ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜେମ୍ସ ଏଣ୍ଡରସନ ଚୟନ କଲେ ଇତିହାସର ସବୁଠାରୁ ବିପଦପୂର୍ଣ୍ଣ ଟିମ୍, ୪ ଭାରତୀୟ ଭେଟରାନଙ୍କୁ ମିଳିଲା ସ୍ଥାନ

Published By : Gurupada Nath | January 22, 2025 5:55 PM

ନୂଆଦିଲ୍ଲୀ, ୨୨/୧ :  ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଭେଟରାନ ଦ୍ରୁତ ବୋଲର ଜେମ୍ସ ଏଣ୍ଡରସନଙ୍କ ବିଷୟରେ କିଏ ଜାଣି ନାହିଁ । ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ବିକେଟ ନେଇଥିବା ବିଶ୍ବର ପ୍ରଥମ ବୋଲର ଅଟେ । ୪୨ବର୍ଷୀୟ ପୂର୍ବତନ କ୍ରିକେଟର ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ରିଟାୟରମେଣ୍ଟର ଘୋଷଣା କରିଛନ୍ତି । ଯାହା ପରେ ସେ ନିଜ ବିଚାରକୁ ନେଇ ବାରମ୍ବାର ଚର୍ଚ୍ଚାରେ ଅଛନ୍ତି । 

ପୂର୍ବତନ ଇଂଲଣ୍ଡର ଦ୍ରୁତ ବୋଲର ନିକଟରେ ନିଜ ପୂର୍ବତନ ସାଥି ଖେଳାଳୀ ସ୍ଟିଭ ହାର୍ମିସନଙ୍କ ସହ ଟକସ୍ପୋର୍ଟ କ୍ରିକେଟ ୟୁଟ୍ୟୁବ ଚ୍ୟାନେଲରେ ଖାସ୍ କଥାବାର୍ତ୍ତା କରିଛନ୍ତି । ଏହି ସମୟରେ ଉଭୟ ଭେଟରାନଙ୍କ ମଧ୍ୟରେ ସେହି ସର୍ବଶ୍ରେଷ୍ଠ ଖେଳାଳୀ ବିଷୟରେ ଚର୍ଚ୍ଚା ହୋଇଛି ଯାହାଙ୍କ ସହ ସେ କ୍ରିକେଟ ମୈଦାନରେ ସାମ୍ନା ସାମ୍ନି ହୋଇସାରିଛନ୍ତି ।

ଖାଲି ଏତିକି ନୁହେଁ ବରଂ ଏହି କଥାବାର୍ତ୍ତା ସମୟରେ ଯେତେବେଳେ ଏଣ୍ଡରସନଙ୍କୁ ତାଙ୍କ ସର୍ବକାଳୀନ ଚୁଡ଼ାନ୍ତ ଏକାଦଶ ବିଷୟରେ କଥାବାର୍ତ୍ତା କରାଗଲା ତ ସେ କିଛି ଭେଟରାନଙ୍କୁ ନଜର ଅନ୍ଦାଜ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । ଏଣ୍ଡରସନଙ୍କ ଟିମରେ କେବିନ ପିଟରସନଙ୍କ ନାଁ ସାମିଲ ନାହିଁ । ଯାହାଙ୍କୁ ଇଂଲଣ୍ଡର ଏବେ ପର୍ଯ୍ୟନ୍ତ ସବୁଠାରୁ ପ୍ରତିଭାଶାଳୀ ବ୍ୟାଟରଙ୍କ ମଧ୍ୟରୁ ଜଣେ ବୋଲି ଧରାଯାଏ । 

ଏଣ୍ଡରସନ ନିଜ ଟିମରେ ଭଲ ଯୋଡ଼ି ଭାବେ ଏଲିଷ୍ଟେୟର କୃକ ଏବଂ ବିରେନ୍ଦ୍ର ସେହଓ୍ବାଗଙ୍କୁ ଚୟନ କରିଛନ୍ତି।  ସେହିଭଳି ମଧ୍ୟକ୍ରମର ଦାୟିତ୍ବ ବିରାଟ କୋହଲୀ, ଜୋ ଋଟ ଏବଂ ସଚିନ ତେନ୍ଦୁଲକରଙ୍କ କାନ୍ଧରେ ବି ରଖିଛନ୍ତି।   ସେହିଭଳି ଓ୍ବିକେଟ କିପର ଭାବେ ସେ ନିଜ ଟିମରେ ଆଉ କାହାକୁ ନୁହେଁ ବାରଂ ଭାରତୀୟ ଯୁବ ଷ୍ଟାର ଋଷଭ ପନ୍ତଙ୍କୁ  ସାମିଲ କରାଯାଇଛି । ଏଣ୍ଡରସନଙ୍କ ଟିମରେ ଅଲରାଉଣ୍ଡର ପୂର୍ବତନ ଇଂଲଣ୍ଡର ଭେଟରାନ ଏଡୁୟୁ ଫ୍ଲିଣ୍ଟଫ ସ୍ଥାନ ପକ୍କା କରିବାରେ ସଫଳ ହୋଇଛନ୍ତି । ଫ୍ଲିଣ୍ଟଫଙ୍କ ଅଲରାଉଣ୍ଡର ପ୍ରଦର୍ଶନରେ ସମସ୍ତେ ଭଲ ଭାବେ ଜାଣିଥାନ୍ତି।  ପେସ ବୋଲର ଭାବେ ଷ୍ଟୁଆର୍ଟ ବ୍ରଡ଼, ଗ୍ଲେନ ମ୍ୟାକଗ୍ରାଥ ଏବଂ ଡେଲ ଷ୍ଟେନଙ୍କୁ ସେ ନିଜ ଟିମରେ ସାମିଲ କରିଛନ୍ତି। ମୁଖ୍ୟ ସ୍ପିନର ଭାବେ ସେ ସେନ ଓ୍ବାର୍ଣ୍ଣଙ୍କୁ ନିଜ ଟିମରେ ଚୟନ କରିଛନ୍ତି । 

ଏଣ୍ଡରସନ ଚୟନ କରିଥିବା ଟିମ୍ 

ସର ଏଲେଷ୍ଟେୟର କୃକ, ବିରେନ୍ଦ୍ର ସେହଓ୍ବାଗ, ବିରାଟ କୋହଲୀ, ଜୋ ଋଟ, ସଚିନ ତେନ୍ଦୁଲକର, ଏଣ୍ଡୁ ୟୁ ଫ୍ଲିଣ୍ଟଫ, ଋଷଭ ପନ୍ତ, ଶେନ ଓ୍ବାର୍ଣ୍ଣ, ଷ୍ଟୁଆର୍ଟ ବ୍ରଡ଼, ଗ୍ଲେନ ମ୍ୟାକଗ୍ରାଥ ଏବଂ ଡେଲ୍ ଷ୍ଟେନ  ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.