ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବଲିଉଡର ଏହି ଅଭିନେତାଙ୍କ ସହ କାମ କରିବା ପୂଜାଙ୍କ ପାଇଁ ନଥିଲା ସହଜ, ରିଜେକ୍ଟ କରିଥିଲେ ବଡ ଫିଲ୍ମ

Published By : Krishna Priya | October 13, 2024 9:49 AM

ମୁମ୍ବାଇ ୧୩/୧୦: ସାଉଥ ଫିଲ୍ମରୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ଆକ୍ଟିଂର ଜଲୱା ଦେଖାଇଥିବା ପୂଜା ହେଗଡେ। ଇଣ୍ଡଷ୍ଟ୍ରିରେ ଆଜି ସେ ଜଣେ ଚର୍ଚ୍ଚିତ ଚେହେରା। ପୂଜା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଅକ୍ଟୋବର ୧୩, ୧୯୯୦ ରେ ସେ ମୁମ୍ବାଇରେ ଜନ୍ମିତ ପୂଜା ତାମିଲ ଫିଲ୍ମ 'ମୁଗାମୁଡି' ରୁ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ତାଙ୍କ ଅଭିନୟ କ୍ୟାରିୟରରେ ସେ ଦକ୍ଷିଣ ଫିଲ୍ମରେ ଅଧିକ କାମ କରିଛନ୍ତି । ଏହା ବ୍ୟତୀତ ସେ କିଛି ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ବଲିଉଡରେ ପ୍ରଥମ ଫିଲ୍ମ ତାଙ୍କୁ ଏକ ସର୍ତ୍ତ କାରଣରୁ ମିଳିଥିଲା। ଆସନ୍ତୁ ଜାଣିବା ସେ ବିଷୟରେ...

ପୂଜା ହେଗଡେ ଫିଲ୍ମ 'ମୋହେଞ୍ଜୋ ଦାରେ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ସେତେବେଳେ ଫିଲ୍ମର ନିର୍ମାତା ଜଣେ ନୂଆ ଚେହେରା ଖୋଜୁଥିଲେ। ଏହି ସମୟରେ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ପତ୍ନୀ ପୂଜାଙ୍କୁ ଏକ ବିଜ୍ଞାପନରେ ଦେଖି ତାଙ୍କୁ ଫିଲ୍ମ ଅଫର କରିଥିଲେ। ହେଲେ ଆଶୁତୋଷ ଗୋୱାରିକର ଏହି ଫିଲ୍ମ ପାଇଁ ପୂଜାଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲେ। ଅଶୁତୋଷ ସର୍ତ୍ତ ରଖିଥିଲେ ଯେ ଯଦି ପୂଜା ଏହି ଫିଲ୍ମରେ କାମ କରିବାକୁ ଚାହାଁନ୍ତି, ତେବେ ସେହି ଫିଲ୍ମ ରିଲିଜ୍ ନହେବା ପର୍ଯ୍ୟନ୍ତ ସେ କୌଣସି ଆଞ୍ଚଳିକ ଭାଷା ଫିଲ୍ମରେ କାମ କରିବେ ନାହିଁ। ଯେଉଁଥିରେ ପୂଜା ତୁରନ୍ତ ରାଜି ହୋଇଥିଲେ। ଏଥି ମଧ୍ୟରେ ଅଭିନେତ୍ରୀଙ୍କୁ ନିର୍ଦ୍ଦେଶକ ମଣି ରତ୍ନମଙ୍କ ଅଫରକୁ ରିଜେକ୍ଟ କରିବାକୁ ପଡିଥିଲା।

ପୂଜା ହେଗଡେଙ୍କ ୨୦୧୬ ଫିଲ୍ମ 'ମୋହେଞ୍ଜୋ ଦାରୋ' ଆଶୁତୋଷ ଗୋୱାରିକର ସବୁଠାରୁ ମହଙ୍ଗା ଫିଲ୍ମ ମଧ୍ୟରୁ ଅନ୍ୟତମ । କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଏହାର ଯାଦୁ ଦେଖାଇପାରିଲା ନାହିଁ । ତଥାପି ପୂଜା ବହୁତ ଖୁସି ଥିଲେ କାରଣ ସେ ନିଜ ପ୍ରିୟ ଅଭିନେତାଙ୍କ ସହିତ ସ୍କ୍ରିନ୍‌ ସେୟାର କରିବାର ସୁଯୋଗ ପାଇଥିଲେ। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.