ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜାକ ପଲଙ୍କ ପଞ୍ଚରେ ଘାଇଲା ହେଲେ ମହାନ ବକ୍ସର ମାଇକ ଟାଇସନ

Published By : Ankita S | November 16, 2024 1:44 PM

ନୂଆଦିଲ୍ଲୀ,୧୬/୧୧: ବିଶ୍ବର ବଡ ବକ୍ସର ମାଇକ ଟାଇସନ । ପାଖାପାଖି ୨୦ ବର୍ଷ ପରେ ମଇଦାନକୁ ଓହ୍ଲାଇଥିଲେ । ମାତ୍ର ତାଙ୍କର କମବ୍ୟାକ ଫଳପ୍ରଦ ହୋଇନାହିଁ । ବକ୍ସିଂର ମହାମୁକାବିଲାରେ ଜାକ ପଲଙ୍କଠୁ ୭୪-୭୮ ପଏଣ୍ଟରେ ପରାସ୍ତ ହୋଇଛନ୍ତି ମାଇକ ଟାଇସନ । ଫଳରେ ୨୭ ବର୍ଷୀୟ ଜାକଙ୍କୁ ବିଜେତା ଘୋଷଣା କରାଯାଇଛି ।

ମୁକାବିଲାରେ ୫୮ ବର୍ଷୀୟ ମହାନ ବକ୍ସର ମାଇକ ଟାଇସନ ୨୦ ବର୍ଷ ପରେ ମଇଦାନକୁ ଓହ୍ଲାଇଥିଲେ । ମାତ୍ର ତାହା ଦମଦାର ନଥିଲା । ପ୍ରଥମ ଦୁଇ ରାଉଣ୍ଡରେ ମାଇକ ଟାଇସନ ଆଗୁଆ ଥିଲେ । ମାତ୍ର ବାକି ୬ ରାଉଣ୍ଡରେ ପଛୁଆ ପଡିଥିଲେ । ଜାକ ଓ ମାଇକଙ୍କ ମଧ୍ୟରେ ୩୦ ବର୍ଷ ବୟସ ବ୍ୟବଧାନ ରହିଛି । ବୟସ ହୋଇଥିଲେ ବି ଶେଷ ଯାଏ ଲଢେଇ କରିଥିଲେ ମାଇକ ଟାଇସନ । ତାଙ୍କ କ୍ୟାରିୟରରେ ଏହା ତାଙ୍କର ସପ୍ତମ ପରାଜୟ ।

ମାଇକ ଓ ଜାକଙ୍କ ମଧ୍ୟରେ ୮ଟି ରାଉଣ୍ଡ ଖେଳାଯାଇଥିଲା । ପ୍ରଥମ ଦୁଇ ରାଉଣ୍ଡରେ ଯଥାକ୍ରମେ ୧୦-୯ ଓ ୧୦-୯ରେ ଜିତିଥିଲା । ତୃତୀୟ ରାଉଣ୍ଡରେ କମବ୍ୟାକ କରି ବାଜି ପଲଟାଇ ଦେଇଥିଲେ ଜାକ । ଆଉ ପ୍ରତ୍ୟାବର୍ତ୍ତନ କରି ପାରିନଥିଲେ ମାଇକ ଟାଇସନ । ପଞ୍ଚମ ରାଉଣ୍ଡରେ ମାଇକ ଟାଇସନ ଜାକଙ୍କ ଓଭରହେଡ ପଞ୍ଚରେ ଆହତ ହୋଇଥିଲେ । ଫଳରେ ତାଙ୍କ ପାଇଁ ଖେଳିବା ମୁସ୍କିଲ ହୋଇପଡିଥିଲା । ଏହା ପରେ ବାକି ରାଉଣ୍ଡରେ ବାଜି ମାରି ନେଇଥିଲେ ଜାକ । ମ୍ୟାଚ ଫଳାଫଳର ପରିଣାମ ଜାକସନଙ୍କୁ ବିଜେତା ଘୋଷଣା କରାଯାଇଥିଲା । ବିଜୟ ପୁରସ୍କାର ରାଶି ଆକାରରେ ଜାକ ପଲଙ୍କୁ ୪୦ ମିଲିୟନ ଡଲାର ( ୩୩୮ କୋଟି ଟଙ୍କା) ମିଳିଥିଲା । ପରାଜୟ ସତ୍ତ୍ବେ ମାଇକଙ୍କୁ ୨୦ ମିଲିୟନ ଡଲାର (୧୬୯ କୋଟି ଟଙ୍କା) ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

ବିବାଦରେ ଫସିଥିଲେ ମାଇଟ ଟାଇସନ- ବକ୍ସିଂ ପାଇଁ ଚର୍ଚ୍ଚାରେ ଥିବା ମାଇକ ଟାଇସନ ବିବାଦରେ ଫସିଥିଲେ । ୧୯୯୨ରେ ମାଇକଙ୍କୁ ଏକ ଦୁଷ୍କର୍ମ ମାମଲାରେ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ୩ ବର୍ଷ ପରେ ଜାମନି ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.