ପ୍ରମୁଖ ଖବର
  • ଭଦ୍ରକ : ଭୋଟ ଦେବାକୁ ଆସିଥିଲା ସ୍ତ୍ରୀ, ବୁଥ ସାମ୍ନାରେ ହାଣିଲା ସ୍ୱାମୀ
  • ||
  • ନିଆଳିରେ ପ୍ରିଜାଇଡିଂ ଅଫିସର ନିଲମ୍ବିତ କଲେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ
  • ||
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ରାଜ୍ୟରେ ଶେଷ ପର୍ଯ୍ୟାୟ ଶେଷ ମତଦାନ, ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ମୁଁ ମୋଦି-ଶାହଙ୍କ ଭଳି ନୁହେଁ , ମୋତେ ଏମିତି କାମ କରିବାକୁ ଭଲ ଲାଗେ : ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ : ଦେଶରେ ଚାଲି ଥିବା ଲୋକସଭା ନିର୍ବାଚନ ବେଳେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଅନେକ ସ୍ଥାନକୁ ଯାଇ ମୋଦି ସରକାରଙ୍କର ବିଦେଶ ନୀତି ବିଷୟରେ ବିସ୍ତାର ଭାବେ କହୁଛନ୍ତି। ସେ ରାଲି ବଦଳରେ ଅନେକ ସେମିନାରକୁ ସମ୍ୱୋଧିତ କରିଥା'ନ୍ତି ଏବଂ ବିଦେଶ ନୀତି ଉପରେ ଆଲୋଚନା କରିଥା'ନ୍ତି। ହିନ୍ଦୁସ୍ତାନ ଟାଇମ୍ସ ସହ ଏକ ଏକ୍ସକ୍ଲୁସିଭ୍‌ ଇଣ୍ଟରଭ୍ୟୁରେ ଜୟଶଙ୍କର ଖୋଲି କରି କହିଛନ୍ତି କି, ସେ ନିର୍ବାଚନ ଅଭିଯାନରେ ନିଜେ କେମିତି ଅଂଶ ଗ୍ରହଣ କରିଥା'ନ୍ତି।

ଜୟଶଙ୍କର କହିଛନ୍ତି କି, ସେ ଟାଉନହଲ୍‌ ପରି କାର୍ଯ୍ୟକ୍ରମ କରିବାରେ ଅନେକ ସହଜ ମନେ କରନ୍ତି। ଆହୁରି ସେ କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ପରି ସେ ମାସ୍ କମ୍ୟୁନିକେଟର ନୁହଁନ୍ତି। କୁହାଯାଏ କି ନିର୍ବାଚନରେ ବିଦେଶ ନୀତି କୌଣସି ମୂଲ୍ୟ ରଖେ ନାହିଁ। ହେଲେ ଜୟଶଙ୍କର ଏହାକୁ ମାଇଥ୍‌ କହି ଖାରଜ କରି ଦେଇଛନ୍ତି ଏବଂ କହିଛନ୍ତି କି ସେ ଯୁଆଡ଼େ ବି ଯାଆନ୍ତି , ତାଙ୍କୁ ବିଦେଶ ନୀତି ଉପରେ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଏ। ସେ କହିଛନ୍ତି , ବିଦେଶ ଓ ଘରୋଇ ନୀତି ମଧ୍ୟରେ ରେଖା ଖୁବ୍ ଅସ୍ପଷ୍ଟ ହୋଇଥାଏ। ଜୟଶଙ୍କର ଏହାକୁ ବୁଝାଇ କହିଛି ଯେ, ଭାରତ ଦ୍ୱାରା ରୁଷୀୟ ତେଲ କିଣିବା ବିଦେଶ ନୀତିର ମାମଲା, କିନ୍ତୁ ଉପଭୋକ୍ତା ଦେଶର ଲୋକ , ଯିଏ ପେଟ୍ରୋଲ ପମ୍ପରେ ପେମେଣ୍ଟ କରିଥାନ୍ତି ଏବଂ ତେଲ କିଣି ଥାନ୍ତି। ଏହି ପ୍ରକାରରେ ଏହା ଏକ ଘରୋଇ ନୀତି ହୋଇଯାଏ।

