ନୂଆଦିଲ୍ଲୀ,୦୨/୧୧: ବଡ଼ ସଫଳତା ପଥରେ ଇସ୍ରୋ । 'ବାହୁବଳୀ' କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଲଞ୍ଚ ହେବ ରକେଟ୍ CMS-03 । ଏହି ଉତ୍କ୍ଷେପଣ ଭାରତୀୟ ମହାକାଶ ସଂସ୍ଥା ମହାକାଶ ଜଗତରେ ଏକ ନୂଆ କାହାଣୀ ଲେଖିବ । ୪,୦୦୦ କିଲୋଗ୍ରାମରୁ ଅଧିକ ଓଜନର ଏହି ସାଟେଲାଇଟ ଆଜି ଦେଶର ସବୁଠାରୁ ଶକ୍ତିଶାଳୀ LVM3-M5 ରକେଟ୍ ସାହାଯ୍ୟରେ ମହାକାଶକୁ ଉତକ୍ଷେପଣ ହେବ । ସନ୍ଧ୍ୟା ୫:୨୬ ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହେବ ସିଏମଏସ-୩୦ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଏହି ଗୁରୁତ୍ୱପୂର୍ଣ୍ଣ ମିଶନ୍ ନେଇ ସବୁ ବ୍ୟବସ୍ଥା ଠିକ୍ ଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତୀୟ ମାଟିରୁ ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର ଅରବିଟ୍କୁ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଓଜନିଆ କମୁନିକେସନ ସାଟେଲାଇଟ ହେବ । ଏହି ଉପଗ୍ରହ ମୁଖ୍ୟତଃ ଭାରତୀୟ ନୌସେନା ପାଇଁ ନିର୍ମିତ ହୋଇଛି । ଏହା ଜାହଜ, ବୁଡ଼ା ଜାହଜ ଏବଂ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ । ସାମୁଦ୍ରିକ ଏବଂ ରଣନୈତିକ ସଂଯୋଗ ବୃଦ୍ଧିରେ ଏହା ଭୂମିକା ରହିବ । ଏହି ମିଶନ ଦ୍ୱାରା ଭାରତର ମହାକାଶଭିତ୍ତିକ ସାମିରିକ ଓ ବେସାମରିକ ବ୍ୟବସ୍ଥା ମଜଭୁତ ହେବ । ଭବିଷ୍ୟତରେ ହେବାକୁ ଥିବା ଗଗନଯାନ ମିଶନ ପାଇଁ ମଧ୍ୟ ସହାୟକ ହେବ ।
Launch Day for #LVM3M5. India’s heavy-lift rocket launches #CMS03 today at 17:26 IST.
— ISRO (@isro) November 2, 2025
Youtube URL: https://t.co/gFKB0A1GJE
🗓️ 2 Nov 2025 (Sunday)
🕔 4:56 PM IST onwards
For more Information Visithttps://t.co/yfpU5OTEc5 pic.twitter.com/NB46ZT1Pwb
ରିପୋର୍ଟ ଅନୁଯାୟୀ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ଯୋଗାଯୋଗ ଉପଗ୍ରହ CMS-03ର ଓଜନ ୪,୪୧୦ କିଲୋଗ୍ରାମରୁ ଅଧିକ ହେବ । ଉପଗ୍ରହକୁ LVM3-M5 ରକେଟ୍ ସାହାଯ୍ୟରେ ମହାକାଶକୁ ପଠାଯିବ । ଓଜନିଆ ହୋଇଥିବାରୁ ଏହା ନାମ ବାହୁବଳୀ ରକେଟ୍ ନାମ ଦିଆଯାଇଛି । ISRO ମିଶନର ଉଦ୍ଦେଶ୍ୟ ବାବଦରେ ସୂଚନା ଦେଇ କହିଛି କି, ଭାରତୀୟ ସ୍ଥଳଭାଗ ସମେତ ଏକ ବିସ୍ତୃତ ସମୁଦ୍ର ଅଞ୍ଚଳରେ ସେବା ଯୋଗାଇବା ପାଇଁ ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ CMS-03 ଉତ୍କ୍ଷେପଣ ହେବ । LVM-3 ରକେଟ୍ ପୂର୍ବରୁ ଚନ୍ଦ୍ରାୟଣ-3 ସଫଳତାର ସହ ଉତକ୍ଷେପଣ କରିଥିଲା, ଯାହା ଫଳରେ ଭାରତ ୨୦୨୩ ମସିହାରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫଳତାର ସହ ଅବତରଣ କରିଥିବା ପ୍ରଥମ ଦେଶ ହୋଇଥିଲା । LVM-3 ମହାକାଶଯାନ, ଏହାର ଶକ୍ତିଶାଳୀ କ୍ରାୟୋଜେନିକ୍ ପର୍ଯ୍ୟାୟ ସହିତ, GTOକୁ ୪ ହଜାର କିଲୋଗ୍ରାମ ଏବଂ ପୃଥିବୀର ନିମ୍ନ କକ୍ଷପଥକୁ ୮,୦୦୦ କିଲୋଗ୍ରାମର ପେଲୋଡ୍ ବହନ କରିବାରେ ସକ୍ଷମ ।