• ବାରମ୍ବାର କହିବା ସତ୍ତ୍ବେ ମାନୁନି ଇସ୍କନ
  • କେବଳ ଗଜପତିଙ୍କୁ ବେଖାତିର କରିନି ଇସ୍କନ
  • ସାରା ଦେଶର ଜଗନ୍ନାଥ ପ୍ରେମୀଙ୍କୁ ଇସ୍କନର ବେଖାତିର
  • ଜଗନ୍ନାଥଙ୍କୁ ନେଇ ଖେଳୁଥିବା ଇସ୍କନକୁ ଦିଆଯିବ ଜବାବ୍
  • ଭୁବନେଶ୍ବରରେ ଇସ୍କନର ମନମାନୀକୁ ନେଇ ଉଠିଲା ସ୍ବର

ଭୁବନେଶ୍ବର,୧୨/୦୭: ଆଉ ଚଳିବନି ଇସ୍କନର ମନମାନି । ଜଗନ୍ନାଥଙ୍କୁ ନେଇ ଖେଳ ଖେଳୁଥିବା ଇସ୍କନକୁ ଦିଆଯିବ ଦୃଢ଼ ଜବାବ୍ । ବାରମ୍ବାର କହିବା ସତ୍ବେ ମାନୁନି ଇସ୍କନ । ଏମିତିକି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅପିଲକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି ସଂସ୍ଥା । ଏହା ସାରା ଦେଶର ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ବାରମ୍ବାର ବାରଣ ସତ୍ବେ ବିଦେଶରେ ଅଦିନିଆ, ଅ-ତିଥିରେ ରଥଯାତ୍ରା ଓ ସ୍ନାନ ଯାତ୍ରା କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ଅବମାନନା ଓ ପୁରୀ ଗଜପତି ମହାରାଜାଙ୍କୁ ଅସମ୍ମାନ ଅଭିଯୋଗରେ ଇସ୍କନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ: ଅମାନିଆ ଇସ୍କନର ଅଦିନିଆ ରଥଯାତ୍ରା, ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି

ଏପଟେ ଶ୍ରୀଜଗନ୍ନାଥ ସଂସ୍କୃତିର ପରମ୍ପରା ଉଲ୍ଲଂଘନ ଅଭିଯୋଗକରେ ରାସ୍ତାକୁ ଓହ୍ଲାଇଲେଣି ଜଗନ୍ନାଥପ୍ରେମୀ। ପ୍ରତିବାଦରେ ଇସ୍କନ ମନ୍ଦିର ସମ୍ମୁଖରେ ଆନ୍ଦୋଳନ ଓହ୍ଲାଇଛି ସାମାଜିକ ସଂଗଠନ 'ୱି ଫର୍ ଭୁବନେଶ୍ୱର'। ଆଜି ସଂଗଠନ ପକ୍ଷରୁ ଭୁବନେଶ୍ୱରସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ସହ ଜୋରଦାର ଆନ୍ଦୋଳନ କରାଯାଇଛି। ବିଦେଶ ମାଟିରେ ଶାସ୍ତ୍ରୀୟ ନିୟମ ବାହାରେ ହେଉଥିବା ସମସ୍ତ ଅଦିନିଆ ରଥଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସଂଗଠନ ଦାବି କରିଛି। ମହାପ୍ରଭୁଙ୍କ ସଂସ୍କୃତି ଓ ପରମ୍ପରା ପ୍ରତି କରାଯାଉଥିବା ଏଭଳି ଅପମାନକୁ କଦାପି ସହ୍ୟ କରାଯିବ ନାହିଁ ବୋଲି ଚେତାବନୀ ଦେବା ସହ, ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ପାଇଁ ଏହି ଲଢ଼େଇ ଆରମ୍ଭ ହୋଇଥିବା ସଂଗଠନ ପକ୍ଷରୁ କୁହାଯାଇଛି।

 

ସୂଚନାଥାଉକି ବିଦେଶରେ ଇସ୍କନ ଯେଉଁଭଳି ଭାବେ ଅଦିନିଆ ଏବଂ ଅ-ଅତିଥିରେ ରଥଯାତ୍ରା ଓ ସ୍ନାନ ଯାତ୍ରା କରୁଥିଲା, ତାକୁ ପୂର୍ବରୁ ମଧ୍ୟ ଘୋର ବିରୋଧ କରୁଥିଲେ ଜଗନ୍ନାଥ ପ୍ରେମୀ। ଏମିିତିକି ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଇସ୍କନର ମନମାନୀ ଉପରେ ରୋକ ଲଗାଇବାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏବଂ ନିଳାଦ୍ରି ବିଜେ ପରେ ରାଜାଙ୍କ ସହିତ ଏକ ସ୍ବତନ୍ତ୍ର ପ୍ରତିନିଧିମଣ୍ଡଳୀ ମଧ୍ୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାର ଯୋଜନା ମଧ୍ୟ ରହିଛି। ତେବେ ଏହା ପୂର୍ବରୁ ଭୁବନେଶ୍ବରର ଅଗ୍ରଣୀ ସାମାଜିକ ସଂଗଠନ 'ଓ୍ବି ଫର୍ ଭୁବନେଶ୍ବର' ପକ୍ଷରୁ ରବିବାର ଭୁବନେଶ୍ବର ଇସ୍କନ ମନ୍ଦିର ଆଗରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଚାଉଁରପୁର ପୋଲରୁ ଡେଇଁ ନାବାଳିକା ନିଖୋଜ ଘଟଣା: ଅଗ୍ନିଶମ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ, ଜଣେ ନାବାଳକ ଅଟକ