ପ୍ରମୂଖ ଖବର
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ପୃଥିବୀ ଉପରେ ରଖିବ ଅନବରତ ନଜର, ପ୍ରତିଦିନ ଦେବ ନୂଆ ତଥ୍ୟ ଭିନ୍ନ ଖବର; ମହାକାଶକୁ ଇସ୍ରୋ ପଠାଇଲା ମହଙ୍ଗା ଉପଗ୍ରହ' ନିସାର୍'

Published By : Soubhagya Ranjan | July 30, 2025 6:51 PM

ନୂଆଦିଲ୍ଲୀ,୩୦/୦୭: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ସବୁଠାରୁ ମହଙ୍ଗା ମହାକାଶ ମିଶନ NISAR ଉତକ୍ଷେପଣ କରିଛି। ଏହାକୁ ବୁଧବାର ସନ୍ଧ୍ୟା ୫.୪୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା। ଏହା ଏକ ଉପଗ୍ରହ ଯାହାକୁ ଭାରତୀୟ ମହାକାଶ ଗବେଷଣା ସଂଗଠନ ଆମେରିକୀୟ ମହାକାଶ ସଂସ୍ଥା ନାସା ସହିତ ମିଶି ପ୍ରସ୍ତୁତ କରିଛି। ଏହାକୁ ସୂର୍ଯ୍ୟ-ସମକାଳୀନ ଧ୍ରୁବୀୟ କକ୍ଷପଥରେ ସ୍ଥାପନ କରାଯିବ। ଏଠାରୁ ଏହା ସମଗ୍ର ପୃଥିବୀ ଉପରେ ନଜର ରଖିବ। ଏହାର ମୋଟ ମୂଲ୍ୟ ୧.୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୧୩,୧୨୦ କୋଟି ଟଙ୍କା ଅଟେ।

NISAR ମିଶନ ହେଉଛି ଇସ୍ରୋ ଏବଂ ନାସାର ଏକ ମିଳିତ ମିଶନ, ଉଭୟ ମହାକାଶ ସଂସ୍ଥା ଏହାକୁ ବହୁ ବର୍ଷର କଠିନ ପରିଶ୍ରମ ପରେ ସଫଳ ସମାପ୍ତ କରିଛନ୍ତି। ଇସ୍ରୋ ଏହାକୁ ଭାରତର ବାହୁବଳୀ ରକେଟ୍ GSLV-F16 ସହିତ ଉତ୍‌କ୍ଷେପଣ କରିଛି। ଏହା ଏକ ଏକ୍ସପାଣ୍ଡେବଲ୍‌ ନନ୍-ରିୟୁଜେବଲ୍‌ ଥ୍ରୀ ଷ୍ଟେଜ୍‌ ଲଭ୍‌ ହ୍ବିକଲ୍‌ ଅର୍ଥାତ୍ ବ୍ୟୟସାପେକ୍ଷ ଅଣ-ପୁନଃବ୍ୟବହାରଯୋଗ୍ୟ ତିନି-ସ୍ତରୀୟ ପ୍ରକ୍ଷେପଣ ଯାନ ଅଟେ। ପୂର୍ବରୁ, ଇସ୍ରୋ ପୃଥିବୀ ଉପରେ ନଜର ରଖିବା ପାଇଁ ରସୋର୍ସ ସାଟ୍‌ ଏବଂ ରିସାଟ୍‌ ସମେତ ଉପଗ୍ରହ ଉତ୍‌କ୍ଷେପଣ କରିଛି, କିନ୍ତୁ ଏହି ଉପଗ୍ରହଗୁଡ଼ିକ କେବଳ ଭାରତୀୟ କ୍ଷେତ୍ରରେ ସୀମିତ ଥିଲା।

'ଣ ଏହି ନିସାର୍‌?

