ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆଇଟିଏଫ୍ ବିଶ୍ଵ ଟେନିସ୍ ଟୁର୍ ଆରମ୍ଭ, ଭାଗ ନେଇଛନ୍ତି ୧୧ଟି ଦେଶର ୮୮ଜଣ ଖେଳାଳି

Published By : Rasmita Pradhan | November 3, 2024 12:46 PM

ଭୁବନେଶ୍ଵର, ୦୩/୧୧ : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଟେନିସ୍ ସେଣ୍ଟରରେ ଆଜିଠାରୁ ଆରମ୍ଭ ହୋଇଛି ଆଇଟିଏଫ୍ ବିଶ୍ଵ ଟେନିସ୍ ଟୁର୍। ଏହି ପ୍ରତିଯୋଗିତାରେ ୧୧ଟି ଦେଶର ୮୮ଜଣ ଖେଳାଳି ଭାଗ ନେଇଛନ୍ତି। ଆୟୋଜକ ଭାରତ ସମେତ ଜାପାନ, ଆମେରିକା, ଋଷିଆ, ଚେକ୍ ରିପବ୍ଲିକ, ଜର୍ମାନୀ, ୟୁକ୍ରେନ, ମୋଲ୍ଡୋଭା,ନେପାଳ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଭାଗ ନେଇଛନ୍ତି। ପ୍ରଥମ ଥର ପାଇଁ ୨୫ହଜାର USA ଡଲାର ପ୍ରତିଯୋଗିତା ଓଡ଼ିଶା ଆୟୋଜନ କରୁଛି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ସବୁ  ୭ଟା କୋର୍ଟରେ ଖେଳାଯିବ। ମୁଖ୍ୟ ଡ୍ରର ମ୍ୟାଚ୍ ସବୁ ୬ଟି କୋର୍ଟରେ ଖେଳାଯିବ । କ୍ରୀଡା ବିଭାଗ ଏବଂ ଓଡ଼ିଶା ଟେନିସ ଆସୋସିଏସନ୍ ମିଳିତ ସହଭାଗୀତାରେ ଆୟୋଜନ ହେଉଛି। 

ସୂଚନାନୁଯାୟୀ, ଓଡ଼ିଶାରୁ ୫ଜଣ ଖେଳାଳି ଭାରତ ପାଇଁ ଖେଳୁଛନ୍ତି । ସେମାନଙ୍କ ମଧ୍ୟରେ ୩ଜଣ ଖେଳାଳି କବୀର୍ ହଂସ, ଅମୃତଜୟ ମହାନ୍ତି ଏବଂ ପ୍ରତ୍ୟୁଷ ମହାନ୍ତି ମୁଖ୍ୟ ଡ୍ରରେ ଖେଳୁଥିବା ବେଳେ ଦେବାଶିଷ ସାହୁ ଆଦିତ୍ୟ ଶତପଥୀ ଯୋଗ୍ୟତା ପର୍ଯ୍ୟାୟରେ ଖେଲୁଛନ୍ତି। ଓଡ଼ିଆ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ଲାଟଫର୍ମ ଯୋଗାଇ ଦେବା ଲକ୍ଷ୍ୟରେ ଏହି ଟେନିସ୍ ଟୁର୍ ଆୟୋଜନ ହୋଇଛି। ଦର୍ଶକଙ୍କ ଲାଗି ନିଶୁଳ୍କ ପ୍ରବେଶ ରହିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଟେନିସ୍ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.