ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମହାକାଶରେ ନାସା ଓ ଚୀନ୍‌କୁ ପଛରେ ପକାଇବ ଭାରତ, ଇସ୍ରୋ ତିଆରି କରିବାକୁ ଯାଉଛି ଦୁଇଟି ସ୍ପେସ୍‌ ଷ୍ଟେସନ୍

Published By : Harapriya Biswal | November 20, 2024 8:00 PM

ନୂଆଦିଲ୍ଲୀ,୨୦।୧୧: ମହାକାଶରେ ଭାରତକୁ ମିଳିବାକୁ ଯାଉଛି ବଡ଼ ଉପଲବ୍ଧି। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ତଥା ଇସ୍ରୋ ରଚିବ ଇତିହାସ। ଗୋଟିଏ ନୁହେଁ ମହାକାଶରେ ଇସ୍ରୋ ତିଆରି କରିବ ଦୁଇଟି ସ୍ପେସ୍‌ ଷ୍ଟେସନ୍। ଏଥିରୁ ଗୋଟିଏ ପୃଥିବୀର ପରିକ୍ରମା କରିବ, ଅନ୍ୟଟି ଚନ୍ଦ୍ରର ପରିକ୍ରମା କରି ତା’ର ରହସ୍ୟ ଖୋଜିବ।

ଆମେରିକା ଓ ଋଷ ପରେ ମହାକାଶରେ ଇସ୍ରୋ ଦେଖାଇବ ଦମ୍। ଏକାଥରେ ତିଆରି କରିବ ଦୁଇଟି ସ୍ପେସ୍ ଷ୍ଟେସନ୍। ଗୋଟିଏ ପୃଥିବୀର କକ୍ଷପଥରେ ପରିକ୍ରମା କରିବ, ଯାହାର ନା ରହିଛି ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍। ସେଭଳି ଅନ୍ୟଟି ହେଲା ମୁନ୍ ସ୍ପେସ୍‌ ଷ୍ଟେସନ୍, ଯାହାକି ଚନ୍ଦ୍ରର ପରିକ୍ରମା କରି ଖୋଲିବ ଗୁଢ ରହସ୍ୟ। ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍ ଓ ଚୀନ୍‌ର ତିୟାଗ୍ୟୋଙ୍ଗ ସ୍ପେସ୍‌ ଷ୍ଟେସନ୍‌ ପରେ ଏହା ହେବ ତୃତୀୟ ସ୍ପେସ୍ ଷ୍ଟେସନ୍। ଏହା ସହ ଭାରତ ଏକାକୀ ଏଭଳି ସଫଳତା ହାସଲ କରିବାରେ ହେବ ବିଶ୍ବରେ ଦ୍ବିତୀୟ। ସେଭଳି ମୁନ୍ ସ୍ପେସ୍‌ ଷ୍ଟେସନ୍ ତିଆରି କରିବାରେ ଭାରତ ହେବ ପ୍ରଥମ ଦେଶ।

ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଭାରତ ରଚିଥିଲା ଇତିହାସ। ଏବେ ସ୍ପେସ୍‌ ରିସର୍ଚ୍ଚରେ ସମସ୍ତଙ୍କୁ ପଛରେ ପକାଇବାକୁ କରୁଛି ବଡ଼ ପ୍ରସ୍ତୁତି। ନିକଟରେ ଇସ୍ରୋ ସ୍ବଦେଶୀ ହବଲକୁ ବିକଶିତ କରି ନାସା ଓ ୟୁରୋପିଆନ୍ ସ୍ପେସ୍ ଏଜେନ୍ସିକୁ ଦେଇଥିଲା ଚ୍ୟାଲେଞ୍ଜ। ଏବେ ସ୍ପେସ୍‌ ଷ୍ଟେସନ୍ ତିଆରି କରି ମହାକାଶର ରହସ୍ୟ ଉପରକୁ ଉଠାଇବ ପରଦା। ଏହି ମିସନ୍ ମଧ୍ୟ ଖୁବ୍ ଖାସ୍ ରହିଛି, କାରଣ ୨୦୩୦ରେ ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନ୍‌କୁ ନଷ୍ଟ କରି ଦିଆଯିବ। ଏଭଳି ସ୍ଥିତିରେ ଭାରତର ସ୍ପେସ୍ ଷ୍ଟେସନ୍‌ ସ୍ପେସ୍ ରିସର୍ଚ୍ଚରେ ବଡ଼ ଭୂମିକା ଗ୍ରହଣ କରିବ। ୨୦୪୦ ସୁଦ୍ଧ ମୁନ୍‌ ସ୍ପେସ୍‌ ଷ୍ଟେସନ୍ ତିଆରି କରିବାର ପ୍ରସ୍ତୁତି ମଧ୍ୟ ଚାଲିଛି।

