ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

କ୍ରିସ ଗେଲ ନୁହେଁ, ବରଂ ଏହି ବ୍ୟାଟର ସବୁଠାରୁ ଖତରନାକ୍ ଓପନର ; ଜେମ୍ସ ଏଣ୍ଡରସନ କହିଲେ ଏଭଳି କିଛି ...

Published By : Prameya | January 12, 2025 8:00 PM

ନୂଆଦିଲ୍ଲୀ, ୧୨/୧୦ : ବିଶ୍ବର ସବୁଠାରୁ ଧୂଆଁଧାର ବୋଲର ଜେମ୍ସ ଏଣ୍ଡରସନ ସେହି ବ୍ୟାଟରଙ୍କ ବିଷୟରେ କଥା ହୋଇଛନ୍ତି ଯାହାଙ୍କୁ ସେ ବିଶ୍ବ କ୍ରିକେଟର ସବୁଠାରୁ ଖତରନାକ୍ ଓପନର ବ୍ୟାଟର ମାନିଥାନ୍ତି । ଏକ ସାକ୍ଷାତକାରରେ ଏଣ୍ଡରସନ ସେହି ବ୍ୟାଟରଙ୍କ ନାଁର ଖୁଲାସା କରିଛନ୍ତି । ପ୍ରକାଶ ଯେ, ସାକ୍ଷାତକାର ସମୟରେ ତାଙ୍କୁ ପଚରାଯାଇଥିଲା କି ଆପଣଙ୍କ ନଜରରେ ରୋହିତ ଶର୍ମା ଏବଂ ବିରେନ୍ଦ୍ର ସେହଓ୍ବାଗଙ୍କ ମଧ୍ୟରେ କିଏ ବେଷ୍ଟ ଅଟନ୍ତି । ଏହା ଉପରେ ପୂର୍ବତନ ଇଂଲଣ୍ଡ ବୋଲର ରିଆକ୍ଟ କରିଛନ୍ତି ଏବଂ ସେ ବିନା କୌଣସି ନ ଭାବି ବିରେନ୍ଦ୍ର ସେହଓ୍ବାଗଙ୍କୁ ବାଛିଛନ୍ତି ।

ସେ କହିଛନ୍ତି କି, ସେହଓ୍ବାଗ ଏଥିଲାଗି ଖତରନାକ ଅଟନ୍ତି କି ସେ ଗୋଟିଏ ସମୟରେ ମ୍ୟାଚକୁ ବଦଳାଇପାରନ୍ତି । ସେ ଜଣେ ମ୍ୟାଚ୍ ଓ୍ବିନର ଥିଲେ । ସେହଓ୍ବାଗ ପ୍ରଥମ ବଲରେ ଆପଣଙ୍କ ବିପକ୍ଷରେ ଆକ୍ରମଣ କରିଥାନ୍ତି ଏବଂ ଆପଣଙ୍କ ବିପକ୍ଷରେ ଛକ୍କା ଲଗାତର ମାରିବାର କ୍ଷମତା ରଖିଥାନ୍ତିୁ। ତାଙ୍କ ସାମ୍ନାରେ ବୋଲିଂ କରିବା ମୋ ପାଇଁ ବହୁତ କଷ୍ଟ ରହୁଥିଲା । ସେ ଜଣେ ବହୁ ବିସ୍ଫୋଟକ ବ୍ୟାଟର ଅଟନ୍ତି ।

ପ୍ରକାଶ ଯେ, ସେହଓ୍ବାଗ ବିଶ୍ବ କ୍ରିକେଟର ସବୁଠାରୁ ଦବଙ୍ଗ କ୍ରିକେଟର ଭାବେ ଜଣାଶୁଣା ଅଟନ୍ତି । ସେହଓ୍ବାଗ ନିଜ ଟେଷ୍ଟ କ୍ୟାରିୟରରେ ୧୦୪ମ୍ୟାଚ୍ ଖେଳିଛନ୍ତି ଏବଂ ୮୫୮୬ରନ କରିବାରେ ସଫଳତା ହାସଲ କରିଛନ୍ତି । ସେହଓ୍ବାଗଙ୍କ ନାଁରେ ୨୩ଶତକ ଏବଂ ୩୨ଅର୍ଦ୍ଧଶତକ ରହିଛି। ବିରେନ୍ଦ୍ର ସେହଓ୍ବାଗ ଟେଷ୍ଟରେ ୮୨.୨୩ର ଷ୍ଟ୍ରାଇକ ରେଟ୍ ସହ ରନ୍ କରି ବିଶ୍ବକୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.