ପ୍ରମୂଖ ଖବର
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆଇଭରୀ କୋଷ୍ଟରେ ମର୍ମନ୍ତୁଦ ଦୁର୍ଘଟଣା , ୨୧ ମୃତ

Published By : Anindita Ratha | November 12, 2024 10:14 AM

ନୂଆଦିଲ୍ଲୀ,୧୨/୧୧: ଆଫ୍ରିକା ମହାଦ୍ୱୀପର  ଆଇଭରୀ କୋଷ୍ଟରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫଳରେ  ୨୧ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏନେଇ ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣା ରବିବାର ଦିନ ସୋବ୍ରେ ଏବଂ ଗଗନୋଆ ସହରକୁ ସଂଯୋଗ କରୁଥିବା ରାସ୍ତାରେ ଘଟିଥିବା ନେଇ ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। 

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣାର କିପରି ହେଲେ ଏନେଇ ତଦନ୍ତ ଚାଲିଛି । ଚଳିତ ବର୍ଷ ଆରମ୍ଭରୁ ଏହି ଉତ୍ତର ଆଇଭରୀ କୋଷ୍ଟରେ ଏକ ଟ୍ୟାଙ୍କର ଟ୍ରକ, ଏକ ବସକୁ ଧକ୍କା ଦେଇଥିଲା । ଏଥିରେ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ମର୍ମନ୍‌ୁଦ ଦୁର୍ଘଟଣାରେ ୪୪ଜଣ ଆହତ ହୋଇଥିଲେ । ତେବେ ସୂଚନା ମୁତାବକ, ଏହି ଆଇଭରୀ କୋଷ୍ଟରେ ଅଧିକ ଦୁର୍ଘଟଣା ହୁଏ । ୩ କୋଟିରୁ ଅଧିକ ଲୋକେ ଏହି ଦେଶରେ ବସବାସ କରନ୍ତି, କିନ୍ତୁ ପ୍ରତି ବର୍ଷ ୧୦୦୦ ଜଣଙ୍କ ମୃତ୍ୟୁ ଏହି ଦୁର୍ଘଟଣା ଯୋଗୁଁ ଘଟିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.