ଭାରତ ଏହି ମିଶନ୍‌ ଉପରେ ପର୍ଯ୍ୟାୟକ୍ରମେ କାମ କରିବ। ୨୦୩୦ ସୁଦ୍ଧା ଇଣ୍ଡିଆନ୍ ସ୍ପେସ୍‌ ଷ୍ଟେସନ୍ ବା ଆଇଏସଏସ ଲଞ୍ଚ କରାଯାଇପାରେ। ଏହା ଉପରେ ଭାରତ ୨୦୧୯ ରୁ କାମ କରିବା ଆରମ୍ଭ କରିଥିଲା, ଯେତେବେଳ ଇସ୍ରୋର ତତ୍କାଳୀନ ଅଧ୍ୟକ୍ଷ କେ ସିଭନ୍ ଏହାର ଘୋଷଣା କରିଥିଲେ। ତେବେ ଏହା ହେଉଛି ପ୍ରଥମ ପର୍ଯ୍ୟାୟ ଗଗନଯାନ, ଯାହାଦ୍ବାରା ୪ ଜଣ ମହାକାଶଚାରୀ ପୃଥିବୀର ଲିଓ କକ୍ଷ ପର୍ଯ୍ୟନ୍ତ ଯିବେ। ମୁନ୍ ସ୍ପେସ୍‌ ଷ୍ଟେସନ୍ ପୂର୍ବରୁ ଇସ୍ରୋ ଚନ୍ଦ୍ରଯାନ-୪ ମିଶନ୍ ଲଞ୍ଚ କରିବ। ଏଥିପାଇଁ ୨୦୨୮ର ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏହି ସ୍ପେସ୍‌ ଷ୍ଟେସନ୍‌ ମାନବ ମଙ୍ଗଳ ମିଶନ୍‌ର ବେସ୍‌ ହୋଇପାରେ। ଚନ୍ଦ୍ରରେ ଜୀବନର ସମ୍ଭାବନାକୁ ଖୋଜିପାରିବ। 

ତେବେ ଆସନ୍ତୁ ଜାଣିବା ସ୍ପେସ୍ ଷ୍ଟେସନ୍ କ’ଣ ? ଏହା ହେଉଛି ଏଭଳି ଏକ ସ୍ଥାନ ଯେଉଁଠାରେ ମହାକାଶଚାରୀ ରୁହନ୍ତି ଓ ରିସର୍ଚ୍ଚ କରନ୍ତି। ଏହା ପୃଥିବୀର କକ୍ଷରେ ରହିଛି, ଯାହାକି ଲଗାତାର ଆମ ଗ୍ରହର ଚାରିପଟେ ବୁଲୁଛି। ଏପର୍ଯ୍ୟନ୍ତ ଦୁଇଟି ସ୍ପେସ୍ ଷ୍ଟେସନ୍ ରହିଛି। ଗୋଟିଏ ହେଲା ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌, ଯାହାକୁ ୧୫ ଦେଶ ମିଶିକି ତିଆରି କରିଛନ୍ତି। ଏଥିରେ ଆମେରିକାନ୍ ସ୍ପେସ୍ ଏଜେନ୍ସି ନାସା ବ୍ୟତୀତ କାନାଡା, ଋଷ, ୟୁରୋପ ସହିତ ଅନ୍ୟ ଦେଶର ସ୍ପେସ୍ ଏଜେନ୍ସି ରହିଛି। ସେଭଳି ଦ୍ବିତୀୟ ସ୍ପେସ୍ ଷ୍ଟେସନ୍ ହେଲା ତିୟାଗ୍ୟୋଙ୍ଗ, ଯାହାକି ଚୀନ୍ ତିଆରି କରିଛି। ଏହି ଦୁଇ ସ୍ପେସ୍ ଷ୍ଟେସନ୍‌ରେ ଲଗାତାର ଭାବରେ ଆଷ୍ଟେ୍ରାନଟ୍ ରୁହନ୍ତି ଓ ମହାକାଶ ଉପରେ ରିସର୍ଚ୍ଚ କରନ୍ତି। ଥରେ ସେଠାକୁ ଗଲେ ଜଣେ ଆଷ୍ଟେ୍ରାନଟ୍‌ ୬ ମାସ ପର୍ଯ୍ୟନ୍ତ ସେଠାରେ ରୁହନ୍ତି। ଏହାପରେ ଆଉଜଣେ ଆଷ୍ଟେ୍ରାନଟ୍‌ ସେଠାକୁ ଗଲେ ସେ ପୃଥିବୀ ପୃଷ୍ଠକୁ ଫେରନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.