ପ୍ରମୂଖ ଖବର
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

'ମିଶନ ୨୦୨୮' ପାଇଁ ଭାରତର ପ୍ରସ୍ତୁତି, ଭାରତୀୟ ସ୍ପେସ୍ ଷ୍ଟେସନର ମଡ୍ୟୁଲ୍-୧ ଲଞ୍ଚ କଲା ଇସ୍ରୋ

Published By : Harapriya Sethi | August 23, 2025 10:34 AM

ନୂଆଦିଲ୍ଲୀ, ୨୩/୦୮: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ମହାକାଶ ଦିବସ ସମାରୋହରେ ଭାରତୀୟ ସ୍ପେସ୍ ଷ୍ଟେସନ (BAS) ମଡ୍ୟୁଲର ଏକ ମଡେଲର ଶୁଭାରମ୍ଭ ହୋଇଛି। ୨୦୨୮ ସୁଦ୍ଧା ସ୍ୱୟଂ ନିର୍ମିତ ସ୍ପେସ୍ ଷ୍ଟେସନ BASର ପ୍ରଥମ ମଡ୍ୟଲକୁ ଲଞ୍ଚ କରିବାକୁ ଭାରତ ଯୋଜନା କରୁଛି । ଏହା ଭାରତକୁ କକ୍ଷପଥ ପ୍ରୟୋଗଶାଳା ପରିଚାଳନା କରୁଥିବା ଦେଶମାନଙ୍କ ଗୋଷ୍ଠୀରେ ସାମିଲ କରିବ ।

ବର୍ତ୍ତମାନ ୨ଟି କକ୍ଷପଥ ପ୍ରୟୋଗଶାଳା ରହିଛି । ୫ଟି ଅନ୍ତରୀକ୍ଷ ଏଜେନ୍ସି ଦ୍ୱାରା ସଂଚାଳିତ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ (ISS) ଏବଂ ଚୀନ୍‌ର ତିୟୋଗୋଙ୍ଗ ସ୍ପେସ୍ ଷ୍ଟେସନ । ଅନ୍ତରୀକ୍ଷ କ୍ଷେତ୍ର ପାଇଁ ନିଜର ମହତ୍ତ୍ୱାକାଂକ୍ଷୀ ଯୋଜନାରେ, ଭାରତ ୨୦୩୫ ପର୍ଯ୍ୟନ୍ତ ଭାରତୀୟ ସ୍ପେସ୍ ଷ୍ଟେସନର ୫ଟି ମଡ୍ୟୁଲ ସ୍ଥାପନ କରିବା ପାଇଁ ଯୋଜନା କରୁଛି । 

୪୫୦ କିଲୋମିଟର ଉପରେ ପୃଥିବୀ ତଳ କକ୍ଷରେ ସ୍ଥାପନ ହେବ-

BAS-୦୧ର ଓଜନ ୧୦ ଟନ୍ ହୋଇଥିବା ଆଶା କରାଯାଉଛି । ଏହାକୁ ପୃଥିବୀରୁ ୪୫୦ କିଲୋମିଟର ଉପରେ ଥିବା ପୃଥିବୀର ତଳ କକ୍ଷରେ ସ୍ଥାପନ ହେବ । ଏହାର ମୁଖ୍ୟ ବିଶେଷତା ମଧ୍ୟରେ ଶ୍ୱଦେଶୀ ରୂପରେ ବିକଶିତ ପର୍ଯ୍ୟାବରଣ ନିୟନ୍ତ୍ରଣ ଏବଂ ଜୀବନ ସମର୍ଥନ ପ୍ରଣାଳୀ (ECLSS), ଭାରତ ଡକିଂ ସିଷ୍ଟମ, ଭାରତ ବର୍ଥିଙ୍ଗ ମେକାନିଜ୍ମ ,ସ୍ୱୟଂଚାଳିତ ହ୍ୟାଚ ସିଷ୍ଟମ, ମାଇକ୍ରୋ- ଗ୍ରାଭିଟି ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ପାଇଁ ପ୍ଲାଟଫର୍ମ, ବୈଜ୍ଞାନିକ ଇମେଜିଂ ଏବଂ ଚାଳକଙ୍କ ମନୋରଞ୍ଜନ ପାଇଁ ଭ୍ୟୁପୋର୍ଟ ସାମିଲ ହୋଇଛି । ଭାରତୀୟ ସ୍ପେସ୍ ଷ୍ଟେସନରେ ପ୍ରୋପଲ୍ସନ ଏବଂ ECLSS ତରଳ ପଦାର୍ଥ ଭରିବା ପାଇଁ, ବିକିରଣ , ସୂକ୍ଷ୍ଣ ଉଲ୍କାପିଣ୍ଡ ରକ୍ଷପଥ ମଲବା (MMOD) ସଂରକ୍ଷଣ, ଅନ୍ତରୀକ୍ଷ ସୁଟ୍ ଭଳି ଆହୁରି ଅନେକ ଜିନିଷ ସାମିଲ ହେବ ।

