ନୂଆଦିଲ୍ଲୀ,୦୨/୧୧: ବିଜେପିକୁ କଂଗ୍ରେସର କଟାକ୍ଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ଯେଉଁ ବ୍ୟକ୍ତି ୧୦ ବର୍ଷ  ହେବ ଜୁମଲାରେ ଅଟକିଛନ୍ତି ଲୋକଙ୍କୁ ଧୋକା ଦେଇଛନ୍ତି ସେ କଂଗ୍ରେସକୁ ପ୍ରବଚନ ଦେଉଛି । ମୋତେ ହସ ଲାଗୁଛି ବୋଲି କହିଛନ୍ତି ଜୟରାମ ରମେଶ ।

ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ସେ କହିଛନ୍ତି, ଭାରତର ଜନତା ସାମାଜିକ ନ୍ୟାୟ, ଆର୍ଥିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ଚାହାଁନ୍ତି । ଏହା ହିଁ ଆମେ ଲୋକଙ୍କ ସାମ୍ନାରେ ରଖିଥିଲୁ । ୪୦୦ରୁ ଅଧିକ ଆସନ ହାତେଇବା ନେଇ କହୁଥିବା ଦଳକୁ ମାତ୍ର ୨୪୦ ସିଟ ମିଳିଲା । ସେମାନଙ୍କର ପରାଜୟ ହୋଇଛି । ନନ୍ ବାୟୋଲେଜିକାଲ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କଣ କହିବି । ଯେଉଁ ମନ୍ତ୍ରୀ ତାଙ୍କ ଜୀବନ କାଳରେ ଭୁଲରେ ଥରେ ବି ସତ କହି ନାହାନ୍ତି ତାଙ୍କ ବିଷୟରେ କଣ କୁହାଯିବ । ସେ କଂଗ୍ରେସ ଦଳ ନାମରେ ଅଭିଯୋଗ ଆଣୁଛନ୍ତି । ଯେଉଁ ବ୍ୟକ୍ତି ୧୦ ବର୍ଷ  ହେବ ଜୁମଲାରେ ଲାଗି ରହିଛନ୍ତି ଏବଂ ଲୋକଙ୍କୁ ଧୋକା ଦେଇଛନ୍ତି । ତାଙ୍କର କହିବା ଓ କରିବାରେ ପରଖ ରହିଛି ସେ କଂଗ୍ରେସକୁ ପ୍ରବଚନ ଦେଉଛି । ମୋତେ ହସ ଲାଗୁଛି ।''

ଜୟରାମ  କହିଛନ୍ତି,  ''ମହାରାଷ୍ଟ୍ର ଓ ଝାଡଖଣ୍ଡ ଉପରେ ଆମର ବିଶ୍ବାସ ଅଛି । ଆମର ନିର୍ବାଚନୀ ପ୍ରଚାର ଜାରି ରହିଛି । କିଛି ଦିନ ମଧ୍ୟରେ ଆମର ଗ୍ୟାରେଣ୍ଟି ଓ ଇସ୍ତାହାର ଜାରି କରାଯିବ । ଆମେ ହରିୟାଣାରେ ପରାସ୍ତ ହେଲୁ ଏହା ଆମକୁ କଷ୍ଟ ଦେଲା । ଯେଉଁଭଳି ମହାୟୁତି ସରକାର ଚାଲିଛି ସେ ଯେଉଁ ପ୍ରତିଶ୍ରୁତି ପୂରଣ କରି ନାହାନ୍ତି । କେବଳ ସ୍ପିଡରେ ୱାଶିଂଙ୍ଗ ମେସିନ ଚାଲିଛି । ଶିବସେନା ଓ ଏନସିପି ଭାଙ୍ଗିଲା ମାତ୍ର କଂଗ୍ରେସ ଭାଙ୍ଗିନାହିଁ । ଆମର ବିଶ୍ବାସ ରହିଛି ସେଠାରେ ଆମର ସରକାର ଗଠନ ହେବ ।''