ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୁନ୍ ୪ରେ ନିର୍ବାଚନ ଫଳାଫଳ, ସାଂସଦଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଲୋକସଭା

ନୂଆାଦିଲ୍ଲୀ, ୧/୬: ସାଂସଦମାନଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ  ଲୋକସଭା । ୧୮ତମ ଲୋକସଭା ସଦସ୍ୟଙ୍କ ପଞ୍ଜୀକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଲୋକସଭା ସେକ୍ରେଟାରିଏଟ୍ । ଜୁନ୍ ୪ରେ ନିର୍ବାଚନ ଫଳାଫଳ ବାହାରିବା ପରେ ସେହିଦିନ ଦିନ ୨ଟାରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ ଏବଂ ଜୁନ୍ ୫ରୁ ୧୪ ପର୍ଯ୍ୟନ୍ତ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ । ଶନିବାର ଓ ରବିବାର ବି ପଞ୍ଜୀକରଣ ପ୍ରକ୍ରିୟା ଚାଲିବ । କାଗଜପତ୍ର କାମ ହ୍ରାସ କରିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ କରାଯିବ । ପାର୍ଲାମେଣ୍ଟ ହାଉସ ଆନେକ୍ସରେ ପଞ୍ଜୀକରଣ ପାଇଁ ୨୦ଟି ଡିଜିଟାଲ୍ ରେଜିଷ୍ଟ୍ରେସନ କାଉଣ୍ଟର ଖୋଲାଯାଇଛି । ସେହିପରି ବ୍ୟାଙ୍କ ଆକାଉଣ୍ଟ, ପରିଚୟ ପତ୍ର ଏବଂ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା  କାର୍ଡ ଆଦି ସେଠାରେ ହିଁ ଇସ୍ୟୁ କରାଯିବ । ସ୍ୱାଗତ ବେଳେ ସେକ୍ରେଟାରିଆଟ୍ ପକ୍ଷରୁ ପ୍ରତ୍ୟେକ ସାଂସଦଙ୍କୁ ଭାରତର ସମ୍ବିଧାନ, ନିୟମ, ନିର୍ଦ୍ଦେଶାବଳୀ ସଂପର୍କିତ କିଛି ପୁସ୍ତକ ଏବଂ ଆଉ କିଛି ସଫ୍ଟକପି ଦିଆଯିବ ।

ରେଜିଷ୍ଟ୍ରେସନ ସ୍ଥଳରେ ସଂସଦ ଭବନ ଶିଳାନ୍ୟାସ ଓ ଲୋକାର୍ପଣର ଭିଡିଓ ପ୍ରଦର୍ଶିତ ହେବ । ଦିଲ୍ଲୀରେ ସରକାରୀ ବାସଭବନ ପାଇନଥିବା ନବନିର୍ବାଚିତ ସାଂସଦଙ୍କୁ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସ କିମ୍ବା ବିଭିନ୍ନ ରାଜ୍ୟ ଭବନ ବା ଗେଷ୍ଟ ହାଉସରେ ଅସ୍ଥାୟୀ ଭାବେ ରହିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସଂସଦ ଭବନରେ ୨୪ ଘଣ୍ଟିଆ ଡେସ୍କ ଓ କଂପ୍ୟୁଟର ସଫ୍ଟୱେର ବ୍ୟବସ୍ଥା କରାଯାଇଛି ।ଦିଲ୍ଲୀ ବିମାନବନ୍ଦରର ସମସ୍ତ ୩ଟି ଡୋମେଷ୍ଟିକ ଟର୍ମିନାଲ ସହିତ ଦିଲ୍ଲୀ, ନୂଆଦିଲ୍ଲୀ, ନିଜାମୁଦ୍ଦିନ ଓ ଆନନ୍ଦ ବିହାର ରେଳ ଷ୍ଟେସନରେ ସଦସ୍ୟଙ୍କୁ ଆବଶ୍ୟକ ସହାୟତା ଓ ସେବା ଯୋଗାଇବାକୁ ଗାଇଡ ପୋଷ୍ଟ ଖୋଲାଯିବ । ସେହିପରି କିଛି ସ୍ବାସ୍ଥ୍ୟଗତ ସମସ୍ୟାା ହେଲେ ଚିକିତ୍ସା ସେବା ଯୋଗାଇଦେବାର ମଧ୍ୟ ବ୍ୟବସ୍ଥା ହଇଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.