ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଫେକ୍ କଲ୍ ଉପରେ ଆଇଟି ମନ୍ତ୍ରଣାଳୟର ଆଡଭାଇଜରୀ ଜାରି, ସୋସିଆଲ ମିଡିଆ ପ୍ଲାଟଫର୍ମରୁ ମଗାଗଲା ସାହାଯ୍ୟ

Published By : Harapriya Biswal | October 26, 2024 7:52 PM

ନୂଆଦିଲ୍ଲୀ,୨୬।୧୦:  ବମ୍ ଧମକକୁ ନେଇ ନକଲି କଲ୍ ଉପରେ ଆଇଟି ମନ୍ତ୍ରଣାଳୟ ଜାରି କରିଛି ଆଡଭାଇଜରୀ । ଏହାସହ ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ମଧ୍ୟ ସାହାଯ୍ୟ ମଗାଯାଇଛି। ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରଣାଳୟ ଏହି ପ୍ରସଙ୍ଗକୁ ସମାଧାନ କରିବା ପାଇଁ ଏକ୍ସ, ମେଟା ଓ ଅନ୍ୟ ପ୍ଲାଟଫର୍ମ ସହ ଯୋଗାଯୋଗ କରିଛି। ନକଲି ବମ୍ ଧମକ ମାମଲାରେ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବିଫଳତା ମାମଲାରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି। 

ଗୃହମନ୍ତ୍ରଣାଳୟ ମଙ୍ଗଳବାର ଏକ ଆଡଭାଇଜରୀ ଜାରି କରିଛି, ଯେଉଁଥିରେ ସବୁ ରାଜ୍ୟରୁ ସାଇବର କମାଣ୍ଡୋର ଏକ ବିଶେଷ ଶାଖା ସ୍ଥାପିତ କରାଯିବ।ଏହା ଗତ ସପ୍ତାହ ଭାରତୀୟ ଏୟାରଲାଇନ୍ସକୁ ଟାର୍ଗେଟ କରିଥିବା ୧୦୦ ରୁ ଅଧିକ ନକଲି ବୋମା ଧମକର ପରେ ନିଷ୍ପତ୍ତି ନିଆଯାଇଛି। ବୋମା ଧମକ କାରଣରୁ ଯାତ୍ରୀଙ୍କ ଖୁବ୍ ସମସ୍ୟା ହେଇଛି ଓ ଏୟାରଲାଇନ୍ସକୁ ଆର୍ଥିକ କ୍ଷତି ହୋଇଛି। ଏଥିରେ ଅଧିକାଂଶ ବିପଦ ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଆକାଉଣ୍ଟରୁ ଆସିଛି। ଯାହାକୁ ଭର୍ଚୁଆଲ ପ୍ରାଇଭେଟ୍ ନେଟଓ୍ବାର୍କ ବା ଡାର୍କ ଓ୍ବେବ୍ ବ୍ରାଉଜରର ଉପଯୋଗ କରି ତିଆରି କରାଯାଇଛି। ଯାହାକୁ ତଦନ୍ତକାରୀ ଏଜେନ୍ସି ଜାଣିବା କଷ୍ଟକର ହୋଇଛି। 

ଉଲ୍ଲେଖନୀୟ ଯେ, ଜାନୁଆରୀ ୨୦୨୩ ଓ ୨୦୨୪ ରେ ଆୟୋଜିତ ଡିଜିପି ଓ ଆଇଜିପି ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ସ୍ବତନ୍ତ୍ର ଓ୍ବିଙ୍ଗ ଗଠନ କରିବାର ସୁପାରିଶ କରାଯାଇଥିଲା। ଗୃହମନ୍ତ୍ରଣାଳୟର ଲକ୍ଷ୍ୟ ଆଗାମୀ ୫ ବର୍ଷରେ ୫୦୦୦ ସାଇବର କମାଣ୍ଡୋଙ୍କୁ ଭର୍ତ୍ତି କରିବା। ତାଙ୍କୁ ରାଜ୍ୟ ପୋଲିସ ସଂଗଠନରେ ଏକୀକୃତ କରାଯିବ, ଯାହାକି ରାଷ୍ଟ୍ରୀୟ ସମ୍ଭଳ ରୂପରେ କାଯ୍ୟ କରିବ। ସାଇବର କମାଣ୍ଡେ ପାଇଁ ଚୟନ ପକ୍ରିୟା ରାଜ୍ୟ ଓ କେନ୍ଦ୍ର ସ୍ତରରେ ବହୁ ପୋଲିସ ସଂଗଠନରର ସେବାରତ କର୍ମଚାରୀଙ୍କ ଉପରେ କେନ୍ଦ୍ରିତ ହେବ। ଯାହାଙ୍କ ପାଖରେ କମ୍ପ୍ୟୁଟର ନେଟଓ୍ବର୍କ ଓ ଅପରେଟିଂ ସିଷ୍ଟମର ଜ୍ଞାନ ଥିବ। ଏହି କମାଣ୍ଡୋ ପୋଲିସ ସହ ମିଶିକି କାମ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.