ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ଆମେରିକା, ପାକ୍‌କୁ ଜୟଶଙ୍କରଙ୍କ ଟାର୍ଗେଟ୍; କହିଲେ, ‘ପାକିସ୍ତାନ ପ୍ରସଙ୍ଗରେ ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ’

Published By : Swapna Ray | August 24, 2025 1:06 PM

ନୂଆଦିଲ୍ଲୀ, ୨୩ ।୮: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କର ଆମେରିକା ଓ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଇତିହାସକୁ ଅଣଦେଖା କରିବା ଉଭୟ ଦେଶର ଅଭ୍ୟାସ । ଏଥିସହ ସେ କହିଛନ୍ତି ବାଣିଜ୍ୟ କାରବାରକୁ ନେଇ ଆମେରିକା ସହ ଭାରତର କୌଣସି ବିବାଦ ନାହିଁ । ଭାରତ ସବୁବେଳେ ଚାଷୀ ଓ ଛୋଟ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଆସିଛି ବୋଲି ସେ କହିଛନ୍ତି । ନୂଆଦିଲ୍ଲୀରେ ଶନିବାର ଅନୁଷ୍ଠିତ ୱାର୍ଲଡ ଲିଡର୍ସ ଫୋରମ୍‌ ୨୦୨୫କୁ ସମ୍ବୋଧନ କରି ଜୟଶଙ୍କର ୨୦୧୧ରେ ପାକିସ୍ତାନର ଆବୋଟାବାଦରେ ଆମେରିକୀୟ ସେନା ଚଢ଼ଉ କରି ଅଲ୍‌କାଏଦା ମୁଖ୍ୟ ଓସାମା ବିନ ଲାଡେନକୁ ହତ୍ୟା କରିବା କଥା ମନେପକାଇଛନ୍ତି । ସେ କହିଛନ୍ତି ପାକିସ୍ତାନ ସହ ପୁରୁଣା ସମ୍ପର୍କକୁ ଆମେରିକା ଭୁଲିଯାଉଛି । ଦୁନିଆର ସବୁଠାରୁ କୁଖ୍ୟାତ ଆତଙ୍କୀ ଓସାମା ବିନ ଲାଡେନ ପାକିସ୍ତାନର ଆବୋଟାବାଦ ସହରରେ ହିଁ ମିଳିଥିଲା । ଆମେରିକା ଓ ପାକିସ୍ତାନର ଏକ ଇତିହାସ ରହିଛି । ଯାହାକୁ ଆମେରିକା ଲଗାତାର ଭାବେ ଅଣଦେଖା କରିଆସୁଛି । ଏହା ପ୍ରଥମ ଘଟଣା ନୁହେଁ । କିଛି ଦେଶ ନିଜର ସୁବିଧା ଲାଗି ରାଜନୀତି କରୁଛନ୍ତି । ଯାହାଫଳରେ କି କିଛି ରଣନୀତିକ ଫାଇଦା ମିଳିପାରିବ । ଯେତେବେଳେ ଆମେ ଆମେରିକା ଓ ପାକିସ୍ତାନର ସମ୍ପର୍କ ଆଗକୁ ବଢ଼ୁଥିବାର ଦେଖୁ ସେତେବେଳେ ଭାରତ ଚିନ୍ତା କରେ ଆମେରିକା ସହ ତାର ସମ୍ପର୍କ କେତେ ମଜଭୁତ । ସେହି ସମ୍ପର୍କକୁ ପ୍ରାସଙ୍ଗିକ କରି ରଖିବାର ପ୍ରସଙ୍ଗ କଣ । ଉଭୟ ଆମେରିକା ଓ ପାକିସ୍ତାନକୁ ଭଲ ଭାବେ ଜଣାଅଛି କି ଭାରତ କଣ, ଏହାର ଶକ୍ତି କଣ ଏବଂ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ କିଭଳି ଅଛି ତଥା ତାର ପ୍ରାସଙ୍ଗିକତା କେତେ । 

