ଜଗତସିଂହପୁର, ୩୧/୦୫: ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ମହିଳାଙ୍କ ନିମନ୍ତେ ଥିବା ଶୌଚାଳୟରେ ସ୍ପାଏ କ୍ୟାମେରା ଲଗାଇବା ଘଟଣା । ବନ୍ଧା ହେଲେ କନିଷ୍ଠ ରାଜସ୍ବ ସହାୟକ ସଞ୍ଜୟ ଆଧେକ l ଏରସମା ନୂଆଗାଁର ସଂଜୟ ଗତ କିଛି ବର୍ଷ ହେଲା ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ l ସ୍ପାଏ କ୍ୟାମେରାକୁ ଅନଲାଇନ ଜରିଆରେ କିଣି ଥିଲେ । ଶୌଚାଳୟରେ ଏହାକୁ ଫିଟିଂ କରିବା ସହ ସ୍ୱତନ୍ତ୍ର ଆପ୍ଲିକେସନ୍ ଲୋଡ୍ କରି ନିଜ ମୋବାଇଲ ଫୋନରେ ରେକର୍ଡିଂ କରୁଥିଲେ ।

ଗତ ୨୫ ତାରିଖରେ ଶୌଚାଳୟ ଚଟାଣରେ ସ୍ପାଏ କ୍ୟାମେରା ଖସିପଡ଼ିଥିଲା । ଜଣେ ମହିଳା ଅଧିକାରୀ ଏହାକୁ ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଭାରପ୍ରାପ୍ତ ଅତିରିକ୍ତ ଇଓ ଗିରିଜା ଶଙ୍କର ମଲ୍ଲିକ୍ ଏନେଇ ତୁରନ୍ତ ତିର୍ତୋଲ ଥାନାରେ ଏତଲା ଦେଇଥିଲେ । ପୁଲିସ ସ୍ପାଏ କ୍ୟାମେରାକୁ ଜବତ କରି ସାଇବର ସେଲକୁ ପଠାଇଥିଲେ । କାର୍ଯ୍ୟାଳୟର ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସନ୍ଦେହ ଘେରକୁ ଆସିଥିଲେ କନିଷ୍ଠ ରାଜସ୍ବ ସହାୟକ ସଞ୍ଜୟ ଆଧେକ ।  ଅଧିକ ଖୋଳତାଡ଼ ପରେ ପ୍ରମାଣକୁ ଆଧାର କରି ପୁଲିସ ସଞ୍ଜୟକୁ ଗିରଫ କରିଛି । ଏନେଇ ଜଗତସିଂହପୁର ଏସପି ଅଙ୍କିତ ବର୍ମା ପ୍ରମେସ୍ ମିଟ୍ ଜରିଆରେ ସୂଚନା ଦେଇଛନ୍ତି l ଏପଟେ ଜିଲ୍ଲାପାଳ ମଧ୍ୟ ଅଭିଯୁକ୍ତ ସଞ୍ଜୟଙ୍କୁ ନିଲମ୍ବିତ କରିଛନ୍ତି । ଜଣେ ମହିଳା କର୍ମଚାରୀଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ଶୋଚାଳୟରେ ସଂଜୟ ସ୍ପାଏ କ୍ୟାମେରା ଖଞ୍ଜିଥିଲା । ତେବେ ଏହି ଶୌଚାଳୟ ଭିତରର କିଛି ଭିଡିଓ ସେ ସଂରକ୍ଷିତ ରଖିଥିବା କୁହାଯାଉଛି l ଏଦିଗରେ ଅଧିକ ତଦନ୍ତ ଚାଲି ଥିବା କହିଛନ୍ତି ଏସପି କହିଛନ୍ତି ।

ଅଧିକ ପଢନ୍ତୁ- Crime News: ମହିଳାଙ୍କ ସହ ଭାବ ଦୋସ୍ତି ବଢାଇ ଅଶ୍ଲୀଳ ଭିଡିଓ ରେକର୍ଡ, ଟଙ୍କା ପାଇଁ ବ୍ଲାକ୍‌ମେଲ କରି ଯୁବକ ଗିରଫ