ବିଦେଶ ମନ୍ତ୍ରୀ କହିଛନ୍ତି, ମୋତେ ଏହା ବହୁତ ମଜା ଲାଗେ। କାହିଁକି ନା ଯେବେ ମୁଁ ନିର୍ବାଚନ ବେଳେ ପାଖାପାଖି ୯ ବା ୧୦ଟି ରାଜ୍ୟକୁ ଯାଇଛି, ତ ମୋତେ ସବୁବେଳେ ବିଦେଶ ନୀତି ସହ ଜଡ଼ିତ ପ୍ରଶ୍ନ ପଚରା ଯାଏ। ଏଥିପାଇଁ ମୋତେ ଲାଗେ କି କେଉଁଠି ନା କେଉଁଠି ଏହା ଲୋକଙ୍କ ଚେତନାରେ ପଶି ଯାଇଛି। ଏମିତି କାହିଁକି ହୋଇଛି ? ଏହାର କାରଣ ଏହା କି ଲୋକଙ୍କ ଭିତରେ ଏକ ଗର୍ବର ଭାବନା ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଅନେକ ଆଗକୁ ନେଇ ଯାଇଛନ୍ତି।

ଜୟଶଙ୍କର ଆହୁରି କହିଛନ୍ତି ଲୋକେ ବିଦେଶ ନୀତିରେ କାହିଁକି ରୁଚି ରଖୁଛନ୍ତି। ଏହା ପଛରେ ଦ୍ୱିତୀୟ କାରଣ ଏହା କି ଲୋକଙ୍କୁ ଲାଗେ ବାହାରେ କୌଣସି ବିପଦ ଅଛି , ଏହା ମହାମାରୀ ହୋଇପାରେ , ଏହା ଆତଙ୍କବାଦ ହୋଇପାରେ ଏବଂ ଏହା ବାହାରେ ରହିବ ନାହିଁ ...କେବେ ବି ଆମର ଏଠାକୁ ଆସିବ। ଏଥିପାଇଁ ଲୋକେ ବିଦେଶ ନୀତି ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି। ଯଦି ଆପଣ ବିଜେପିର ଘୋଷଣା ପତ୍ରକୁ ଦେଖିବେ , ତ ପାଇବେ କି ଆମେ ବିଦେଶ ନୀତିକୁ ପୂର୍ବାପେକ୍ଷା ଅଧିକ ସ୍ଥାନ ଦେଇଛୁ। 

ନିର୍ବାଚନ ପ୍ରଚାରରେ ନିଜର ସକ୍ରିୟ ସଂପୃକ୍ତି ଉପରେ ସେ କହିଛନ୍ତି ଯେ, ଅଲଗା ଅଲଗା ଲୋକଙ୍କ କଥାବାର୍ତ୍ତା କରିବାର ଶୈଳୀ ଅଲଗା ଅଲଗା ହୋଇଥାଏ। ଜୟଶଙ୍କର କହିଛନ୍ତି ନରେନ୍ଦ୍ର ମୋଦି ଓ ଅମିତ ଶାହ ଜନସଞ୍ଚାରରେ ଖୁବ୍‌ ଅସାଧାରଣ, କିନ୍ତୁ ମୁଁ ଟାଉନହଲ୍‌ ଟାଇପ୍‌ର ସମ୍ୱୋଧନରେ ନିଜକୁ ସହଜ ଅନୁଭବ କରେ। ନିଶ୍ଚିତ ରୂପେ ଟାଉନ୍‌ ହଲ୍‌ ଖୁବ୍‌ ବଡ଼ ହୋଇପାରେ। କିଛି ଦିନ ପୂର୍ବେ ମୁଁ ମୁମ୍ୱାଇରେ ଏକ ଏମିତି ଟାଉନହଲ୍‌ ସଭା କରିଥିଲି , ଯେଉଁଠି ପାଖାପାଖି ବୋଧେ ୨୦୦୦ ରହି ଥିବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.