ନୂଆଦିଲ୍ଲୀ ୧୮/୦୫: ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍କ୍ଷେପଣ। ସକାଳ ୫ ଟା ୬୯ ମିନିଟ୍ ରେ ଶ୍ରୀହରିକୋଟାରୁ କରାଯାଇଥିଲା ଲଞ୍ଚିଂ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମାରିଲା ଫେଲ୍। ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ।
ISRO ଏହାର ୧୦୧ତମ ମିଶନ, PSLV-C61, ରବିବାର ସକାଳ ୫ ଟା ୬୯ ମିନିଟ୍ ରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରିଥିଲା। ତଥାପି, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସଫଳତା ପରେ, ତୃତୀୟ ପର୍ଯ୍ୟାୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସାଟେଲାଇଟକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯାଇପାରିଲା ନାହିଁ, ଯାହା ଫଳରେ ମିଶନ ଅସମ୍ପୂର୍ଣ୍ଣ ରହିଗଲା।
ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି ନାରାୟଣନ ନିଶ୍ଚିତ କରିଛନ୍ତି ଯେ ତୃତୀୟ ପର୍ଯ୍ୟାୟର କାର୍ଯ୍ୟ ସମୟରେ ଏକ ସମସ୍ୟା ଦେଖାଦେଇଥିଲା, ଯାହା ଫଳରେ ମିଶନ୍ ସମାପ୍ତ ହୋଇପାରିଲା ନାହିଁ। ସେ କହିଛନ୍ତି ଯେ ଏହି ବିଫଳତାର ଏକ ବିସ୍ତୃତ ବୈଷୟିକ ତଦନ୍ତ ଆରମ୍ଭ କରାଯାଇଛି।