ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ପ୍ରାଣୀମାନଙ୍କ କଷ୍ଟକୁ ବୁଝିବା ଆବଶ୍ୟକ : ସୋଆ ଉପସଭାପତି

Published By : Prameya | April 26, 2025 8:33 PM

ଭୁବନେଶ୍ୱର,୨୬/୪ : ପ୍ରାଣୀମାନେ ନିଜର ସମସ୍ୟା ଓ କଷ୍ଟକୁ ପ୍ରକାଶ କରିପାରନ୍ତି ନାହିଁ । ତେଣୁ ମନୁଷ୍ୟମାନଙ୍କୁ ସେମାନଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିବା ସହ ସକାରାତ୍ମକ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି । ସେମାନଙ୍କ ଯତ୍ନ ନେବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ । କୌଣସି ସଭ୍ୟତା ପ୍ରାଣୀଜଗତ ବିନା ବୃଦ୍ଧି ପାଇବା ସମ୍ଭବ ନୁହେଁ ବୋଲି ଶ୍ରୀମତି ଦାସ କହିଛନ୍ତି । 

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ପକ୍ଷରୁ ଶନିବାର ବିଶ୍ୱ ଭେଟେରିନାରୀ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତି ଦାସ ବିଶ୍ୱବିଦ୍ୟାଳୟର ସଦ୍ୟତମ ଅନୁଷ୍ଠାନ ଆଇଭିଏସ୍‌ଏଏଚ୍‌ର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଏହା ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନର ସଦସ୍ୟମାନଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି କହିଥିଲେ । 

ଚଳିତ ବର୍ଷର ବିଶ୍ୱ ଭେଟେରିନାରୀ ଦିବସର ପ୍ରସଙ୍ଗ “ଆନିମଲ୍ ହେଲ୍‌ଥ ଟେକ୍‌ସ ଏ ଟିମ୍‌” ଉପରେ ଆଲୋକପାତ କରି ଶ୍ରୀମତି ଦାସ କହିଥିଲେ ପ୍ରାଣୀମାନଙ୍କ ଯତ୍ନ ନେବା ପାଇଁ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ପଡ଼ିବ । ସୋଆ ଆଇଭିଏସ୍‌ଏଏଚ୍ ପକ୍ଷରୁ ପରିଚାଳନା କରାଯାଉଥିବା ଗୃହପାଳିତ ପଶୁମାନଙ୍କର ଫାର୍ମରେ ଉତ୍ତମ ଯତ୍ନ ନିଆଯାଉଛି ବୋଲି କହିବା ସହ ଏଥି ଲାଗି ସେ ନିଜର ଖୁସି ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମୁମ୍ବାଇସ୍ଥିତ ଚି ୟୁନିଭର୍ସିଟି ଅଫ୍ ଭେଟେରିନାରୀ ଆକ୍ୟୁପଙ୍କଚରର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଅକ୍ଷୟ ଶାହା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରାଣୀମାନଙ୍କ ଚିକିତ୍ସା ଓ ଯତ୍ନ ନିମନ୍ତେ ଆକ୍ୟୁପଙ୍କଚର ଚିକିତ୍ସାର ମଧ୍ୟ ଅନେକ ଆବଶ୍ୟକତା ରହିଛି ବୋଲି କହିଥିଲେ । 

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ ନନ୍ଦ ଅଧ୍ୟକ୍ଷତା କରି ପଶୁଙ୍କ ସ୍ୱାସ୍ଥ୍ୟ ମଣିଷଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ବୋଲି କହିଥିଲେ । ପୃଥିବୀର ସନ୍ତୁଳନ ରକ୍ଷା କରିବା ପାଇଁ ଉଭୟ ମନୁଷ୍ୟ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଏକ ସମାନତା ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ପ୍ରାଣୀମାନେ କଥା କହିପାରୁ ନ ଥିବାରୁ ସେମାନଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ବ୍ୟକ୍ତି ବିଶେଷ ସମାଜର ଅନେକ ହିତ କରୁଛନ୍ତି ବୋଲି ସେ ମତ ରଖିଥିଲେ ଓ ସୋଆର ଭେଟେରିନାରୀ କ୍ଲିନିକ୍‌ରେ ପ୍ରାଣୀମାନଙ୍କର ଖୁବ ଉନ୍ନତମାନର ଚିକିତ୍ସା ତଥା ଯତ୍ନ ନିଆଯାଉଥିବା ପ୍ରକାଶ କରିଥିଲେ । 

ଏହି ଅବସରରେ ସୋଆ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ସୁଶାନ୍ତ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରଫେସର ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସୋଆ ଆଇଭିଏସ୍‌ଏଏଚ୍‌ର ପ୍ରଫେସରମାନଙ୍କ ଦ୍ୱାରା ରଚିତ ବିଭିନ୍ନ ପୁସ୍ତକ ଅତିଥିମାନେ ଉନ୍ମୋଚିତ କରିଥିବାବେଳେ ବିଶିଷ୍ଟ ପ୍ରାଣୀବିଜ୍ଞାନୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଏଥି ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.