ଆବଶ୍ୟକୀୟ ପ୍ତଯୁକ୍ତିବିଦ୍ୟା ପରୀକ୍ଷଣ କରିବାକୁ ସୁଯୋଗ ଦେବ-

BASର ଅନ୍ତରୀକ୍ଷ, ଜୀବନ ବିଜ୍ଞାନ, ଚିକିତ୍ସା ଏବଂ ଆନ୍ତଗ୍ରହୀୟ ଅନ୍ୱେଷଣର ବିଭିନ୍ନ ପାର୍ଶ୍ୱର ଅଧ୍ୟୟନ ପାଇଁ ଏକ ମଞ୍ଚ ଭଳି କାମ କରିବ ବୋଲି ଆଯା କରାଯାଉଛି । ଏହା ମାନବ ସମାଜର ସ୍ୱାସ୍ଥ୍ୟ ଉପରେ ମାଇକ୍ରୋଗ୍ରାଭିଟିର ପ୍ରଭାବ ଅଧ୍ୟୟନ କରିବା ଏବଂ ମହାକାଶରେ ଦୀର୍ଘକାଳୀନ ମାନବ ଉପସ୍ଥିତି ପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ପରୀକ୍ଷା କରିବାର ସୁଯୋଗ ପ୍ରଦାନ କରିବ ।

ମହାକାଶ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ସ୍ପେସ୍ ଷ୍ଟେସନ-

ଏହି ସ୍ପେସ୍ ଷ୍ଟେସନ ମହାକାଶ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ଏବଂ ଭାରତ ଏହି କକ୍ଷପଥ ପ୍ରୟୋଗଶାଳାର ସମ୍ୱଳକୁ ଉପଯୋଗ କରି ମହାକାଶ ବାଣିଜ୍ୟିକ କ୍ଷେତ୍ରରେ ପ୍ରବେଶ କରିବ । ବିଏଏସ ଜାରି କରିଥିବା ଅନ୍ତରାଷ୍ଟ୍ରୀୟ ସହଯୋଗରେ ଯୋଗଦାନ ଦେବ ଏବଂ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ଏକ କେନ୍ଦ୍ରସ୍ଥଳୀ ଭାବରେ କାମ କରିବ ଓ ଯୁବପିଢିକୁ ଅନ୍ତରୀକ୍ଷ ବିଜ୍ଞାନ ତଥା ପ୍ରଯୁକ୍ତିବିଦ୍ୟାରେ କ୍ୟାରିୟର୍ କରିବାକୁ ପ୍ରେରଣା ଦେବ ।  ନୂଆଦିଲ୍ଲୀରେ ଥିବା ଭାରତ ମଣ୍ଡପମ୍‌ରେ ଜାତୀୟ ମହାକାଶ ଦିବସ ପାଳନରେ ଉପସ୍ଥିତ ଲୋକଙ୍କ ମଧ୍ୟରେ BAS-୦୧ର ବିଶାଳ ମଡେଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.