ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଜଗନ୍ନାଥ ଏକ୍ସପ୍ରେସ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Suraj Kumar | October 21, 2024 9:02 PM

ମାଲକାନଗିରି, ୨୧/୧୦  :  ପୁରୀ ଶ୍ରୀକ୍ଷେତ୍ର ଧାମରୁ ମାଲକାନଗିରି ଅଭିମୁଖେ ଫେରୁଥିବା ଶ୍ରୀଜଗନ୍ନାଥ ଏକ୍ସପ୍ରେସ  ବସକୁ ରବିବାର ରାତିରେ ମୋହନା ନିକଟରେ ଅନ୍ୟ ଏକ ବସ୍ ପଛରୁ ଧକ୍କା ଦେଇଛି। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସଟି ଦୁର୍ଘଟଣା ପରେ ରାସ୍ତା କଡକୁ ଗଡିଯାଇଥିବା ବେଳେ ଧକ୍କା ଦେଇଥିବା ବସଟି ଓଲଟି ପଡିଛି। ତେବେ ଉଭୟ ବସରେ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ରବିବାର  ପୁରୀ ଶ୍ରୀକ୍ଷେତ୍ର ଧାମରୁ ମାଲକାନଗିରି ଅଭିମୁଖେ ଫେରୁଥିବା ଶ୍ରୀଜଗନ୍ନାଥ ଏକ୍ସପ୍ରେସ  ବସଟି ମୋହନା ଠାରୁ କିଛି ଦୂର ରେ ଯାତ୍ରୀ  ଓହ୍ଲାଉ ଥିଲା। ଏହି ସମୟରେ  ପଛରୁ ମହାକାଳ ନାମକ ଏକ ଘରୋଇ ବସ ଧକ୍କା ଦେଇଥିଲା। ଫଳରେ ଜଗନ୍ନାଥ ଏକ୍ସପ୍ରେସ ବସଟି କିଛି ଦୂର ଗଡ଼ି ଜଙ୍ଗଲ ରାସ୍ତା କଡକୁ ଢଳିପଡିଥିଲା। ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସରେ ଥିବା ପ୍ରାୟ ୪୨ରୁ ଉର୍ଦ୍ଧ ଯାତ୍ରୀ ଅଳ୍ପକେ ଵର୍ତ୍ତି ଯାଇ ଥିବା ବେଳେ ବସର ଏସି ଚ୍ୟାମ୍ବର ଭାଙ୍ଗି ଯାଇଥିଲା। ଓଏସ ଆରଟି ବିଭାଗ ପକ୍ଷରୁ ଅନ୍ୟ ବସରେ ସମସ୍ଥ ଯାତ୍ରୀ ଙ୍କୁ ସେମାନଙ୍କ ଗନ୍ତବ୍ୟ ପଥକୁ ପଠା ଯାଇଥିଲା।ଅପରପକ୍ଷରେ ମହାକାଳ ବସଟି ସମ୍ପୂର୍ଣ୍ଣ ରୂପେ ଓଲଟି ପଡି ଥିଲା। ତେବେ ଉଭୟ ବସରେ ଥିବା ଯାତ୍ରୀ ସମସ୍ତେ ସୁରକ୍ଷିତ ଅଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.