ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଇସ୍ରୋର ବଡ଼ ଉପଲବ୍ଧି, ଅନ୍ତରୀକ୍ଷରେ ଅନଡକିଂ ପ୍ରକ୍ରିୟା ସଫଳ

Published By : Tapas Panda | March 13, 2025 5:29 PM

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ISRO)କୁ ବଡ଼ ସଫଳାତ ମିଳିଛି । ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଦୁଇ ପାଦ ଆଗକୁ ବଢ଼ିଛି ଇସ୍ରୋ । ମହାକାଶରେ ଦୁଇଟି ଉପଗ୍ରହକୁ ଯୋଡ଼ିବା ଏବଂ ଅଲଗା କରିବା ନେଇ ଇସ୍ରୋର SpaDeX ମିଶନ୍‌ ସଫଳ ହୋଇଛି ।  ଦୁଇଟି ଉପଗ୍ରହକୁ ସଫଳତାର ସହ ଅନଡକ୍ (ଅଲଗା) କରିପାରିଛି ଇସ୍ରୋ ।  ଯାହା ଭାରତ ପାଇଁ ଏକ ପ୍ରମୁଖ ସଫଳତା । ଏହି ସଫଳତା ଭବିଷ୍ୟତରେ ଚନ୍ଦ୍ରଯାନ-୪, ଗଗନଯାନ ଏବଂ ଭାରତୀୟ ମହାକାଶ କେନ୍ଦ୍ର (BAS) ଭଳି ମିଶନକୁ ସାହାଯ୍ୟ କରିବ । SpaDeX (ସ୍ପେସ୍ ଡକିଂ ପରୀକ୍ଷଣ) ଏକ ସ୍ୱତନ୍ତ୍ର ମିଶନ। । ଏହା ଦ୍ବାରା ଦୁଇଟି ଉପଗ୍ରହକୁ ମହାକାଶରେ ଡକ୍ ଏବଂ ତା’ପରେ ଅନଡକ୍ ଲାଗି ରକ୍ଷ୍ୟ ରଖାଯାଇଥିଲା । ଏହି ପ୍ରଯୁକ୍ତିବିଦ୍ୟା ଭବିଷ୍ୟତର ମହାକାଶ ମିଶନ ଯେପରିକି ମହାକାଶ ଷ୍ଟେସନ ନିର୍ମାଣ, ଉପଗ୍ରହ ମରାମତି ଏବଂ ଗଭୀର ମହାକାଶକୁ ମିଶନ ପଠାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

୩୦ ଡିସେମ୍ବର ୨୦୨୪ରେ ଶ୍ରୀହରିକୋଟାରୁ PSLV-C60 ରକେଟ୍ ସାହାଯ୍ୟରେ SDX-01 (ଚେଜର୍) ଏବଂ SDX-02 (ଟାର୍ଗେଟ୍) ନାମକ ଦୁଇଟି ଉପଗ୍ରହ ଉତକ୍ଷେପଣ ହୋଇଥିଲା। ପରବର୍ତ୍ତୀ ସମୟରେ ଜାନୁଆରୀ ୧୬, ୨୦୨୫ରେ ISRO ସଫଳତାର ସହ ଏହି ଦୁଇଟି ଉପଗ୍ରହକୁ ପରସ୍ପର ସହିତ ସଂଯୋଗ କରିଥିଲା । ଆମେରିକା, ରୁଷ ଏବଂ ଚୀନ୍ ପରେ ଭାରତ ଏହି ପ୍ରଯୁକ୍ତି ହାସଲ କରିବାରେ ବିଶ୍ୱର ଚତୁର୍ଥ ଦେଶ ପାଲଟିଥିଲା ।  ଏହା ପରେ ମାର୍ଚ୍ଚ ୧୩, ୨୦୨୫ରେ ISRO ସଫଳତାର ସହ ଏହି ଦୁଇଟି ଉପଗ୍ରହକୁ ପୃଥକ କରିଛି । ଏହା ଦ୍ବାରା ଜଟିଳ ମହାକାଶ ଅଭିଯାନ ପରିଚାଳନା କରିବାରେ ଭାରତ ପାରଙ୍ଗମ ବୋଲି ବିଶ୍ବକୁ ସନ୍ଦେଶ ଯାଇଛି ।

ଏହି ପ୍ରଯୁକ୍ତି ଭବିଷ୍ୟତର ମହାକାଶ ମିଶନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଇସ୍ରୋର ଏହି ସଫଳତା ସହିତ ଏହା ସ୍ପଷ୍ଟ ହୋଇଛି ଯେ, ଭାରତ ଏବେ ବଡ଼ ଏବଂ ଉନ୍ନତ ମହାକାଶ ମିଶନ ପାଇଁ ପ୍ରସ୍ତୁତ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଇସ୍ରୋକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ସେ ଭାରତର ମହାକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସମର୍ଥନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି । ତେବେ ୟୁଆର ରାଓ ସାଟେଲାଇଟ୍ ସେଣ୍ଟର (ୟୁଆରଏସସି) ଏବଂ ଅନ୍ୟାନ୍ୟ ଇସ୍ରୋ କେନ୍ଦ୍ର ମିଳିତ ଭାବରେ ସ୍ପେଡେକ୍ସ ମିଶନ ବିକଶିତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.