ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଶ୍ୱ ଦୁଗ୍ଧ ଦିବସ: ଏ ବର୍ଷର ଥିମ୍‌ ‘ଦୁଗ୍ଧ ଏକ ଉପଲବ୍ଧ, ସୁଲଭ ଓ ପ୍ରଚୁର ପୁଷ୍ଟିକର ଖାଦ୍ୟ ଏବଂ ସମଗ୍ର ବିଶ୍ୱରେ ସନ୍ତୁଳିତ ଆହାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ'

ନୂଆଦିଲ୍ଲୀ ୦୧/୦୬: ଶୈଶବରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଜୀବନବ୍ୟାପୀ ଆମେ କ୍ଷୀରକୁ ନିଜ ଜୀବନଶୈଳୀରେ ସାମିଲ କରିଥାଉ ।  ଖାସ୍‌କରି ଭାରତରେ କ୍ଷୀର ଆମ ଖାଦ୍ୟପେୟର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । କ୍ଷୀରକୁ ବିଭିନ୍ନ ଉପାୟରେ ଆମେ ଖାଦ୍ୟପେୟରେ ସାମିଲ କରିଥାଉ । ଶାରୀରିକ ବିକାଶରେ କ୍ଷୀରକୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଖାଦ୍ୟ ବିଶେଷଜ୍ଞମାନେ କହିଛନ୍ତି । କ୍ଷୀରକୁ ଏକ ବିଶ୍ୱସ୍ତରୀୟ ଖାଦ୍ୟ ଭାବେ ମାନ୍ୟତା ପ୍ରଦାନ ଲାଗି ୨୦୦୧ ମସିହା, ଜୁନ୍‌ ୧ ତାରିଖରେ ଜାତିସଂଘର  ଫୁଡ୍‌ ଆଣ୍ଡ ଏଗ୍ରିକଲ୍‌ଚରାଲ ଅର୍ଗାନାଇଜେସନ୍‌ ଦ୍ୱାରା ବିଶ୍ୱ  ଦୁଗ୍ଧ ଦିବସ ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପ୍ରତି ବର୍ଷ  ଏହି ଦିବସ ପାଳିତ ହେଉଛି । 

ଦୁଗ୍ଧ ଜାତୀୟ କ୍ଷେତ୍ର ସହ ସଂଶ୍ଳିଷ୍ଟ କାର୍ଯ୍ୟକଳାପ ପ୍ରତି ଧ୍ୟାନ ଆକର୍ଷଣ ଲାଗି ସୁଯୋଗ ପ୍ରଦାନ କରିବା ଏହି ଦିବସର ଉଦ୍ଦେଶ୍ୟ । ଲୋକଙ୍କ ଜୀବନରେ କ୍ଷୀରର ମୂଲ୍ୟ ସମ୍ପର୍କରେ ଜନ ସଚେତନତା  ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ଚଳିତ ବର୍ଷ  ଏହି ଦିବସର ବିଷୟ ରହିଛି ‘ଦୁଗ୍ଧ ଏକ ଉପଲବ୍ଧ, ସୁଲଭ  ଓ ପ୍ରଚୁର ପୁଷ୍ଟିକର ଖାଦ୍ୟ ଏବଂ ସମଗ୍ର ବିଶ୍ୱରେ ସନ୍ତୁଳିତ  ଆହାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।’

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.