ଭାରତ-ପାକ୍‌ ସମ୍ପର୍କ ଉପରେ ଜୟଶଙ୍କର କହିଛନ୍ତି ଯେ, ଦୁଇଦେଶ ମଧ୍ୟରେ ସମ୍ପର୍କରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ । ମଧ୍ୟସ୍ଥତାର ବିରୋଧ କଥା ଆସିଲେ ଭାରତର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ରହିଛି । ସତୁରୀ ଦଶକରୁ ଆଜି ପର୍ଯ୍ୟନ୍ତ ୫୦ ବର୍ଷରୁ ଅଧିକ ସମୟ ହେଲା ଭାରତ ସର୍ବଦା କହିଆସିଛି ଯେ ପାକିସ୍ତାନ ପ୍ରସଙ୍ଗରେ କୌଣସି ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ । ପ୍ରକୃତ କଥା ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ପାକ୍‌ ସଂଘର୍ଷକୁ ନେଇ ଯୁଦ୍ଧବିରତି କରିଥିବା କଥା ଅନେକଥର ଦାବି କରିଆସିଛନ୍ତି । କିନ୍ତୁ, ଭାରତ ତାଙ୍କର ଏଭଳି ଦାବିକୁ ଅଗ୍ରାହ୍ୟ କରିଆସିଛି । ଏହା ଉପରେ ଜୟଶଙ୍କର କହିଛନ୍ତି, ଯେତେବେଳେ କୌଣସି ସଂଘର୍ଷ ଘଟେ ଗୋଟିଏ ଦେଶ ଅନ୍ୟ ଦେଶ ସହ କଥାବାର୍ତ୍ତା କରେ । ଆମେରିକା ଓ ଅନ୍ୟ ଦେଶମାନେ ଭାରତ ସହ କଥାବାର୍ତ୍ତା କରିଥିଲେ । ଏକଥା କାହାକୁ ଅଛପା ନାହିଁ । ଏସବୁ କଥାବାର୍ତ୍ତାର ଫୋନ୍‌ କଲର ସମସ୍ତ ତଥ୍ୟ ସୋସିଆଲ ମିଡିଆ ଆକାଉଣ୍ଟସ୍‌ରେ ଏବେ ବି ଉପଲବ୍ଧ ଅଛି । ସେ ଇସ୍ରାଏଲଇରାନ, ରୁଷ-ୟୁକ୍ରେନ ସଙ୍କଟ ସମୟରେ ମଧ୍ୟ ଫୋନ୍‌ କରିଥିଲେ । ଆଜିର ବୈଶ୍ୱିକ ସମ୍ପର୍କରେ ଏହା ସାଧାରଣ କଥା । କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ତାଙ୍କ ଫୋନ୍‌ କଲ ଯୋଗୁ ହୋଇଥିଲା, ଏକଥା କହିବା ସମ୍ପୂର୍ଣ୍ଣ ଭାବେ ଭୁଲ୍ । 

ବାଣିଜ୍ୟ କାରବାର ପ୍ରସଙ୍ଗରେ ଜୟଶଙ୍କର କହିଛନ୍ତି ଯେ ଆମେରିକା ସହ ଭାରତର କୌଣସି ମତଭେଦ ନାହିଁ । ଏବେ ବି ଦୁଇଦେଶ ମଧ୍ୟରେ ବାଣିଜ୍ୟ ରାଜିନାମାକୁ ନେଇ କଥାବାର୍ତ୍ତା ଜାରି ରହିଛି । ରୁଷ ଠାରୁ ତେଲ କିଣାଯିବା ଉପରେ ସେ କହିଛନ୍ତି ଯେ ଭାରତ ନିଜର ରାଷ୍ଟ୍ରୀୟ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉଛି । ରୁଷ ଠାରୁ କମ୍‌ ଦାମରେ ତେଲ କିଣି ଉଚ୍ଚଦାମରେ ବିକ୍ରି କରିବା ଅଭିଯୋଗ ଉପରେ ଜୟଶଙ୍କର କହିଛନ୍ତି ଯେ ଯଦି କୌଣସି ଦେଶକୁ ଭାରତ ଠାରୁ ତେଲ କିଣିବାରେ ସମସ୍ୟା ଅଛି ତେବେ ସେହି ଦେଶ ତେଲ ନ କିଣୁ । ଭାରତ କୌଣସି ଦେଶକୁ ତେଲ କିଣିବା ଲାଗି ଚାପ ପକାଉନାହିଁ । ଚାଷୀ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଭାରତ ସରକାରଙ୍କ ବିଚାର ସ୍ପଷ୍ଟ ରହିଛି । ଯଦି କେହି ଏଥିରେ ଅସହମତ ତେବେ ଜଣାଉ କି ସେ ଚାଷୀଙ୍କ ହିତରେ ନାହିଁ । ଦେଶ ହିତରେ ନାହିଁ । ଚାଷୀ ଓ ଦେଶର ହିତ ପାଇଁ ଯାହା କରିବା କଥା ଆମେ ତାହା ହିଁ କରିବୁ । ଟ୍ରମ୍ପଙ୍କ ବିଦେଶ ନୀତି ସମ୍ପର୍କରେ ସୂଚନା ଦେଇ ଜୟଶଙ୍କର କହିଲେ ଯେ ଟ୍ରମ୍ପ ତାଙ୍କର ବିଦେଶ ନୀତି ଯେଭଳି ଚଳାଉଛନ୍ତି ଆମେରିକାର ଅନ୍ୟ କୌଣସି ରାଷ୍ଟ୍ରପତି ସେଭଳି କରି ନଥିଲେ । ତାଙ୍କର ବିଦେଶ ନୀତି ଅନ୍ୟ ରାଷ୍ଟ୍ରପତିଙ୍କ ଠାରୁ ଭିନ୍ନ । ଟ୍ରମ୍ପଙ୍କ ପରିବର୍ତ୍ତିତ ବିଦେଶ ନୀତି କେବଳ ଭାରତ ପର୍ଯ୍ୟନ୍ତ ସୀମିତ ନାହିଁ । ସମଗ୍ର ଦୁନିଆ ସହିତ ଟ୍ରମ୍ପଙ୍କର ବ୍ୟବହାର କରିବାର ତରିକା, ଏପରିକି ନିଜ ଦେଶ ସହିତ ବ୍ୟବହାରର ତରିକା ରୁଢ଼ୀବାଦି ଶୈଳୀଠାରୁ ବହୁତ ଅଲଗା ବୋଲି ଜୟଶଙ୍କର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.