିଷ୍କର୍ଷ ବାହାରୁନାହିଁ । ରବିବାର ଗାଜା ସୀମା ନିକଟରେ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ଇସ୍ରାଏଲୀ ସେନା ତାର ସାମରିକ ଅଭିଯାନ ଜାରି ରଖିବ ବୋଲି କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.