ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମହିଳା ଯବାନଙ୍କ ଲିଙ୍ଗ ପରିବର୍ତ୍ତନ ଆବେଦନ ଖାରଜ, ଯବାନଙ୍କ ଉପରେ ମାନସିକ ବ୍ୟବହାରିକ ପ୍ରଭାବ ପଡ଼ିବ:ITBP

Published By : Prameya | February 27, 2025 2:33 PM

ନୂଆଦିଲ୍ଲୀ,୨୭/୦୨: ଆଇଟିବିପିର ଜଣେ ମହିଳା ଯବାନ ଲିଙ୍ଗ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ । ବହୁ ତର୍ଜମା ପରେ  ଏହାକୁ ଖାରଜ କରି ଦିଆଯାଇଛି । ଏହାଦ୍ୱାରା ଅନ୍ୟ ଯବାନଙ୍କ ଉପରେ ମାନସିକ ବ୍ୟବହାରିକ ପ୍ରଭାବ ପଡ଼ିବ ବୋଲି ଆଇଟିବିପି ପକ୍ଷରୁ କୁହାଯାଇଛି ।

ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ମହିଳା ଯବାନ ଜଣଙ୍କ ନିଜ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମାଗିଥିଲେ । ଏହାପରେ  ଇଣ୍ଡୋ-ତିବେତାନ ବର୍ଡର ପୁଲିସ (ଆଇଟିବିପି) ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମତାମତ ଲୋଡ଼ିଥିଲା । ଏଥିପାଇଁ କୌଣସି ମାର୍ଗଦର୍ଶିକା ନ ଥିବାରୁ ମନ୍ତ୍ରଣାଳୟ କାର୍ମିକ ଓ ତାଲିମ ବିଭାଗ (ଡିଓପିଟି) ସହ ମିଶି ଏ  ନେଇ ବ୍ୟାପକ ବିଶ୍ଳେଷଣ କରିଥିଲା । ଏହାପରେ କେନ୍ଦ୍ରୀୟ ସଶସ୍ତ୍ର  ପୁଲିସ ବଳ (ସିଏପିଏଫ୍‌)ର ମେଡିକାଲ ଡାଇରେକ୍ଟୋରେଟ୍‌ର ମତାମତ ଲୋଡ଼ାଯାଇଥିଲା । ଶେଷରେ ନୀତିଗତ ନିଷ୍ପତ୍ତି ନିଆଯାଇ ଆବେଦନକୁ ଖାରଜ କରାଯାଇଛି । ବଳଗୁଡ଼ିକରେ ଲିଙ୍ଗ ପରିବର୍ତ୍ତନ  ଲାଗି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସାର୍ବଜନୀନ ଭାବେ  ନିଷ୍ପତ୍ତି ହୋଇଥିବା ଆଇଟିବିପିକୁ ଚିଠି ଲେଖି ଜଣାଇଥିଲା ସିଏପିଏଫ୍‌ ।  ତା’ଛଡ଼ା ବାହିନୀରେ ପୁରୁଷ ଓ ମହିଳାଙ୍କ ପାଇଁ ଶାରୀରିକ ମାନଦଣ୍ଡ  ଭିନ୍ନ ଭିନ୍ନ ଥିବାରୁ ଲିଙ୍ଗ ପରିବର୍ତ୍ତନ ଦ୍ୱାରା ଏହା ଉପରେ କୌଣସି  ଫରକ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.