ନୂଆଦିଲ୍ଲୀ ୨୯/୧୧: ଇସ୍ରୋ ଆସନ୍ତା ଡିସେମ୍ବର ୪ ତାରିଖ ସନ୍ଧ୍ୟା ୪ଟା ୮ ମିନିଟ୍‌ରେ  ନିଜର ପିଏସ୍‌ଏଲ୍‌ଭି-ଏକ୍ସଏଲ୍‌ ରକେଟ୍‌ରୁ ୟୁରୋପୀୟ  ମହାକାଶ ଏଜେନ୍ସିର ପ୍ରୋବା-୦୩ ସାଟେଲାଇଟ୍‌ ଲଞ୍ଚ୍‌  କରିବ । ଏହି ସାଟେଲାଇଟ୍‌ ୬୦୦ ଙ୍ଘ ୬୦,୫୦୦  କିମିବିଶିଷ୍ଟ ଅଣ୍ଡାକାର କକ୍ଷରେ ପୃଥିବୀକୁ ପରିକ୍ରମା  କରିବ । ଏହି ଉତ୍‌କ୍ଷେପଣର ମୁଖ୍ୟ ଉଦ୍ଦେଶ୍ୟ  ସୂର୍ଯ୍ୟ କୋରୋନାର ଅଧ୍ୟୟନ ଏବଂ ଏକସଙ୍ଗେ ଅନେକ ସାଟେଲାଇଟ୍‌ ଲଞ୍ଚ୍‌ କରିବାର ନୂଆ କୌଶଳ  ପ୍ରଦର୍ଶନ । ଏହି ସାଟେଲାଇଟ୍‌ ସୂର୍ଯ୍ୟ ଚତୁଃପାଶ୍ୱର୍ର  ବାୟୁମଣ୍ଡଳକୁ ଅଧ୍ୟୟନ କରିବ । 

ସୂର୍ଯ୍ୟ ଚତୁଃପାଶ୍ୱର୍ରେ  ଖୁବ୍‌ ଧୂଆଁଳିଆ, କିନ୍ତୁ ବିଶାଳ ପରସ୍ତ ରହିଛି । ଏହାକୁ ଖାଲି  ଆଖିରେ ଦେଖିବା ଅସମ୍ଭବ । ଏହାକୁ ଜାଣିବାରେ ସାଟେଲାଇଟ୍‌  ସାହାଯ୍ୟ କରିବ । ସୂର୍ଯ୍ୟ ଚତୁଃପାଶ୍ୱର୍ରେ ଦୁଇ ପ୍ରକାର  କୋରୋନା- ହାଇ କୋରୋନା ଓ ଲୋ କୋରୋନା ଥାଏ ।  ଅନେକ ସାଟେଲାଇଟ୍‌ ଏହାର ଅଧ୍ୟୟନ କରୁଛନ୍ତି । କିନ୍ତୁ ଉଭୟ  ମଧ୍ୟରେ ଫାଙ୍କ ଅର୍ଥାତ୍‌ କଳା ଅଂଶର  ଅଧ୍ୟୟନ କରିବ ପ୍ରୋବା-୦୩ । 

ପ୍ରୋବା-୩ରେ ସଂଲଗ୍ନ ଏଏସ୍‌ପିଆଇଆଇସିଏସ୍‌  ଉପକରଣ ଯୋଗୁ ଏହି କଳା ସ୍ଥାନର ଅଧ୍ୟୟନ  ସହଜ ହେବ । ଏହା ସୌର ପବନ ଓ କୋରୋନାଲ  ମାସ୍‌ ଇଜେକ୍ସନ୍‌ର ମଧ୍ୟ ଅଧ୍ୟୟନ କରିବ ।  ଏହି ସାଟେଲାଇଟ୍‌ ଯୋଗୁ ବୈଜ୍ଞାନିକମାନେ  ମହାକାଶର ପାଣିପାଗ ଓ ପବନର ଅଧ୍ୟୟନ  କରିପାରିବେ । ସାଟେଲାଇଟ୍‌ର ଦୁଇଟି ଅଂଶ ରହିଛି ।  ପ୍ରଥମଟି ଆକ୍ୟୁଲେଟର ଓ ଅନ୍ୟଟି କୋରୋନାଗ୍ରାଫ୍‌  ସ୍ପେସ୍‌କ୍ରାଫ୍ଟ । ଉଭୟର କାମ ଭିନ୍ନ  ଭିନ୍ନ କିନ୍ତୁ ପରସ୍ପର ସହ ଜଡ଼ିତ।