ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସହି ପାରିଲେନି ସ୍ତ୍ରୀର ନିର୍ଯାତନା, ଜୀବନ ହାରିଲେ ଆଇଟି ମ୍ୟାନେଜର

Published By : Ankita S | February 28, 2025 2:09 PM

ଲକ୍ଷ୍ନୌ,୨/୦୨: ବେଙ୍ଗାଲୁରୁ ପରେ ଏବେ ଆଗ୍ରା । ଜୀବନ ହାରିଲେ ଆଉ ଜଣେ ଅତୁଲ । ଅସହ୍ୟ ହେଲା ସ୍ତ୍ରୀର ନିର୍ଯାତନା । ବାପା ମାଆଙ୍କୁ ସରି କହି ଆତ୍ମହତ୍ୟା କରିବାକୁ ନେଲେ ଚରମ ନିଷ୍ପତ୍ତି । ଜୀବନ ଶେଷ କରି ଦେଇଛନ୍ତି  ଟିସିଏସ୍ ମ୍ୟାନେଜର ୨୫ ବର୍ଷୀୟ ମାନବ ଶର୍ମା । ଛାଡି ଯାଇଛନ୍ତି ବେଦନାଭରା ଭିଡିଓ ।  ବେଙ୍ଗୁଲୁରୁର ବହୁ ଚର୍ଚ୍ଚିତ ଅତୁଲ ସୁଭାଷଙ୍କ ପରି ୟୁପି ଆଗ୍ରାରୁ ସମାନ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।

ଆଗ୍ରାର ଡିଫେନ୍ସ କଲୋନୀରେ ମାନବ ଶର୍ମାଙ୍କ ଘର । ସେ ଆଇଟି କମ୍ପାନୀରେ ରିକ୍ୟୁଟମେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ଗତ ୨୪ ତାରିଖରେ ବେକରେ ଫାଶୀ ଲଗାଇ ଜୀବନ ହାରିଛନ୍ତି ମାନବ । ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ଯନ୍ତ୍ରଣାଭରା ଭିଡିଓ ପୋଷ୍ଟ କରିଛନ୍ତି ।

ମାଆ-ବାପା ସରି- ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେବା ପରେ ଭିଡିଓରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପରିବାର ସହ ବାପା ମାଆଙ୍କୁ କ୍ଷମା ମାଗି କହିଛନ୍ତି, ''ମୁଁ ଯିବା ପରେ ସବୁ ଠିକ୍ ହୋଇଯିବ । ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲି । ଏବେ ପତ୍ନୀଙ୍କ ନିର୍ଯାତନା ଅତିଷ୍ଠ ହେଲାଣି । ଆଉ ସହି ପାରୁନାହିଁ । ''

ଅଧିକ ପଢନ୍ତୁ...'ବାପା ମୋତେ କ୍ଷମା କରିଦେବ'; ସହି ପାରିଲେନି ସ୍ତ୍ରୀ ନିର୍ଯାତନା, ଚିଠି ଲେଖି ଜୀବନ ହାରିଲେ ଆଉ ଜଣେ ସ୍ବାମୀ

ସୋସିଆଲ ମିଡିଆରେ ୬ ମିନିଟ୍ ୫୬ ସେକେଣ୍ଡର ଏକ ଭିଡଓ ସେୟାର କରିଛନ୍ତି ମାନବ ଶର୍ମା । ଯେଉଁଥିରେ ସେ ବେକରେ ରଶି ଲଗାଇଥିବା ଦେଖିବାକୁ ମିଳିଛି । ଉକ୍ତ ଭିଡିଓରେ ଲୁହ ଛଳ ଛଳ ଆଖିରେ ସେ କହିଛନ୍ତି, ଦୟା କରି କେହି ତ ପୁରୁଷଙ୍କ ପାଇଁ ସ୍ବର ଉଠାଅ । ସେମାନେ ଏକୁଟିଆ ପଡିଯାଇଛନ୍ତି । ପୁରୁଷଙ୍କ ସୁରକ୍ଷା ପାଇଁ ଆଇନ୍ ଆସିବା ଦରକାର । ନଚେତ୍ ଏମିତି ସମୟ ଆସିବ କେହି ପୁରୁଷ ବଞ୍ଚିବେ ନାହିଁ ।  ମୁଁ ଯିବାକୁ ଚାହୁଁଛି । ମୋ ସ୍ତ୍ରୀଙ୍କର ଅନ୍ୟ ଜଣଙ୍କ ସହ ସମ୍ପର୍କ ଅଛି । ପୁରୁଷଙ୍କ ବିଷୟରେ ଭାବନ୍ତୁ । ତାଙ୍କ ବିଷୟରେ କେହି ତ କୁହ । ବିଚରା ସେମାନେ ଏକୁଟିଆ ପଡି ଯାଇଛନ୍ତି ।''

ମାନବଙ୍କର ଏପରି ମୃତ୍ୟୁ ମନେ ପକାଇ ଦେଇଛି ବେଙ୍ଗାଲୁରୁର ଅତୁଲ ସୁଭାଷଙ୍କ କଥା । ଗତବର୍ଷ ଠିକ୍ ଏମିତି ଜଣେ ନିର୍ଯାତିତ ସ୍ବାମୀ ଆଇଟି ଇଞ୍ଜିନିୟର ଅତୁଲ ସୁଭାଷ ଭିିଡିଓ ସେୟାର କରି ଆଇନ ଉପରେ ପ୍ରଶ୍ନ ଉଠାଇ ଜୀବନ ହାରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.