ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

କଂଗ୍ରେସର ‘ଇଭିଏମ୍‌ ହେରଫେର’ ଦାବିକୁ ସମର୍ଥନ କଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ

Published By : Tapas Panda | October 9, 2024 8:05 PM

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନରେ ପରାଜୟ ପାଇଁ ଇଭିଏମକୁ ଦାୟୀ କରିଛି କଂଗ୍ରେସ । ଆଉ ଏଥିପାଇଁ ନିର୍ବାଚନ ଆୟୋଗ ଏବଂ କଂଗ୍ରେସ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି । ଇଭିଏମରେ ହେରଫେର ନେଇ କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି ଏହାକୁ ସମର୍ଥନ କରିଛନ୍ତି ଓ୍ବାଇଏସଆର କଂଗ୍ରେସ ମୁଖ୍ୟ ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ନିର୍ବାଚନୀ ପ୍ରକ୍ରିୟାରେ ‘ବାଲାଟ୍‌ ପେପର୍‌’ ବ୍ୟବସ୍ଥା ଫେରିବା ଦରକାର ଏବଂ ଏହା ଭୋଟରଙ୍କ ଆତ୍ମବିଶ୍ବାସ ବଢ଼ାଇବ ବୋଲି ଦାବି କରିଛନ୍ତି ଜଗନ ରେଡ୍ଡୀ ।  

ହରିୟାଣାର ନିର୍ବାଚନୀ ଫଳାଫଳ ଆଡ଼କୁ ଇସାରା କରି ସେ କହିଛନ୍ତି, ଆଉ ଏକ ରେଜଲ୍ଟ ଲୋକପ୍ରିୟ ଧାରଣାକୁ ଆଘାତ ଦେଇଛି । ତେବେ ହରିୟାଣା ଫଳାଫଳ ଆସିବା ପୂର୍ବରୁ ଏକଜିଟ୍‌ ପୋଲ୍‌ରେ କଂଗ୍ରେସକୁ ବହୁମତ ମିଳିବ ବୋଲି ଦାବି ହୋଇଥିଲା । ଅନ୍ୟପଟେ ଆନ୍ଧ୍ର ପ୍ରଦେଶ ଏବଂ ହରିୟାଣା ନିର୍ବାଚନ ଫଳାଫଳରେ କୌଣସି ପାର୍ଥକ୍ୟ ନାହିଁ ବୋଲି ଅଭିଯୋଗ କରିଛନ୍ତି ଓ୍ବାଇଏସଆର କଂଗ୍ରେସ ମୁଖ୍ୟ । ୨୦୨୪ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ର ପ୍ରଦେଶର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଜଗନ ରେଡ୍ଡୀଙ୍କ ଦଳ ୧୭୫ ଆସନରୁ କେବଳ ୧୧ ସିଟ୍‌ ଜିତିବାକୁ ସକ୍ଷମ ହୋଇଥିଲା ।

ଜଗନ ମୋହନ ରେଡ୍ଡୀ ଏକ୍ସରେ ଲେଖିଛନ୍ତି, ‘ଲୋକଙ୍କ ଚିନ୍ତାଧାରାକୁ ଆଘାତ ଦେଇଛି ଆଉ ଏକ ନିର୍ବାଚନ ଫଳ । ହରିୟାଣା ନିର୍ବାଚନର ଫଳାଫଳ ଆନ୍ଧ୍ର ପ୍ରଦେଶ ଠାରୁ ଭିନ୍ନ ନୁହେଁ । ଏହି ମାମଲା ଏବେ କୋର୍ଟରେ ରହିଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର କେବଳ ଏକ ପ୍ରଚଳିତ ପ୍ରଥା ଭାବରେ ନରହି ଏଥିରେ ଉନ୍ନତି ଆସିବା ଦରକାର । ଆମକୁ ବାଲାଟ ପେପରକୁ ଫେରିବାକୁ ପଡ଼ିବ ।’

ସେ ଆହୁରି ଲେଖିଛନ୍ତି, ‘ବହୁ ବିକଶିତ ରାଷ୍ଟ୍ର ଆମେରିକା, ବ୍ରିଟେନ୍‌, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ବିଜରଲ୍ୟାଣ୍ଡ, ଜର୍ମାନୀ, ଫ୍ରାନ୍ସ, ଜାପାନ, ନରଓ୍ବେ ଏବଂ ଡେନମାର୍କରେ ବାଲାଟ୍‌ ପେପର ବ୍ୟବହାର କରୁଛନ୍ତି । ତେଣୁ ବିଶ୍ବ ସହ ତାଳ ଦେଇ ଆମକୁ ପରିବର୍ତ୍ତନକୁ ସ୍ବୀକାର କରିବାକୁ ପଡ଼ିବ ଏବଂ ଆମେ ବାଲାଟ୍‌ ପେପର ବ୍ୟବହାର କରିବା ଦରକାର । ଫଳରେ ନିର୍ବାଚନକୁ ନେଇ ଆତ୍ବବିଶ୍ବାସ ବୃଦ୍ଧି ପାଇବ ।’ 




ହରିୟାଣା ନିର୍ବାଚନରେ ୯୦ ଆସନରୁ ୩୭ଟି ସିଟ୍‌ରେ ବିଜୟ ହାସଲ କରିଛି କଂଗ୍ରେସ । ଏନେଇ ମଙ୍ଗଳବାର ଫଳାଫଳ ପ୍ରକାଶ ହେବା ପରେ ଇଭିଏମକୁ ନେଇ ବିବାଦ ଉଗ୍ରରୂପ ଧାରଣ କରିଛି ।  ଫଳାଫଳକୁ ଅସ୍ବୀକାର କରିଛି କଂଗ୍ରେସ ଦଳ । ହରିୟାଣାରେ ଦଳର ବିଜୟକୁ ଛଡ଼ାଇ ନିଆଯାଇଛି ଏବଂ ଇଭିଏମରେ ହେରଫେର କରାଯାଇଛି ବୋଲି କଂଗ୍ରେସ ଦାବି କରିଛି। ସେପଟେ କଂଗ୍ରେସର ଦାବିକୁ ଭାରତୀୟ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି । ଏସବୁ ଭିତରେ କଂଗ୍ରେସ ଦାବି ସପକ୍ଷରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜଗନ ମୋହନ ରେଡ୍ଡୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.