କୋଣାର୍କ, ୩୦/୧ : ପ୍ରମେୟରେ ବାଜିଲା ଖବର, ଏବେ ନିଆଗଲା ଆକ୍ସନ । ଅସାଧୁ ବ୍ୟବସାୟୀମାନେ ପର୍ଯ୍ୟଟନସ୍ଥଳୀ କୋଣାର୍କରେ କାଜୁ ପ୍ୟାକେଟରେ ନକୁଳ ଦାନା ଓ ନିମ୍ନମାନର କାଜୁ ବିକ୍ରି କରୁଥିବା ନେଇ ପ୍ରମେୟରେ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରକାଶନ ପରେ କୋଣାର୍କ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଶୁକ୍ରବାର ଅପରାହ୍ନରେ ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢୀଙ୍କ ନେତୃତ୍ୱରେ କୋଣାର୍କ ଆଇଆଇସି ପୂର୍ଣଚନ୍ଦ୍ର ସେଠୀ, କେଦାର ଡୋରା, ସୁଭାସୀନ ସାହୁ ପ୍ରମୁଖ ଜଗନ୍ନାଥ ମନ୍ଦିର ନିକଟ ଏକ ଗୋଦାମରେ ଚଢ଼ାଉ କରିଥିଲେ।

ଚଢ଼ାଉ କରି ଏହି ଗୋଦାମରୁ କ୍ଵିଣ୍ଟାଲ କ୍ବିଣ୍ଟାଲ କାଜୁ, ପ୍ୟାକିଙ୍ଗ ମେସିନ, ଓଜନ ମେସିନ ଓ ୨ବସ୍ତା ରାମଦାନା ଜବତ କରାଯାଇଛି । ଏସବୁ ଜବତ ସାମଗ୍ରୀ ଥାନାକୁ ଅଣାଯାଇଛି । ତେବେ ଏହି ଘଟରାରେ ୨ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି । ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କୁ ଜରି ପ୍ୟାକେଟ ଭିତରେ ନକୁଳ ଦାନା, ପୋକରା କାଜୁ ରଖି କିଲୋ ପ୍ରତି ୬ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା।

ଏହାସହ ପଢ଼ନ୍ତୁ : କୋଣାର୍କରେ ପର୍ଯ୍ୟଟକଙ୍କୁ ଠକେଇ , କାଜୁ ପ୍ୟାକେଟରେ ବିକ୍ରି ହେଉଛି ନକୁଳ ଦାନା