ଭୁବନେଶ୍ୱର, ୧୨/୦୧: ରବିବାର ସକାଳୁ ଦ୍ୱିତୀୟ ପଥ ଉତ୍ସବ ଝୁମିଲେ ରାଜଧାନୀ ବାସୀ। ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରରୁ ଜାଗମରା ଛକ ପର୍ଯ୍ୟନ୍ତ ଜମିଲା ପଥ ଉତ୍ସବ। ଶୀତୁଆ ସକାଳରେ ମନୋରଞ୍ଜନ ମଜା ନେଲେ ଦର୍ଶକ। କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଅସୀମା  ପଣ୍ଡା, ସତ୍ୟଜିତ୍‌ ପ୍ରଧାନ, ଜୟଦେବ ଡ୍ୟାନ୍ସ ଗ୍ରୁପ ଯୋଗ ଦେଇଛନ୍ତି। ପ୍ରଥମଥର  ପାଇଁ ନୂଆ ଏୟାରପୋର୍ଟ ରାସ୍ତାରେ ଏହି  ଉତ୍ସବ ଆୟୋଜନ କରାଯାଉଛି। 

ଚଳିତ  ବର୍ଷ ବିଏମ୍‌ସି ପକ୍ଷରୁ ବିଭିନ୍ନ ଇଭେଣ୍ଟ  କରାଯାଇଛି। ପଥ ଉତ୍ସବରେ ସାଇକେଲିଂ,  ପେଣ୍ଟିଙ୍ଗ୍‌, ସାଂସ୍କୃତିକ ସୋ, ସ୍କେଟିଂ ଆଦି କାର୍ଯ୍ୟକ୍ରମ ରହିଛି । ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଛି, ଯେଉଁଠି ବିଭିନ୍ନ ପାରମ୍ପରିକ  ଖାଦ୍ୟ ମିଳୁଛି । ଏଥିପାଇଁ ବିଏମ୍‌ସି  ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।