ପୁରୀ, ୦୩/୦୬: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ରଥଖଳାରେ ଜୋରଦାର ଚାଲିଛି ରଥ ପ୍ରସ୍ତୁତି । ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ବୁଧବାର ଦଣ୍ଡାରେ କଣ୍ଟା ପଡ଼ିବା କାର୍ଯ୍ୟ ସମ୍ପନ୍ନ ହେବ। ତିନି ରଥର ଅଖ ଉପରକୁ ଦଣ୍ଡା ଫ୍ରେମ୍ ଉଠି ସାରି ଗୋଳେଇ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। କମାର ସେବକ ମାନେ ତିନି ରଥ ଦଣ୍ଡାରେ ଆଜି ଦଣ୍ଡା କଣ୍ଟା ପକାଇବା କାର୍ଯ୍ୟ କରୁଛନ୍ତି ।
ସେପଟେ ରୂପକାର ସେବକ ମାନେ ବେଦୀ ସିଂହାସନ ମୁହାଁଟି ଓ ନାଟ ଗୋଡ଼ରେ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ସହ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆଉ ଦିନକ ପରେ ଅର୍ଥାତ୍ ଆସନ୍ତା ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ କୁ ମୋହର ମାରିବ ପରିଚାଳନା କମିଟି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଏହି ବୈଠକକୁ ଅଧ୍ୟକ୍ଷତା କରିବେ ।
ଅଧିକ ପଢ଼ନ୍ତୁ- BRICS summit : ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ, କାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ, ସୁରକ୍ଷାରେ ୮ ପ୍ଲାଟୁନ ଫୋର୍ସ ମୁତୟନ