ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଜମ୍ମୁ-କାଶ୍ମୀରରେ ଜେଲ୍ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଜେଲ୍ ସୁରକ୍ଷା ଦାୟିତ୍ୱରେ CISF

Published By : Swapna Ray | May 5, 2025 2:43 PM

ନୂଆଦିଲ୍ଲୀ, ୫।୫: ପହଲଗାମ ଆକ୍ରମଣ ପରେ ଏବେ ଜମ୍ମୁ-କାଶ୍ମୀରରେ ଜେଲ୍ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଏନେଇ ଜାରି ହୋଇଛି ସତର୍କ ସୂଚନା । ଶ୍ରୀନଗର କେନ୍ଦ୍ରୀୟ ଜେଲରେ ଆକ୍ରମଣ ଆଶଙ୍କା ରହିଛି । ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି ପରେ ଜେଲ ସୁରକ୍ଷା ନେଇ ସିଆଇଏସଏଫକୁ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ଜମ୍ମୁ ଏବଂ କାଶ୍ମୀରର ଜେଲଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜମ୍ମୁ କାଶ୍ମୀର ଜେଲରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ସତର୍କତା ପାଇଁ ବିଶ୍ୱସ୍ତ ଗୁଇନ୍ଦା ସୂଚନା ମିଳିଛି । ଯାହା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଶ୍ରୀନଗର କେନ୍ଦ୍ରୀୟ ଜେଲ ଏବଂ ଜମ୍ମୁର କୋଟ ବିଲୱାଲ ଜେଲକୁ କଡ଼ା ସୁରକ୍ଷା ନଜରରେ ରଖାଯାଇଛି । ଏଥିସହ ଜେଲ୍‌ରେ ନିୟୋଜିତ ସୁରକ୍ଷା ବାହିନୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି । 

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ(ସିଆଇଏସଏଫ)ର ମହାନିର୍ଦ୍ଦେଶକ ଏକ ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ନେଇ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବର୍ତ୍ତମାନ ଜମ୍ମୁ ଏବଂ କାଶ୍ମୀରର ପ୍ରମୁଖ ଅଞ୍ଚଳଗୁଡ଼ିକରେ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ସିଆଇଏସଏଫ ନେତୃତ୍ୱ ନେଉଛି ।  ସିଆଇଏସଏଫକୁ ଜେଲ୍ ସୁରକ୍ଷା ଦାୟିତ୍ଵରେ ନିୟୋଜିତ କରାଯାଇଛି । କହିରଖୁ କି, ଆକ୍ରମଣରେ ସମ୍ପୃକ୍ତ ଅନେକ ଆତଙ୍କବାଦୀ ଦକ୍ଷିଣ କାଶ୍ମୀରର ଘନ ଜଙ୍ଗଲରେ ଲୁଚି ରହିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହା ପରେ ପ୍ରଶାସନିକ ଅଧିକାରୀମାନେ ଜମ୍ମୁ ଓ କାଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.