NISAR ହେଉଛି ନାସା ଏବଂ ଇସ୍ରୋର ସିନ୍ଥେଟିକ୍ ଆପେର୍ଚର ରାଡାର। ଏହା ପ୍ରଥମ ରାଡାର ସାଟେଲାଇଟ୍ ଯାହା ମହାକାଶରୁ ପୃଥିବୀକୁ ସର୍ବେକ୍ଷଣ କରିବ। ଏହା ବିଭିନ୍ନ ପ୍ରକାରର ପରିବେଶଗତ ଏବଂ ଭୂତାତ୍ତ୍ୱିକ ପରିବର୍ତ୍ତନ ଉପରେ ନଜର ରଖିବ। ପ୍ରଥମତଃ, ଏହାକୁ ଲୋ ଆର୍ଥ ଅର୍ବିଟରେ ରଖାଯାଇଛି, ଏହା ଏଠାରେ ତିନି ବର୍ଷ ପାଇଁ ରହିବ ଏବଂ ନିରନ୍ତର ନଜର ରଖିବ। ଏହି ସାଟେଲାଇଟ୍ ମାଟିର ଗଭୀରରୁ ନକ୍ସା ବାହାର କରିବାରିବ। ଏହା ବରଫ ଆଚ୍ଛାଦିତ ପର୍ବତ ଏବଂ ଜଙ୍ଗଲ ବିଷୟରେ ମଧ୍ୟ ଅଧ୍ୟକ୍ଷନ କରିପାରିବ। ସେଥିପାଇଁ ଏହାକୁ ବରଫ ତରଳିବାର ସଠିକ ଅଧ୍ୟୟନ, ଭୁସ୍ଖଳନ ଏବଂ ଆଗ୍ନେୟଗିରି ଭୂକମ୍ପର ସଠିକ୍ ଅଧ୍ୟୟନରେ ସହାୟକ ବୋଲି ବିବେଚନା କରାଯାଉଛି। ଏହା ବ୍ୟତୀତ, ଏହା କୃଷି, ଭୁପୃଷ୍ଠ ଆର୍ଦ୍ରତା, ଭିତ୍ତିଭୂମି ଉପରେ ମଧ୍ୟ ନଜର ରଖିବ।

ନିସାର ସାଟେଲାଇଟ୍‌ର ଓଜନ ୨.୫ ଟନ୍‌ ଏବଂ ଏହାକୁ ପୃଥିବୀଠାରୁ ୭୪୮ କିଲୋମିଟର ଉପରେ ଉତକ୍ଷେପଣ କରାଯାଇଛି। ଏହା ପୃଥିବୀର ନିମ୍ନ କକ୍ଷପଥରୁ ୧୨ ଦିନରେ ପୃଥିବୀ ଚାରିପାଖରେ ଗୋଟିଏ ପରିକ୍ରମା ଶେଷ କରିବ। ଏହା ଏକ ସମୟରେ ୨୪୦ କିଲୋମିଟର ଅଞ୍ଚଳ କଭର କରିବ ଏବଂ ତିନି ବର୍ଷ ପର୍ଯ୍ୟନ୍ତ କାମ କରିବ। ଇସ୍ରୋ ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ସାଟେଲାଇଟ୍‌ ପ୍ରତିଦିନ ୮୦ ଟେରାବାଇଟ୍‌ ତଥ୍ୟ ପ୍ରଦାନ କରିବ।

NISAR ରେ ବ୍ୟବହୃତ ସିନ୍ଥେଟିକ୍ ଆପେର୍ଚର ରାଡାର ପ୍ରଯୁକ୍ତିବିଦ୍ୟା ବାଦଲ ବାହାରେ ମଧ୍ୟ ନଜର ରଖିପାରିବ। ଏହା ହାଇ ରିଜୋଲ୍ୟୁସନ୍ ଫଟୋ ଉଠାଇବାରେ ସକ୍ଷମ। ଏହାକୁ ଆଲୋକର ଆବଶ୍ୟକତା ନାହିଁ, ଏହା ଅନ୍ଧାରରେ ମଧ୍ୟ ତଥ୍ୟ ସଂଗ୍ରହ କରିପାରିବ, ଅର୍ଥାତ୍ ଏହା ଏପରି ଏକ ଉପଗ୍ରହ ହେବାକୁ ଯାଉଛି ଯାହା ୨୪ ଘଣ୍ଟା ପୃଥିବୀ ଉପରେ ନଜର ରଖିପାରିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.